Home ଓଡ଼ିଶା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଗୁରୁତର ଅସୁସ୍ଥ – ଅମିତ ଶାହା ଏମ୍ସ ପହଁଚିଲେ

ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଗୁରୁତର ଅସୁସ୍ଥ – ଅମିତ ଶାହା ଏମ୍ସ ପହଁଚିଲେ

1322

ନୂଆ ଦିଲ୍ଲୀ ୧୬-୮ (ଓଡ଼ିଆ ପୁଅ) ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଆଜି ଦ୍ୱିପ୍ରହରରୁ ସ୍ୱାସ୍ଥ୍ୟାବସ୍ଥା ଗୁରୁତରଭାବେ ଅସୁସ୍ଥ। ବର୍ତ୍ତମାନ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏମ୍ସ ପହଁଚିଥିବା ସୂଚନା ମିଳିଛି। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ସହିତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ସାଥିରେ ଅଛନ୍ତି। ଅରୁଣ ଜେଟଲୀଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର କିନ୍ତୁ ସ୍ଥିର ବୋଲି କୁହାଯାଉଛି।

ସୂଚନାଯୋଗ୍ୟଯେ, ଆଜି ସକାଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଏମ୍ସ ପହଁଚି ଜେଟଲୀଙ୍କର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.