Home Top News ଦେଶରୁ ପଳାୟନ କରିବା ଉପରେ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆଶରଫ ଘାନିଙ୍କ ସ୍ପଷ୍ଟୋକ୍ତି – କହିଲେ,...

ଦେଶରୁ ପଳାୟନ କରିବା ଉପରେ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆଶରଫ ଘାନିଙ୍କ ସ୍ପଷ୍ଟୋକ୍ତି – କହିଲେ, ଆଫଗାନିସ୍ତାନରୁ କେବଳ ଗୋଟିଏ ଯୋଡା ପୋଷାକ ଆଣି ଦେଶ ଛାଡ଼ିବାର ବାଟ ଖୋଜିଛି

102

ନୂଆ ଦିଲ୍ଲୀ ୧୯ ଅଗଷ୍ଟ (ଓଡ଼ିଆ ପୁଅ) ଆଫଗାନିସ୍ତାନରୁ ପଳାୟନ କରିଥିବା ପୂର୍ବତନ ରାଷ୍ଟ୍ରପତି ଆଶରଫ ଘାନି ଟଙ୍କା ନେଇ ଦେଶ ଛାଡି ପଳାଇଥିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ସେ କେବଳ ଏକ ପୋଷାକରେ ଆଫଗାନିସ୍ତାନ ଛାଡିଛନ୍ତି ବୋଲି ସ୍ପଷ୍ଟ କରି ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି। ଘାନିଙ୍କ ଏହି ବିବୃତ୍ତି ଏକ ଫେସବୁକ୍ ପୋଷ୍ଟ ମାଧ୍ୟମରେ ସାମ୍ନାକୁ ଆସିଛି।

ଆଫଗାନିସ୍ତାନ ଛାଡିବା ପରେ ଆଶ୍ରାଫ ଘାନି ସଂଯୁକ୍ତ ଆରବ ଏମିରେଟ୍ସରେ ଆଶ୍ରୟ ନେଇଛନ୍ତି। ୟୁଏଇ ବୈଦେଶିକ ମନ୍ତ୍ରଣାଳୟ ଆଶରଫ ଘାନି ଏବଂ ତାଙ୍କ ପରିବାରର ଉପସ୍ଥିତି ଖବର ନିଶ୍ଚିତ କରିଛି। ୟୁଏଇ ସରକାରଙ୍କ ଅନୁଯାୟୀ, ଘାନି ଏବଂ ତାଙ୍କ ପରିବାରକୁ ମାନବିକତା କାରଣରୁ ଆଶ୍ରୟ ଦିଆଯାଇଛି ବୋଲି କୁହାଯାଇଛି।

ଏକ ଭିଡିଓ ବାର୍ତ୍ତାରେ ଆଶରଫ ଘାନି କହିଛନ୍ତି, ‘ମୁଁ ଦେଶ ଛାଡି ପଳାୟନ କରିବାକୁ ଇଚ୍ଛା କରି ନଥିଲି। ମୁଁ ରକ୍ତପାତ ବନ୍ଦ କରିବାକୁ ୟୁଏଇରେ ଅଛି। ମୁଁ ତଥାପି ଆଫଗାନିସ୍ତାନକୁ ଫେରିବା ପାଇଁ ଉପାୟ ଖୋଜୁଛି। ନ୍ୟାୟ, ଆଫଗାନିସ୍ତାନର ସାର୍ବଭୌମତ୍ୱ ଏବଂ ପ୍ରକୃତ ଇସଲାମିକ ମୂଲ୍ୟବୋଧକୁ ଫେରାଇ ଆଣିବା ପାଇଁ ମୁଁ ସଂଗ୍ରାମ ଜାରି ରଖିବି।

ଆଶ୍‌ରଫ ଘାନି ଦେଶ ଛାଡିବା ପଛରେ ଯାହା ବି ଯୁକ୍ତି ଦିଅନ୍ତୁ ପଛକେ, କିନ୍ତୁ ବାସ୍ତବତା ହେଉଛି ବର୍ତ୍ତମାନ ଆଫଗାନିସ୍ତାନର ସ୍ଥିତି ବଦଳି ଯାଇଛି। ପ୍ରକୃତ ପ୍ରଶ୍ନ ହେଉଛି, ସେ କେଉଁ କ୍ଷମତାରେ ଆଫଗାନିସ୍ତାନକୁ ଫେରିବେ, କାରଣ ଆଫଗାନିସ୍ତାନର ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ନିଜକୁ ନୂତନ ରାଷ୍ଟ୍ରପତି ଘୋଷଣା କରିଛନ୍ତି। ତାଜିକିସ୍ତାନରେ ଆଫଗାନିସ୍ତାନ ଦୂତାବାସ ଭିତରେ ଆଶରଫ ଘାନିଙ୍କ ସ୍ଥାନରେ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ଫଟୋଚିତ୍ର ସ୍ଥାନିତ ହୋଇଛି।

ତାଲିବାନଙ୍କ ଆଗରେ ମୁଁଣ୍ଡ ନୁଆଁଇବାକୁ ସାଲେହ ସମ୍ପୂର୍ଣ୍ଣ ଭାବେ ମନା କରି ଦେଇଛନ୍ତି। ତାଲିବାନ କାବୁଲକୁ ଦଖଲ କରିବା ସତ୍ତ୍ୱେ ସେ ଦେଶ ଛାଡି ନାହାଁନ୍ତି କିମ୍ବା ସଂଘର୍ଷ କରିନାହାଁନ୍ତି। ଏହି ସମୟରେ ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ବିସ୍ମିଲ୍ଲା ଖାନ ଟ୍ୱିଟ କରି ଇଣ୍ଟରପୋଲକୁ ମାତୃଭୂମିକୁ ବିକ୍ରୟ କରି ପଳାୟନ କରିଥିବା ଆଶରଫ ଘାନିଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି।

ତାଲିବାନ ଶାସନ ପ୍ରତ୍ୟାବର୍ତ୍ତନ ପରେ ଆଜି ଆଫଗାନିସ୍ତାନର ସାଧାରଣ ଜନତା ତାଙ୍କ ନେତା ପଳାୟନ କରିଥିବାର ଦେଖି କ୍ରୋଧିତ ହୋଇଛନ୍ତି। ଏପରିକି ଆମେରିକା କହିଛି ଯେ ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତି ପାଇଁ ଆଫଗାନିସ୍ଥାନର ପଳାତକ ନେତାମାନେହିଁ ଦାୟୀ, ଯେଉଁମାନେ କଠିନ ସମୟରେ ପଳାୟନ କରିଛନ୍ତି। ଏହା ସ୍ପଷ୍ଟ ଯେ ଆଶ୍‌ରଫ ଘାନିଙ୍କର ସ୍ପଷ୍ଟୋକ୍ତି ଆଫଗାନିସ୍ତାନର ଲୋକମାନେ ଗ୍ରହଣ କରିବେ ନାହିଁ କିମ୍ବା ବିଶ୍ୱ ଏହାକୁ ପସନ୍ଦ କରିବେ କି ନାହିଁ ତାହା ଆସନ୍ତା ସମୟ ହିଁ କହିବ। କିନ୍ତୁ ଇତିହାସ ଆଶ୍‌ରଫ ଘାନିଙ୍କୁ ପଳାତକ ନେତା ଭାବରେ ମନେ ରଖିବ, ଯିଏ ତାଲିବାନର ନିର୍ଦ୍ଦୟ ପଦକ୍ଷେପ ପୂର୍ବରୁ ଆଫଗାନିସ୍ତାନର ଲୋକଙ୍କୁ ଅସହାୟ କରି ପଳାୟନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.