Home କେନ୍ଦୁଝର ମନରେଗା ଯୋଜନାର ଅର୍ଥ ହଡପ, ଥାନାରେ ଅଭିଯୋଗ

ମନରେଗା ଯୋଜନାର ଅର୍ଥ ହଡପ, ଥାନାରେ ଅଭିଯୋଗ

82

ହାଟଡିହି- ୨୫/୮( ଓଡିଆପୁଅ /ବିକାଶ ବିଶ୍ୱାଳ) ଆନନ୍ଦପୁର ବ୍ଲକ  ବାଉଁଶଗଡ ପଞ୍ଚାୟତ ର ସୁନ୍ଦୁରିଆ ଗ୍ରାମ ରେ  ସୁଦାମ ନାଇକ ଓ ନିରାକାର ନାଈକଙ୍କ ନାମରେ  ମନରେଗା ଯୋଜନାରେ ଜମି ଉନ୍ନତି କରଣ କାର୍ଯ୍ୟରେ ମିଥ୍ୟା ବିଲ୍ କରି କରି ଟଙ୍କା ହଡ଼ପ ହୋଇଥିବା  ଅଭିଯୋଗ ହୋଇଛି । ଆନନ୍ଦପୁର ବିଜେପି ନେତା ଆଲୋକ ସେଠୀ ଙ୍କ ନେତୃତ୍ୱରେ ଜିଲ୍ଲା ବିଜେପି ର ଉପସଭାପତି ନିରାକାର ଦଳେଇ, ଶାଳବଣି  ମଣ୍ଡଳ ର ସଭାପତି ଟୁକୁନା ମହାନ୍ତ, ଆନନ୍ଦପୁର ନଗର ମଣ୍ଡଳ ର ସଭାପତି ପ୍ରଶାନ୍ତ ମହାପାତ୍ର ,  ବାଉଁଶଗଡ ବିଜେପି ର ଶକ୍ତିକେନ୍ଦ୍ର ପ୍ରମୁଖ ସନ୍ୟାସୀ ପାତ୍ର, ବରିଷ୍ଠ ନେତା କମଳାକାନ୍ତ ସୁର , ମାନସ ନାୟକ ,ତପନ ନାୟକ ପ୍ରମୂଖ  ଆନନ୍ଦପୁର  ଥାନାରେ ସମସ୍ତ ତଥ୍ୟ ପ୍ରମାଣ ସହ  ସଂପୃକ୍ତ ଅଧିକାରୀ ମାନଙ୍କ ବିରୁଦ୍ଧରେ ଅଭିଯୋଗ ପତ୍ର  ପ୍ରଦାନ କରିଛନ୍ତି । ଏହି ସମୟରେ ଠକାମି ର ଶିକାର ହୋଇଥିବା ବ୍ୟକ୍ତି ମାନେ ଉପସ୍ଥିତ ଥିଲେ । । ପ୍ରଶାସନ ତରଫରୁ ଦୃଢ଼ ପଦକ୍ଷେପ ନିଆ ନଗଲେ ବିଜେପି ଗରିବ ଲୋକଙ୍କ ପାଇଁ ରାଜରାସ୍ତାକୁ  ଆସିବ ବୋଲି ବିଜେପି ନେତା ଶ୍ରୀ ସେଠୀ ଚେତାବନୀ ଦେଇଛନ୍ତି

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.