Home Top News ରାଉରକେଲା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଚାଲିଗଲା ୪ ଜୀବନ, ୩ ଜଣ ଗୁରୁତର

ରାଉରକେଲା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଚାଲିଗଲା ୪ ଜୀବନ, ୩ ଜଣ ଗୁରୁତର

87

ରାଉରକେଲା ୨୫-୮ (ଓଡ଼ିଆ ପୁଅ) ରାଉରକେଲା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଚାଲିଗଲା ଗୋଟିଏ ପରିବାରର ୪ ଜଣଙ୍କ ଜୀବନ। ଖବର ଅନୁଯାୟୀ, ପଶ୍ଚିମବଙ୍ଗରୁ ଗୋଟିଏ ପରିବାର କାରରେ ରାଉରକେଲା ଆସୁଥିବା ବେଳେ ଗାଡି ଦୁର୍ଘଟଣାଗସ୍ତ ହୋଇଛି। ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ପରିବାରର ୪ ଜଣ ଶିଶୁଙ୍କ ସମେତ ରାଉରକେଲା ନିକଟରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି।

ସେମାନେ ପଶ୍ଚିମବଙ୍ଗରୁ ରାଉରକେଲାକୁ ଫେରୁଥିଲେ। ଦ୍ରୁତ ଗତିରେ ଆସୁଥିବା ନିୟନ୍ତ୍ରଣ ହରାଇ ଖାଲକୁ ଖସିପଡ଼ିଥିଲା। ଗୋଟିଏ ପରିବାରର ଜଣେ ବ୍ୟକ୍ତି, ଏକ ଦମ୍ପତି ଏବଂ ସେମାନଙ୍କର ୨ ପିଲାଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ଝାଡଖଣ୍ଡର ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲାରେ ଚିରଗିଡିପା ରାସ୍ତାରେ ଘଟିଛି।

ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଶିଶୁଙ୍କ ମଧ୍ୟରେ ୩ ବର୍ଷର ବାଳିକା ଏବଂ ୭ ବର୍ଷର ବାଳକ ଅଛି। ଗୁରୁତର ଆହତ ଦୁଇ ଜଣଙ୍କୁ ଚିକିତ୍ସା ପାଇଁ ରାଞ୍ଚି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ, ମୃତକମାନେ ହେଲେ ରାଉରକେଲା କହ୍ନୈୟା ଜୈନ, ପତ୍ନୀ ରମା ଜୈନ, ୭ ବର୍ଷର ପୁଅ ଋଷବ ଜୈନ, ତିନି ବର୍ଷର ପୁଅ ନିତ୍ୟା ଜୈନ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.