Home ଜିଲ୍ଲା ପରିକ୍ରମା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର : ୩୦ ୟୁନିଟ୍ ରକ୍ତ ସଂଗ୍ରହ

ସ୍ୱେଚ୍ଛାକୃତ ରକ୍ତଦାନ ଶିବିର : ୩୦ ୟୁନିଟ୍ ରକ୍ତ ସଂଗ୍ରହ

81

ଭଦ୍ରକ, ୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ଘଣ୍ଟେଶ୍ୱର ସଣ୍ଡଗଡା ଗ୍ରାମରେ ଥିବା ବିଦ୍ୟାଳୟ ପରିସରରେ ପାଣିଗ୍ରାହୀ ମେଡିକାଲ ଷ୍ଟୋର ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଡା. ଲଳିତ ରଂଜନ ମିଶ୍ର ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ସବୁବର୍ଷ ପରି ଚଳିତବର୍ଷ ମଧ୍ୟ ଏହିପରି ନିଆରା ଭାବେ ପାଣିଗ୍ରାହୀ ମେଡିକାଲ ଷ୍ଟୋର ପକ୍ଷରୁ ବାତ୍ୟା ଓ ବନ୍ୟା ବେଳେ ବିପନ୍ନଙ୍କ ସେବା କରି ପ୍ରଶଂସା ସାଉଁଟିଥିବାବେଳେ ଦୁଇଥର ରକ୍ତଦାନ ଶିବିର ଆୟୋଜିତ କରି ଅଂଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଏହି ରକ୍ତଦାନ ଶିବିରରେ ୩୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବାବେଳେ ଭଦ୍ରକ ବ୍ଲକ୍ ବ୍ୟାଙ୍କର ସମସ୍ତ କର୍ମକର୍ତ୍ତାମାନେ ସାମାଜିକ ଦୂରତା ରକ୍ଷା କରି ସମସ୍ତ କାର୍ଯ୍ୟ କରିଥିଲେ । ଏହି କାର୍ଯ୍ୟକ୍ରମରେ ସେହି ଗ୍ରାମରେ ଥିବା ସଣ୍ଡଗଡା ୟୁଥ୍ କ୍ଲବ୍‌ର ସମସ୍ତ ସଦସ୍ୟ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ସମାପନ କରିଥିଲେ । ପାଣିଗ୍ରାହୀ ମେଡିକାଲ ଷ୍ଟୋରର ଏହିଭଳି କାର୍ଯ୍ୟକ୍ରମ କରୁଥିବାରୁ ଅଂଚଳବାସୀ ଖୁବ୍ ପ୍ରଶଂସା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.