Home ଓଡ଼ିଶା ଯୋଡା – ସ୍ତ୍ରୀର ଠେଙ୍ଗା ମାଡରେ ସ୍ୱାମୀର ମୃତ୍ୟୁ

ଯୋଡା – ସ୍ତ୍ରୀର ଠେଙ୍ଗା ମାଡରେ ସ୍ୱାମୀର ମୃତ୍ୟୁ

646

ଯୋଡା, ୨୦ା ୩ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ସିଲଯୋଡା ବେଲ ହାଟିଂ ଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଉକ୍ତ ହଟିଂର ଦୟାଲ ମୁଣ୍ଡା (୩୪) ନାମକ ଜଣେ ବ୍ୟକ୍ତିକୁ ତାଙ୍କ ସ୍ତ୍ରୀ ମୁକ୍ତା ମୁଣ୍ଡା (୨୯) ଏକ ଠେଙ୍ଗାରେ ତାଙ୍କ ମୁଣ୍ଡକୁ ପିଟି ହତ୍ୟା କରିଥିବା ବାମେବାରୀ ଥାନାରେ ଅଭିଯୋଗ ହୋଇଛି । ସ୍ତ୍ରୀ ମୁକ୍ତା ମୁଣ୍ଡାଙ୍କ କହିବା ଅନୁସାରେ ତାଙ୍କର ସ୍ୱାମୀ ଦାୟଲ ମୁଣ୍ଡା ପ୍ରତି ଦିନ ମଦ୍ୟପାନ କରି ଅନ୍ୟ ପୁରୁଷ ସହିତ ସମ୍ପର୍କ ରଖିଥିବାର ସନ୍ଦେହ କରି ତାଙ୍କୁ ମାରଧର କରିଥାନ୍ତି । ଦୀର୍ଘ ଦିନରୁ ଏହି ପ୍ରକ୍ରିୟା ଚାଲିଥିବା ବେଳେ ଗୁରୁବାର ରାତିରେ ମଧ୍ୟ ସେ ଆସି ତାଙ୍କ ସହିତ ଝଗଡା ଏବଂ ମାରପିଟ ଆରମ୍ଭ କରିଦେଇଥିଲେ । ଏଥିରେ ସେ ଉତ୍ତେଜିତ ହୋଇ ଦୟାଲଙ୍କୁ ମୁଣ୍ଡକୁ ଠେଙ୍ଗାରେ ବାଡେଇ ମାରିଦେଇଥିଲେ । ଦୟାଲ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ବେଳେ ନିକଟସ୍ଥ ଲୋକେ ବାମେବାରୀ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପବଞ୍ଚି ମୁକ୍ତାକୁ ଗିରଫ କରିବା ସହିତ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.