Home Top News ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମାଛ ଖାଇବା ଆବଶ୍ୟକ

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମାଛ ଖାଇବା ଆବଶ୍ୟକ

208

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ର ପରାମର୍ଶ ଅନୁସାରେ, ଜଣେ ବ୍ୟକ୍ତି ବର୍ଷ କୁ ଅତି କମ ରେ ୧୧ କେଜି ମାଛ ଖାଇବା ଆବଶ୍ୟକ। ଆମ ରାଜ୍ୟରେ ଲୋକମାନେ ମାଛ ର ଗୁରୁତ୍ୱକୁ ଉପଲବ୍ଧି କଲେଣି, ତେଣୁ ଦିନକୁ ଦିନ ମାଛ ର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟ ରେ ଏବେ ମୁଣ୍ଡ ପିଛା ମାଛ ଆହରଣ ୧୬.୨୪ କେଜି କୁ ବୃଦ୍ଧି ପାଇଲାଣି। ଗ୍ରାମାଞ୍ଚଳ ରେ ପୁଷ୍ଟିହୀନତା ବିଶେଷ ଭାବରେ ଦେଖାଯାଇଥାଏ। ଆମକୁ ସୁସ୍ଥ ରହିବା କୁ ହେଲେ ଖାଦ୍ୟରେ ଅଧିକରୁ ଅଧିକ ପରିମାଣ ର ମାଛ ସାମିଲ କରିବା ଦରକାର। ଚୂନା ମାଛ ଗୁଡିକରେ ସମସ୍ତ ପ୍ରକାର ଖଣିଜ ପଦାର୍ଥ ଥାଏ ଏବଂ ଏହି ଚୂନା ମାଛ ରୁ ଭିଟାମିନ ଏ, ଡି ଓ ବି ମିଳିଥାଏ। ସାଧାରଣତଃ ଆମ୍ଭେମାନେ ଚୂନା ମାଛ ଗୁଡିକର ମୁଣ୍ଡ ଓ କଣ୍ଟା ସମ୍ପୂର୍ଣ ଖାଇଥାଉ, ଯାହାର କି ଉପାଦେୟତା ଅଧିକ ଥାଏ। ଚୂନା ମାଛ ରେ ଅଧିକ ପରିମାଣର ସୂକ୍ଷ୍ମ ପୁଷ୍ଟିସାର ଥାଏ, ତେଣୁ ଚୁନା ମାଛ ଖାଇବା ଦ୍ୱାରା ପିଲାମାନେ ଅଧିକ ବୁଦ୍ଧିମାନ ହୋଇଥାନ୍ତି। ସୁସ୍ଥ ମସ୍ତିସ୍କ ବୃଦ୍ଧି ହେବା ସହିତ ଚଷୁ ସୁସ୍ଥ ରହେ, ରକ୍ତହୀନତା ଦୂର ହୁଏ। ହାଡ ଓ ଦାନ୍ତ ଶକ୍ତ ଓ ସୁସ୍ଥ ରହେ। ମାଛ ରେ ପୁଷ୍ଟିସାର ଅଧିକ ଥିବାରୁ ଏହା ଗର୍ଭାବତୀ ମହିଳା, ସ୍ତନ୍ୟପାନ କରାଉଥିବା ମା ଓ ଶିଶୁ ଙ୍କ ପାଇଁ ଅଧିକ ଉପଯୋଗୀ ଅଟେ। ମାଛ ତେଲ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ଓମେଗା-୩ ଫ୍ୟାଟି ଏସିଡ୍, ଭିଟାମିନ୍ ଅଧିକ ପରିମାଣରେ ମାଛ ତେଲରେ ଥାଏ। ମାଛ ତେଲ ଯନ୍ତ୍ରଣା ଓ ମାନସିକ ଚାପ ହ୍ରାସ କରିଥାଏ। ମାଛ ତେଲ ହୃଦୟ ପାଇଁ ଭଲ ବୋଲି ବିବେଚନା କରାଯାଏ। ଏହା ରକ୍ତ ଜମାଟ ବାନ୍ଧିବା ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ। ପ୍ରତିଦିନ ମାଛ ତେଲ ବ୍ୟବହାର କରିବା ଦ୍ୱାରା ହୃଦଘାତ ହବାର ସମ୍ଭାବନା କମିଯାଏ। ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଇଁ ଏହା ଲାଭଦାୟକ ଅଟେ। ପଞ୍ଜାବ ର ଗୁରୁ ଅଙ୍ଗଦ ଦେବ ପ୍ରାଣୀ ଚିକିତ୍ସା ଏବଂ ପ୍ରାଣୀ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ଦ୍ୱାରା ମାଛ ବିସ୍କୁଟ ପ୍ରସ୍ତୁତ କରାଯାଇଛି। ଯାହାକି ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ। କରୋନା ମହାମାରୀ ଆସିବା ପରେ, ଲୋକମାନେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଥିବା ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି। ତେଣୁ ହାଇ ପ୍ରୋଟିନ ଯୁକ୍ତ ମାଛ ବିସ୍କୁଟ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ଖୁବ୍ ସହାୟକ ହେବ ବୋଲି ଆଶା କରାଯାଏ। ବିସ୍କୁଟ ପ୍ରସ୍ତୁତକାରୀ ଙ୍କ କହିବା ଅନୁସାରେ, ଏହି ବିସ୍କୁଟ ସାଧାରଣ ବିସ୍କୁଟ ତୁଳନାରେ ମହଙ୍ଗା ଅଟେ କିନ୍ତୁ ଏହା ଔଷଧ ଭଳି କାମ କରିବ।

ଡ. ଗଣେଶ ଚନ୍ଦ୍ର କୁଣ୍ଡ

ପଟାମୁଣ୍ଡାଇ, କେନ୍ଦ୍ରାପଡ଼ା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.