Home Top News ପିପିଲି ଉପନିର୍ବାଚନ ପାଇଁ ସାନି ବିଜ୍ଞପ୍ତି ଜାରୀ ..

ପିପିଲି ଉପନିର୍ବାଚନ ପାଇଁ ସାନି ବିଜ୍ଞପ୍ତି ଜାରୀ ..

74

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ସାନି ବିଜ୍ଞପ୍ତି ଜାରି କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ଏପ୍ରିଲ ୨୬ରେ ନାମାଙ୍କନ ଦାଖଲର ଶେଷ ତାରିଖ ହୋଇଥିବା ବେଳେ, ଏପ୍ରିଲ ୨୭ ତାରିଖରେ ନାମାଙ୍କନ ଯାଞ୍ଚ ହେବ। ଏହାସହ ଏପ୍ରିଲ ୨୯ ତାରିଖକୁ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରଖାଯାଇଛି। ଏହାପରେ ମେ ମାସ ୧୩ ତାରିଖରେ ଭୋଟ ଗ୍ରହଣ ହେବ ଏବଂ ମେ’ ୧୮ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ସରିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଏପ୍ରିଲ ୧୭ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କର ଦେହାନ୍ତ ହୋଇଥିଲା। ଏହାକୁ ନେଇ ନିର୍ବାଚନ ସ୍ଥଗିତ ରଖିଥିଲେ ନିର୍ବାଚନ ଅଧିକାରୀ। ଏବେ ବିଜେଡିରୁ ପାର୍ଥି ରୁଦ୍ର ପ୍ରତାପ ମହାରଥୀ, ବିଜେପି ପାର୍ଥି ଆଶ୍ରିତ ପଟ୍ଟନାୟକ ଥିବା ବେଳେ କଂଗ୍ରେସ କାହାକୁ ପାର୍ଥି କରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.