Home ଓଡ଼ିଶା ହରିଚନ୍ଦନପୁରବାସୀଙ୍କୁ କରୋନା ଭୟ, ଅଭିଯୋଗ ପରେ ପୋଲିସ ପ୍ରଶାସନ ପକ୍ଷରୁ ସାପ୍ତାହିକ ହାଟ ବନ୍ଦ

ହରିଚନ୍ଦନପୁରବାସୀଙ୍କୁ କରୋନା ଭୟ, ଅଭିଯୋଗ ପରେ ପୋଲିସ ପ୍ରଶାସନ ପକ୍ଷରୁ ସାପ୍ତାହିକ ହାଟ ବନ୍ଦ

211

ହରିଚନ୍ଦନପୁର, ତା ୨୦ ମାର୍ଚ୍ଚ(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ଚିନରୁ ସୃଷ୍ଟି ହୋଇ ସମସ୍ତ ଦେଶରେ ବ୍ୟାପିଥିବା ମହାମାରୀ କରୋନା ସଂକ୍ରମଣ ଭୁତାଣୁକୁ ନେଇ ସମସ୍ତ ଅଞ୍ଚଳ ଭୟଭୀତ ଥିବା ବେଳେ ସେଥିରୁ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବାଦ ପଡ଼ିନାହିଁ । ଏଅଞ୍ଚଳର ଜନସାଧାରଣଙ୍କୁ ଘାରିଛି କରୋନାର ଭୟ, ବର୍ଷବର୍ଷ ଧରି ଚାଲିଆସୁଥିବା ଶୁକ୍ରବାର ସାପ୍ତାହିକ ହାଟକୁ ଜନସାଧାରଣଙ୍କ ଅଭିଯୋଗ ପରେ ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ଦୋକାନ ବଜାର ବନ୍ଦ କରାଯାଇଛି । ଖବର ଅନୁଯାୟୀ ଦେଶ ତଥା ଓଡ଼ିଶାରେ ମହାମାରୀ କରୋନା ସଂକ୍ରମଣରୁ ମୁକ୍ତି ପାଇଁ ବିଭିନ୍ନ ପ୍ରକାରର ସଚେତନତା ପରେ ବିଭିନ୍ନ ଜିଲ୍ଲାରେ ୧୪୪ ଧାରା ଲାଗୁ କରାଯାଇଛି । ଏଥିସହ କେନ୍ଦୁଝର ଜିଲ୍ଲାରେ ୧୪୪ ଧାରା ଲାଗୁ କରାଯାଇଛି, ଏହାର ଉହ୍ଲଂଘନ କଲେ ୧୮୮ ଧାରା ଅନୁଯାୟୀ ଦଣ୍ଡନୀୟ ହେବାକୁ କଡ଼ା ନିର୍ଦ୍ଦେଶ ରହିଛି । ତାହାକୁ ନେଇ ଗତ ୧୮ ତାରିଖ ହରିଚନ୍ଦନପୁର ଠାରେ ହେବାକୁ ଥିବା ଦୋଳ ଯାତ୍ରା(ମେଲଣ)କୁ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଥିଲା । କରୋନା ଭୟରେ ବର୍ଷ ବର୍ଷ ଧରି ଚାଲିଆସୁଥିବା ମେଲଣ ଉତ୍ସବ ପ୍ରଶାସନ ପକ୍ଷରୁ ବନ୍ଦ କରାଗଲା । ଏପରି ସ୍ଥିତିରେ ଶୁକ୍ରବାର ସାପ୍ତାହିକ ହାଟରେ ହଜାର ହଜାର ଲୋକଙ୍କ ଜନଗହଳି ଓ ଶହଶହ ଦୋକାନ ବଜାର କାହା ସ୍ବାର୍ଥରେ ଖୋଲା ରହିବ । ତାହାକୁ ନେଇ ଏଅଞ୍ଚଳର ସାଧାରଣଙ୍କ ମହଲରେ ବିଭିନ୍ନ ପ୍ରଶ୍ନ ସୃଷ୍ଟି ହୋବା ସହ ଅସନ୍ତୋଷ ବୃଦ୍ଧି ପାଇଛି ।

ଆଜି ସ୍ଥାନୀୟ ଲୋକମାନେ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାପ୍ତାହିକ ହାଟ ବନ୍ଦ କରାଇବା ନିମନ୍ତେ ପୋଲିସ ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ସ୍ଥାନୀୟ ପୋଲିସ ଖାଦ୍ୟ ସାମଗ୍ରୀ ଓ ପନିପରିବା ଦୋକାନ ଛାଡି ଶହଶହ ବିଭିନ୍ନ ଦୋକାନ ବଜାରକୁ ବନ୍ଦ କରାଇଛି । ଏଥିମଧ୍ୟରେ ଟେସନାରୀ, ଲୁଗା, ବାସନ, ଛେଳି ହାଟ, ଗାଈ ବଳଦ ହାଟ, କୁକୁଡ଼ା ହାଟ, ହାଣ୍ଡିଆ ହାଟ, ଜୁଆ ଖେଳ, କୁକୁଡା ପଡା ଭଳି ବିଭିନ୍ନକୁ ପୋଲିସ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.