Home କୋରାପୁଟ ୫ଟି ଅନ୍ତର୍ଗତ  ୧୭ ଟି ସରକାରୀ ଉଚ୍ଚ ବିଦ୍ୟାଳୟ ରୁପାନ୍ତିକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ

୫ଟି ଅନ୍ତର୍ଗତ  ୧୭ ଟି ସରକାରୀ ଉଚ୍ଚ ବିଦ୍ୟାଳୟ ରୁପାନ୍ତିକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ

69

କୋରାପୁଟ  ୧୯-୦୪(ଓଡିଆ ପୁଅ /ରଂଜନ ଦାସ) ୫ଟି ଅନ୍ତର୍ଗତ କୋରାପୁଟ ଆକଂକ୍ଷା ଜିଲ୍ଲାର  ୧୭ଟି ସରକାରୀ ଉଚ୍ଚ ବିଦ୍ୟାଳୟ ରୁପାନ୍ତିକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି ।୫ଟି ସଚିବ ଭି.କେ.ପାଣ୍ଡିଆନ ଭିଡିଓ କନଭେରେନ୍ସ ମାଧ୍ୟମରେ ଶୁଭାରମ୍ଭ କରିଥିଲେ ।କୋରାପୁଟ ମ୍ୟୁନସିପାଲଟିର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ,କୋଟପାଡ ଏନଏସିର ସରକାରୀ  ଉଚ୍ଚ ବିଦ୍ୟାଳୟ ,ସାରକାରୀ ଉଚ୍ଚ ବିଦ୍ୟାଳୟ ସେମିଲିଗୁଡା ,ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ,ହାଟଗୁଡା ,ସରକାରୀ ଉଚ୍ଚ ବିଦ୍ୟାଳୟ ପଟ୍ଟାଙ୍ଗୀ ,ସରକାରୀ ଉଚ୍ଚ ବିଦ୍ୟାଳୟ ପାଡୁଆ ,ସରକାରୀ ଉଚ୍ଚ ବିଦ୍ୟାଳୟ ନନ୍ଦପୁର ,ସରକାରୀ ଉଚ୍ଚ ବିଦ୍ୟାଳୟ ଲମତାପୁଟ ,ସରକାରୀ ଉଚ୍ଚ ବିଦ୍ୟାଳୟ ପୋଡାଗଡ ,ସରକାରୀ ଉଚ୍ଚ ବିଦ୍ୟାଳୟ କାକିରିଗୁମ୍ମା ,ସରକାରୀ ଉଚ୍ଚ ବିଦ୍ୟାଳୟ ନାରାୟଣପାଟଣା ,ସରକାରୀ ଉଚ୍ଚ ବିଦ୍ୟାଳୟ ବନ୍ଧୁଗାଁ ,ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଆମ୍ବାଗୁଡା ,ସରକାରୀ ଉଚ୍ଚ ବିଦ୍ୟାଳୟ କୁମୁଲି ,ସରକାରୀ ଉଚ୍ଚ ବିଦ୍ୟାଳୟ ନାରିଗାଁ ,ସରକାରୀ ନୋଡାଲ ଗଙ୍ଗାଧର ହାଇସ୍କୁଲ କୁସୁମି  ଏବଂ ସରକାରୀ ଶ୍ରୀ ଅରବିନ୍ଦ ଶିକ୍ଷା ନିକେତନ କୁନ୍ଦ୍ରା ପ୍ରମୁଖ ୧୭ଟି ସରକାରୀ ଉଚ୍ଚ ବିଦ୍ୟାଳୟକୁ ପ୍ରଥମ ପର୍ଯ୍ୟାୟରେ ରୁପାନ୍ତିକରଣ କରିବାକୁ ନେଇଯାଇଥିବା ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ସୂଚନା ଦେଇଛନ୍ତି ।ସମସ୍ତ ସ୍କୁଲ ୫ ବର୍ଷ ନିମନ୍ତେ ଭିଜନ ଡକ୍ୟୁମେଂଟ ପ୍ରସ୍ତୁତ କରିଥିବା ବେଳେ ଚଳିତ ବର୍ଷ ନିମନ୍ତେ ରହିଥିବା ଭିଜନ ଡକ୍ୟୁମେଂଟକୁ ୫ଟି ସଚିବ ଶୁଭାରମ୍ଭ କରିଥିଲେ ବୋଲି ସେ ପ୍ରକାଶ କରିଛନ୍ତି ।ସ୍ମାର୍ଟ ଶ୍ରେଣୀ ଗୃହ, ଲାଇବ୍ରେରୀ  .ବିଜ୍ଞାନ ଲେବ୍ରୋଟେରୀ , ଶୈାଚାଳୟ ପ୍ରଭୃତି ଚଳିତ ଅକ୍ଟୋବରମାସ ପୂର୍ବରୁ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଥିବା ସେ ସୂଚନା ଦେଇଛନ୍ତି । ସଂଗୀତ ତଥା ଯୋଗ ଶିକ୍ଷା ନିମନ୍ତେ ସ୍କୁଲ ପରିଚାଳନା କମିଟିକୁ ଅର୍ଥ ପ୍ରଦାନ କରାଯିବ ସେମାନେ ଉକ୍ତ ଅର୍ଥରୁ ଯୋଗ କିମ୍ବା ସଂଗୀତ ଶିକ୍ଷକମାନଙ୍କୁ ଆଣି ଛାତ୍ରଛାତ୍ରୀମାନଙ୍କୁ ଉକ୍ତ ଶିକ୍ଷା ପ୍ରଦାନ କରିପାରିବେ ବୋଲି ସେ ପ୍ରକାଶ କରିଛନ୍ତି ।ଉକ୍ତ ୧୭ ଟି ହାଇସ୍କୁଲରେ ଖାଲିଥିବା ଶିକ୍ଷକ ପଦବୀ ପୂରଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।କୋରାପୁଟ ଜିଲ୍ଲାପାଳଙ୍କ ମିନି କନଭେରେନ୍ସରେ ଭିଡିଓ କନଭେରେନ୍ସ କାର୍ଯ୍ୟକ୍ରମ କରାଯାଇଥିଲା ।କୋରାପୁଟ ଜିଲ୍ଲାପାଳଙ୍କ ସହ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ ,ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହାକ ,କୋରାପୁଟ ବ୍ଲକ ଶିକ୍ଷା ଅଧିକାରୀ ଅର୍ପିତା ପ୍ରଧାନ ,କୋରାପୁଟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଶ୍ରୀକାନ୍ତ ଜାନି , ସହକାରୀ ଶିକ୍ଷୟତ୍ରୀ ମିନା କୁମାରୀ ସ୍ୱାଇଁ  ଓ ସଂଗୀତା ସାହୁ ,କୋରାପୁଟ ମ୍ୟୁନସିପାଲଟି ନିର୍ବାହୀ ଅଧିକାରୀ  ଆଲୋକ ରଂଜନ ସାମାନ୍ତରାୟ ,କୋରାପୁଟ ସରକାରୀ ବାଳିକା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମନୋରାମା ରଣା ଓ ସଦସ୍ୟ ଅରୁଣ କୁମାର ସାହୁ ,ସ୍କୁଲର ପୂରାତନ ଛାତ୍ରୀ ମଞୁଲା ବେହେରା  , ଡ.ଲତିକା କୁମାରୀ ମିଶ୍ର ଓ ତପସ୍ମିନୀ ମହାପାତ୍ର , ଛାତ୍ରୀ ଅନୁପମା ନାୟକ ,ହେମବତୀ ନାୟକ ,ହେମଲତା ନାୟକ ଓ ବର୍ଷାରଣୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମରେ ଓସ୍ୱାନର ମ୍ୟାନେଜର ମନୋଜ ଦାସ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଏପିଡି ହିମାଂଶୁ ଶତପଥି ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।ବ୍ଲକମାନଙ୍କରେ ବିଡିଓ , ସ୍କୁଲ ପ୍ରଧାନଶିକ୍ଷକ , ଛାତ୍ରଛାତ୍ରୀ , ଏସଏମସି ସଭାପତି ଓ ପୂରାତନ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ଭିଡିଓ କନଭେରେନ୍ସ ମାଧ୍ୟମରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.