Home Coronavirus Outbreak କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟରେ କରୋନା ମହାମାରୀ ନିୟମ ର ଖୋଲା ଖୋଲି ଉଲଙ୍ଘନ କରି ଧଜିଆ...

କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟରେ କରୋନା ମହାମାରୀ ନିୟମ ର ଖୋଲା ଖୋଲି ଉଲଙ୍ଘନ କରି ଧଜିଆ ଉଡାଇଲେ ସରକାରୀ ଅଧିକାରୀ

154

କେନ୍ଦୁଝର, ୩୦ ଜୁଲାଇ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କରୋନା ମହାମାରୀ କୁ ନେଇ ସାରା ବିଶ୍ୱ ବାସୀ ଆତଙ୍କିତ ଅବସ୍ଥାରେ ଥିବା ବେଳେ କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟରେ ଖୋଦ ସରକାରୀ ବଡ ବାବୁମାନେ ଏହି କରୋନା ମହାମାରୀ ନିୟମ ର ଖୋଲା ଖୋଲି ଉଲଙ୍ଘନ କରି ଏହାର ଧଜିଆ ଉଡାଇବାକୁ ପଛାଇ ନଥିବା ଦେଖିବାକୁ ମିଳିଛି। କୋଭ୍ଡ-୧୯ ପାଇଁ ସାମୟିକ ଭାବରେ ଏ-ଏନ୍ଏମ୍ ଭାବରେ କାମ କରିବାକୁ ଆଜି ମଙ୍ଗଳବାର ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଇଟଂରଭ୍ୟୁ ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା। ଆଉ ଏହି ଆସ୍ଥାୟୀ ଚାକିରୀ ପାଇଁ ଆଜି ମଙ୍ଗଳବାର ଦିନ ସକାଳୁ ସକାଳୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ରେ ରହିଥିବା ଏ-ଏନ୍ଏମ୍ ଟ୍ରେନିଂ ସେନ୍ଟଂର ସମ୍ମୁଖରେ ହଜାର ହଜାର ସଂଖ୍ୟାରେ ମହିଳା ଓ ଯୁବତୀ ଙ୍କ ଭିଡ ଲାଗିଥିବା ଦେଖିବାକୁ ମିଳିଥିଲା। ଆଉ ଏହି ଭିଡ କୁ ଦେଖିଲେ ଲାଗୁଥିଲା ସତେ ଯେମିତି ଖୋଦ ଜିଲ୍ଲା ମଖ୍ୟ ଚିକିତ୍ସାଳୟରେ ହିଁ କୋଭିଡ-୧୯ ର ନିୟମକୁ ଖୋଲା ଖୋଲି ଉପହାସ କରାଯାଉଥିଲା। ଏପରି କି ସେହି ସ୍ଥାନରେ ଖୋଦ ସି-ଡି-ଏମ୍ଓ- ଏବଂ ପୋଲିସ ଅଧିକାରୀଙ୍କର ଉପସ୍ଥିତ ରେ ଇଟଂରଭିଉରେ ଅଶଂ ଗ୍ରହଣ କରିବାକୁ ଆସିଥିବା କେହି ହେଲେ ବି ମହିଳା ତଥା ଯୁବତଈ କୋଭିଡ -୧୯ ନିୟମ ମାନୁ ନ ଥିବା ଦେଖିବାକୁ ମିଳିଥିଲା। କେହି ହେଲେ ସାମାଜିକ ଦୂରତ୍ୱ ରକ୍ଷା କରୁନଥିଲେ। କିମ୍ବା ସେଠାରେ ସାନିଟାଇଜରରେ ହାତ ସଫା କରିବାର ମଧ୍ୟ ବ୍ୟବସ୍ଥା ରଖା ଯାଇ ନଥିଲା।ସମସ୍ତେ ଠେଲା ପେଲା ହୋଇ ଠିଆ ହୋଇଥିିବା ଦେଖିବାକୁ ମିଳିଥିଲା। ସବୁଠାରୁ ଦୁର୍ଭାଗ୍ୟପୁର୍ଣ୍ଣ ଘଟଣା ହେଉଛି ଯେ ସ୍ୱାସ୍ଥ ବିଭାଗ ଅଧିକାରୀ ନା ପୋଲିସ କେହି ହେଲେ ଏହାକୁ ବାରଣ କରିବାକୁ ଆଗ୍ରହ ପ୍ରକାଶ କରି ନଥିଲେ। ଆଉ ସେପଟେ ଇନ୍ଟରଭ୍ୟୁ ଦେବାକୁ ଆସିଥିବା ମହିଳା ମାନେ ମଧ୍ୟ ଏହି ନିୟମକୁ ମାନୁ ନଥିବା କଥା ସ୍ୱୀକାର କରିବା ସହ ଏହାକୁ ମାନି ହେବ ନାହିଁ ବୋଲି ରୋକ୍ଠୋକ ଶୁଣାଇ ମଧ୍ୟ ଦେଇଥିଲେ। ଆଉ ତାର କାରଣରେ ଦର୍ଶଇଛନ୍ତି ଯେ ଯେହେତୁ ଅନେକ ଦିନ ହେବ କିଛି ଚାକିରୀ ବାକିରି ବାହାରି ନଥିଲା ତେଣୁ ଭିଡ ହୋଇଛି। ଏବଂ ଡାକ୍ତରଖାନାରେ ଏହି ସମୟରେ ଅଧିକ ସମୟ ରହିବା ଠିକ ନୁହେଁ ତେଣୁ ସମସ୍ତେ କେମିତି ଶ୍ରଘ୍ର କାମ ସାରି ଘରକୁ ଯିବେ ସେଥିପାଇଁ ବ୍ୟଗ୍ର ରହିଥିବା ବୋଲି କହିତିଲେ। ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଯେ ଖୋଦ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମୁଖିଆ ସି-ଡି-ଏମ୍ଓ- ଏ ସଂପର୍କରେ ହୋଇଥିବା କ୍ୟାମେରା ଏବଂ ମୋବାଇଲ ରେକଡିଂ ତଥା ଫଟୋ ଦେଖି ଚମକି ଥିବା ବେଳେ ପରମୁହୁର୍ତରେ ନିଜ ତୃଟି ଲୁଚାଇବାକୁ ଯାଇ ଚିକିତ୍ସାଳୟ ପରିସର ରେ ଚାଲିଥିବା ଇନ୍ଟରଭ୍ୟୁ ବିଷୟ ରେ କିଛି ଜାଣି ନଥିବା ଏବଂ କେତେ ସଂଖ୍ୟାରେ ଚାକିରୀ ଅଛି କିମ୍ବା ତା ପାଇିଁ କଣ ପ୍ରସ୍ତୁତି ହୋଇଛି କିଛି ବି ମଧ୍ୟ ଜାଣି ନଥିବା କହିବା ସହ ତୁରନ୍ତ ସ୍ଥାନ ଛାଡି ଚାଲିଯାଇଥିଲେ କେନ୍ଦୁଝର ଜିଲ୍ଲାରେ ଯେଭଳି ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସଙ୍ଗକୁ କରୋନା ଯୋଦ୍ଧାଙ୍କ ସଂଖ୍ୟା ବଢିବାରେ ଲାଗିଛି ତାହା ପ୍ରତ୍ୟେକ ଲୋକ ପାଇିଁ ଚିନ୍ତାର କାରଣ ହୋଇ ପଡିଥିବା ବେଳେ ଖୋଦ ଜିଲ୍ଲା ମୁଖ୍ୟା ଚିକିତ୍ସାଳୟରେ ଅଧିକାରୀଙ୍କ ଉପସ୍ଥିତିରେ କୋଭିଡ-୧୯ର ଗାଇଡ୍ ଲାଇନକୁ ଖୋଲାଖୋଲି ଉଲଘଂନ କରାଯିବା କେତେଦୂର ଗ୍ରହଣୀୟ ତାହା ବିଚିର୍ଯ୍ୟ। ଏବଂ ଏହି ଘଟଣାରେ ଦାୟୀ ଅଧିକାରୀଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ କି ନାହିଁ ତାହା ଉପରେ ଏବେ ଉଠିଛି ପ୍ରଶ୍ନ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.