Home Coronavirus Outbreak ଗାୟିକା କନିକା କାପୁର କରୋନା ସଂକ୍ରମିତ ହେବା ପରେ କ୍ୱାରେଣ୍ଟାଇନ୍ ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା...

ଗାୟିକା କନିକା କାପୁର କରୋନା ସଂକ୍ରମିତ ହେବା ପରେ କ୍ୱାରେଣ୍ଟାଇନ୍ ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଏବଂ ତାଙ୍କ ପୁଅ ତଥା ସାଂସଦ ଦୁଷ୍ୟନ୍ତ

287

ନୂଆ ଦିଲ୍ଲୀ ୨୦-୩ (ଓଡ଼ିଆ ପୁଅ) ବଲିଉଡର ଗାୟିକ କନିକା କାପୁରଙ୍କର କରୋନା ଟେଷ୍ଟ ପଜିଟିଭ୍ ପାଇବା ପରେ ସମ୍ବେଦନଶୀଳତା ବଢ଼ିଛି। କନିକା କାପୁର ଲକ୍ଷ୍ନୌରେ ଏକ ପାର୍ଟୀରେ ଯୋଗ ଦେଇଥିଲେ ଯେଉଁଠାରେ ପୂର୍ବତନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଏବଂ ସାଂସଦ ଦୁଷ୍ୟନ୍ତ ସିଂ ଉପସ୍ଥିତ ଥିଲେ। ପରବର୍ତ୍ତୀ ସମୟରେ, ଦୁଷ୍ୟନ୍ତ ରାଷ୍ଟ୍ରପତି ଭବନରେ (ରାଷ୍ଟ୍ରପତିଙ୍କ ପଛରେ ଦ୍ୱିତୀୟ ଫଟୋ) ଭାରତର ରାଷ୍ଟ୍ରପତିଙ୍କୁ ଭେଟିଥିଲେ।

ଗାୟିକା କନିକା କାପୁରଙ୍କର ଏହି ଭୂତାଣୁ ଜନିତ ରୋଗରେ ଟେଷ୍ଟ ପଜିଟିଭ୍ ଆସିବା ପରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ନିଜକୁ ଏବଂ ପୁଅ ଦୁଷ୍ୟନ୍ତଙ୍କୁ ସେଲ୍ଫ କ୍ୱାରେଣ୍ଟାଇନ୍ କରିଛନ୍ତି।

ବସୁନ୍ଧରା ଲେଖିଛନ୍ତିଯେ, ଲକ୍ଷ୍ନୌରେ ଥିବାବେଳେ, ମୁଁ ଓ ମୋ ପୁଅ ଦୁଷ୍ୟନ୍ତ ଏବଂ ତାଙ୍କ ଶାଶୁଘରର ଲୋକମାନଙ୍କ ସହିତ ଏକ ରାତ୍ରୀ ଭୋଜନରେ ଯୋଗ ଦେଇଥିଲି। ଦୁର୍ଭାଗ୍ୟବଶତଃ କନିକାଙ୍କର Covid19 ଟେଷ୍ଟ ପଜିଟିଭ୍ ଆସିଛି।
ବସୁନ୍ଧରା ଏକ ଟ୍ୱିଟ୍ କରି କହିଛନ୍ତିଯେ, ପ୍ରବଳ ସତର୍କତାର ସହିତ, ମୋ ପୁଅ ଏବଂ ମୁଁ ତୁରନ୍ତ କ୍ୱାରେଣ୍ଚାଇନ୍ ହୋଇଛୁ ଏବଂ ଆମେ ସମସ୍ତେ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରୁଛୁ।

ସୂଚନାଯୋଗ୍ୟଯେ, ରବିବାର ଦିନ ଲକ୍ଷ୍ନୌର ଗାଲାଣ୍ଟ ଆପାର୍ଟମେଣ୍ଟରେ କନିକା କପୁରଙ୍କ ଦ୍ୱାରା ଏକ ପାର୍ଟିର ଆୟୋଜନ କରାଯାଇଥିଲା ଯେଉଁଥିରେ ବହୁ ବଡ ନେତା ଓ ଅଧିକାରୀ ଯୋଗ ଦେଇଥିଲେ। ଏବେ ପାର୍ଟିର ଫଟୋ ସାମନାକୁ ଆସିଛି। କନିକା ମଝିରେ ଫଟୋରେ ଦେଖାଯାଉଛନ୍ତି। ତାଙ୍କ ଡାହାଣ ପାଖରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଅଛନ୍ତି। ତାଙ୍କ ପୁଅ ସାଂସଦ ଦୁଷ୍ୟନ୍ତ ସିଂଙ୍କୁ ମଧ୍ୟ ଫଟୋରେ ଦେଖିବାକୁ ମିଳିଛି। ଇତି ମଧ୍ୟରେ କନିକା କରୋନା ସଂକ୍ରମିତ ନିଶ୍ଚିତ ହେବା ପରେ ବସୁନ୍ଧରା ରାଜେ ନିଜେ ନିଜକୁ କ୍ୱାରେଣ୍ଟାଇନ୍ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏତଦ୍ ବ୍ୟତୀତ ତାଙ୍କ ପୁଅ ସାଂସଦ ଦୁଷ୍ୟନ୍ତ ମଧ୍ୟ ନିଜକୁ କ୍ୱାରେଣ୍ଟାଇନ୍ ରଖିଛନ୍ତି।

ଜଣେ ଭାରତୀୟ ସେଲିବ୍ରିଟିଙ୍କ କରୋନା ହେବାର ଏହା ହେଉଛି ପ୍ରଥମ ମାମଲା।

ଏଠାରେ ଉଲ୍ଲେଖଯୋଗ୍ୟଯେ, ଗୁରୁବାର ଏବଂ ଶୁକ୍ରବାର ଦିନ ଦୁଷ୍ୟନ୍ତ ସଂସଦରେ ଉପସ୍ଥିତ ଥିଲେ।

ଏଭଳି ପରିସ୍ଥିତିରେ ଟିଏମସି ସାଂସଦ ଡେରେକ ଓ’ବ୍ରାୟନ୍ ସଂସଦ ଅଧିବେଶନ ସ୍ଥଗିତ ରଖିବାକୁ ଦାବି କରିଛନ୍ତି।

୧୩-୧୪ ମାର୍ଚ୍ଚରେ କନିକା ତାଙ୍କ ମାମୁଁଙ୍କ ଘରେ କାନପୁରରେ ଥିଲେ। ସୋସିଆଲ ମିଡ଼ିଆରେ ସେୟାର କରାଯାଇଥିବା ଫଟୋ ତାଙ୍କ ମାମୁଁଙ୍କ ଘରର। ଫଟୋରେ ସେ ମାମୁଁ ଘରର ପରିବାର ସଦସ୍ୟଙ୍କ ସହିତ ଅଛନ୍ତି। ସମସ୍ତ ଲୋକ ଘର ଭିତରେ ସିଡ଼ିରେ ବସିଛନ୍ତି। କନିକା କରୋନା ପଜିଟିଭ୍ ଆସିବା ପରେ ଲକ୍ଷ୍ନୌରେ ଥିବା ତାଙ୍କ ବିଲ୍ଡିଂର ଲୋକମାନେ ଅନ୍ୟ ସ୍ଥାନକୁ ଚାଲିଯାଉଛନ୍ତି। ଖବର ଅନୁଯାୟୀ ଏମାନେ ସମସ୍ତଙ୍କର ଟେଷ୍ଟ କରାଯିବ।

କନିକା ଏକ ୱେବସାଇଟ୍ ସହ କଥାବାର୍ତ୍ତାରେ କହିଛନ୍ତି ଯେ ମୁଁ ଲଣ୍ଡନରେ ରହେ ଏବଂ ଭାରତରେ କାମ କରେ। ମୋର ତିନି ସନ୍ତାନ ଲଣ୍ଡନରେ ଅଧ୍ୟୟନ କରନ୍ତି। ପ୍ରତି ମାସରେ ମୁଁ ତାଙ୍କୁ ଭେଟିବାକୁ ଯାଏ। ଫେବୃଆରୀ ଶେଷରୁ ମାର୍ଚ୍ଚ ୯ ପର୍ଯ୍ୟନ୍ତ ମୁଁ ଲଣ୍ଡନରେ ଥିଲି। ମୁଁ ଭାରତରେ କାମ କରିବାକୁ ଆସିଥିଲି। ଏହି ସମୟରେ ମୁଁ ଲକ୍ଷ୍ନୌରେ ମୋର ପିତାମାତାଙ୍କ ନିକଟକୁ ଆସିଥିଲି। ମୁଁ କୌଣସି ପ୍ରକାର ପାର୍ଟି କରି ନଥିଲି। ପାର୍ଟି ପାଇଁ ଏହା ଉପଯୁକ୍ତ ସମୟ ନୁହେଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.