Home Coronavirus Outbreak ଲକଡାଉନରେ ଫସିଥିବା ଲୋକଙ୍କୁ ଘରକୁ ଫେରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅନୁମତି – ଏ ନେଇ ଗାଇଡ୍...

ଲକଡାଉନରେ ଫସିଥିବା ଲୋକଙ୍କୁ ଘରକୁ ଫେରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅନୁମତି – ଏ ନେଇ ଗାଇଡ୍ ଲାଇନ୍ସ ଜାରୀ

470

ନୂଆଦିଲ୍ଲୀ ୨୯-୪ (ଓଡ଼ିଆ ପୁଅ) : କରୋନା ମହାମାରୀ ପାଇଁ ଦେଶରେ ଲକଡାଉନ ଜାରି କରାଯାଇଛି। ଲକ୍‌ଡାଉନ୍‌ରେ ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ର ଏବଂ ଅନ୍ୟ ବ୍ୟକ୍ତିମାନେ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି ସେମାନଙ୍କୁ ନିମ୍ନ ଗାଇଡ୍‌ଲାଇନ୍ସ ଅନୁଯାୟୀ ନିଜ ନିଜ ଘରକୁ ଫେରିବାକୁ ଅନୁମତି ମିଳିବ। ଏ ନେଇ ଗାଇଡ୍ ଲାଇନ୍ସ ଜାରୀ କରାଯାଇଛି।
ମାନଙ୍କୁ ଘରକୁ ଫେରିବା ପାଇଁ ନିମ୍ନଲିଖିତ ଗାଇଡଲାଇନ ପାଳନ କରିବାକୁ ପଡ଼ିବ।
୧ – ସମସ୍ତ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକର ନୋଡାଲ୍ ଅଧିକାରୀ ନିଯୁକ୍ତ କରିବେ। ଏହିପରି ବ୍ୟକ୍ତିମାନଙ୍କୁ ଗ୍ରହଣ ଏବଂ ପଠାଇବା ପାଇଁ ମାନକ ପ୍ରୋଟୋକଲ୍ ବିକାଶ କରିବେ। ନୋଡାଲ୍ ଅଧିକାରୀମାନେ ସେହି ବ୍ୟକ୍ତିମାନଙ୍କର ପଞ୍ଜୀକରଣ କରାଇବେ।
୨ – ଗୋଟିଏ ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳ ଅନ୍ୟ ଏକ ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ପରସ୍ପର ସହିତ ପରାମର୍ଶ କରି ସହମତ ହେବା ପରେ ପ୍ରେରକ ରାଜ୍ୟରୁ ସ୍ୱ ରାଜ୍ୟକୁ ନିଜ ନିଜର ଲୋକମାନଙ୍କୁ ନେବା ପାଇଁ ଅନୁମତି ମିଳିବ। ସଂପୃକ୍ତ ରାଜ୍ୟ ସରକାରମାନେ ପରସ୍ପର ସହ ଆଲୋଚନା କରି ସହମତି ଭିତ୍ତିରେ କାର୍ଯ୍ୟ କରିବେ।
୩ – ଯାତାୟାତ କରିବାକୁ ଇଚ୍ଛୁକ ବ୍ୟକ୍ତିମାନଙ୍କର ସ୍କ୍ରିନିଂ କରାଯିବ ଏବଂ ଯେଉଁମାନେ ଲକ୍ଷଣ ବିହୀନ ମିଳିବେ ସେମାନଙ୍କୁ ଫେରିବା ପାଇଁ ଅନୁମତି ମିଳିବ।
୪ – ବ୍ୟକ୍ତିମାନଙ୍କର ଗୋଷ୍ଠୀକୁ ପରିବହନ ପାଇଁ ବସ୍ ବ୍ୟବହାର କରାଯିବ। ସେହି ବସ୍ ସମ୍ପୂର୍ଣ୍ଣ ଭାବରେ ସାନିଟାଇଜ୍ଡ ହେବ ଏବଂ ନିରାପଦ ସାମାଜିକ ଦୂରତା ଅନୁସରଣ କରିବେ।
୫ – ଗମନାଗମନ ମାର୍ଗରେ ପଡୁଥିବା ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକ ଏ ନେଇ ଅନୁମତି ଦେବେ।
୬ – ନିଜ ରାଜ୍ୟରେ ପହଞ୍ଚିବା ପରେ ସ୍ଥାନୀୟ ଅଧିକାରୀମାନେ ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବେ ଓ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ। ଯେଉଁମାନେ ଚାହିଁବେ ହୋମ କ୍ୱାରେଣ୍ଟାଇନରେ ରହିବେ ନଚେତ ସମସ୍ତଙ୍କୁ ସରକାରୀ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯିବ।
ସେଠାରେ ସେମାନଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ହେବ। ଏଥିପାଇଁ ସମସ୍ତଙ୍କୁ ଆରୋଗ୍ୟ ସେତୁ ଆପ ଡାଉନଲୋଡ କରିବାକୁ ମଧ୍ୟ ପରାମର୍ଶ ଦିଆଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.