Home କେନ୍ଦୁଝର ସ୍ୱାସ୍ଥ୍ୟକର୍ମୀ ସାଜିଛନ୍ତି କରୋନା ଯୋଦ୍ଧା, ଜୀବନକୁ ବାଜି ଲଗାଇ ଚାଲିଚାଲି ସେବା ଯୋଗାଉଛନ୍ତି

ସ୍ୱାସ୍ଥ୍ୟକର୍ମୀ ସାଜିଛନ୍ତି କରୋନା ଯୋଦ୍ଧା, ଜୀବନକୁ ବାଜି ଲଗାଇ ଚାଲିଚାଲି ସେବା ଯୋଗାଉଛନ୍ତି

246

ହାଟଡ଼ିହି-୨୯/୪, ବିଶ୍ୱରେ କରୋନା ମହାମାରୀକୁ ମୁକାବିଲା କରିବାରେ ସ୍ୱାସ୍ତ୍ୟ ବିଭାଗର କର୍ମଚାରୀ ମାନଙ୍କ ଭୁମିକା ସବୁଠାରୁ ଗୁରୁତ୍ୱପୁର୍ଣ୍ଣ । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ କର୍ମଚାରୀ କ୍ଷେତ୍ରରେ । ଏହି ବ୍ଲକର ଅପହଞ୍ଚ ଇଲାକା ଭାବେ ପରିଚିତ ହଦଗଡ ପଞ୍ଚାୟତର ଦଲକି, ପିତାନାଉ ରତ୍ନମରା ଗ୍ରାମକୁ ରାସ୍ତାର କୌଣସି ସୁବିଧା ନଥିବାବେଳେ ଏବେ ସ୍ୱାସ୍ଥ୍ୟକର୍ମଚାରୀମାନେ ଦୀର୍ଘ ୬କିଲୋମିଟର ଜଂଗଲ ରାସ୍ତାରେ ନିଜ ନିଜ ଜୀବନକୁ ବାଜି ଲଗାଇ ଚାଲି ଚାଲି ଯାଉଛନ୍ତି । ଏପରିକି ଏବେ ସେଠାରେ ହାତୀ ଭୟ ଥିବାବେଳେ ବର୍ଷା ପବନ ହେଲେ ମୁଣ୍ଡ ଗୁଞ୍ଜିବାକୁ ମଧ୍ୟ ସ୍ଥାନ ନାହିଁ । ଗାଡି ମଧ୍ୟ ଗାଁ ନିକଟକୁ ଯାଇ ପାରୁନି । ଯାହାଦ୍ୱାରା ଏମାନେ ନିଜ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କୁ ସେବା ଯୋଗାଇ ଦେବାପାଇଁ ଗାଁରେ ପହଞ୍ଚି ଘରଘର ବୁଲି ସେବା ଯୋଗାଉଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.