Home ଅପରାଧ ୫ ବର୍ଷର ପୁଅ ସାମନାରେ ଗଣଦୁଷ୍କର୍ମ – ସିଗାରେଟ ଚେଙ୍ଗିଲେ ବଳାତ୍କାରୀ

୫ ବର୍ଷର ପୁଅ ସାମନାରେ ଗଣଦୁଷ୍କର୍ମ – ସିଗାରେଟ ଚେଙ୍ଗିଲେ ବଳାତ୍କାରୀ

1701

ତିରୁଅନନ୍ତପୁରମ୍/ନୂଆ ଦିଲ୍ଲୀ ୫-୬ (ଓଡ଼ିଆ ପୁଅ) ପାଞ୍ଚ ବର୍ଷର ପୁଅ ଆଗରେ ଗଣ ବଳାତ୍କାର। ପୁଅ କାନ୍ଦୁଥାଏ, କିନ୍ତୁ ବଳାତ୍କାରୀ ଶୁଣୁନଥାନ୍ତି। କରିଚାଲିଥାନ୍ତି ଦୁଷ୍କର୍ମ। କାନ୍ଦୁଥିବା ପୁଅକୁ ପିଟୁଥାନ୍ତି। ପୀଡ଼ିତା ମହିଳା ଜଣକ କହିଛନ୍ତି ଯେ, ପୁଅକୁ ଘରେ ଛାଡ଼ି ପୁଣି ଫେରି ଆସିବେ ବୋଲି ପ୍ରତିଶ୍ରୁତି ଦେଇ ଘରକୁ ଯିବାକୁ ଅନୁମତି ଦେଇଥିଲେ ବଳାତ୍କାରୀ।

ଗୁରୁବାର ରାତିରେ ତିରୁଅନନ୍ତପୁରମ୍ ରେ ଏହି ଘଟଣା ଘଟିଛି। ପାଡ଼ିତା ମଙିଳା ପୋଲିସକୁ କହିଛିଯେ, ତା’ ସ୍ୱାମୀ ତାଙ୍କୁ ଏବଂ ତାଙ୍କ ପାଞ୍ଚ ବର୍ଷର ପୁଅକୁ ନିକଟସ୍ଥ ସମୁଦ୍ର କୂଳରେ ଥିବା ଏକ ବନ୍ଧୁ ଘରକୁ ନେଇଥିଲା। ବଳପୂର୍ବକ ମଦ ପିଇବାକୁ ବାଧ୍ୟ କରାଯାଇଥିଲା ଏବଂ ପରେ ନିକଟସ୍ଥ ଏକ ଖାଲି ପ୍ଲଟକୁ ନିଆଯାଇଥିଲା ଯେଉଁଠାରେ ତାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିଲା।

ବଳାତ୍କାରୀମାନେ ତାଙ୍କୁ ସିଗାରେଟ୍ ଚେଙ୍ଗ ଦେଇଥିବା ଏବଂ ଚାପୁଡ଼ା ମାରିଥିଲେ ବୋଲି ପୋଲିସ୍‌କୁ କହିଛନ୍ତି ପୀଡ଼ିତା।

ପୋଲିସ୍ ର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ସ୍ୱାମୀ ଏହି ଅପରାଧରେ ସଂସ୍ଲିଷ୍ଟ। ଏପରିକି ସେ ତାଙ୍କ ପତ୍ନୀଙ୍କୁ ଅଭିଯୋଗ ନକରିବାକୁ ବାଧ୍ୟ କରିଥିଲା। ଗିରଫ ହୋଇଥିବା କେତେକଙ୍କ ଅତୀତ ଅପରାଧିକ ରେକର୍ଡ଼ ଥିବା ପୋଲିସ୍ କହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.