Home ଅପରାଧ ତାଲିବାନଙ୍କ ଆଫଗାନ୍ ନୀତି: ବିଶ୍ୱ ପାଇଁ ସତର୍କ ଘଣ୍ଟି ..

ତାଲିବାନଙ୍କ ଆଫଗାନ୍ ନୀତି: ବିଶ୍ୱ ପାଇଁ ସତର୍କ ଘଣ୍ଟି ..

148

ଆଫଗାନିସ୍ତାନ ଏବେ କୁରୁକ୍ଷେତ୍ର। ନିଲାମ ହେଉଛି ଲକ୍ଷଲକ୍ଷ ଦ୍ରୌପଦୀଙ୍କ ଲଜ୍ଜା। ଜାନୁ ଫୁଙ୍ଗୁଳା କରି ବସିଛନ୍ତି ଅନେକ ଦୁର୍ଯ୍ୟୋଧନ। ବୟସ ୧୨ରୁ ୪୫, କୋମଳ ମାଂସ, ସୁନ୍ଦର ଶରୀରର ଅଧିକାରୀ ହେବା ଆଫଗାନ ଯୁବତୀଙ୍କର ସବୁଠୁ ବଡ଼ ପାପ। ଧୃତରାଷ୍ଟ୍ର ଭଳି ଅନ୍ଧ ସାଜି ନୀରବ ରହିଲେ ଭବିଷ୍ୟତରେ ପତନ ସୁନିଶ୍ଚିତ ଏହା ବିଶ୍ୱ ଜାଣି ରଖିବା ଉଚିତ। ମୋ ମା’ ପୂଜା କରୁଛି, ସ୍ତ୍ରୀ ରୋଷେଇ ଆଉ ଝିଅ ଆର ରୁମରେ ପାଠପଢୁଛି। ମୁଁ କାହିଁକି ସେ ଆଫଗାନ୍ କଥା ଭାବିବି? ମୋ ଘରେ ସମସ୍ତେ ସୁରକ୍ଷିତ। କିନ୍ତୁ କେତେ ଦିନ? ଏକଥା ସାରା ବିଶ୍ୱ ଚିନ୍ତା କରିବା ଆବଶ୍ୟକ। ଦୁଷ୍ଟ ଶକ୍ତିକୁ ପ୍ରଶ୍ରୟ ଦେଲେ ସେ ଅଧିକ ଶକ୍ତିଶାଳୀ ହୋଇଉଠେ। ତାଲିବାନକୁ ବିରୋଧ ନକରିବା ତାକୁ ସମର୍ଥନ କରିବା ସହ ସମାନ। ବିଶ୍ୱ ସଙ୍ଗଠନ ସବୁ ବଡ଼ବଡ଼ ଦେଶର ନିର୍ଦ୍ଦେଶରେ ପରିଚାଳିତ। ଆତଙ୍କରାଜ ବଢିଲେ ଅସ୍ତ୍ରଶସ୍ତ୍ର ବିକି ପରୋକ୍ଷରେ ସେମାନେ ହିଁ ଲାଭାନ୍ବିତ ହେବେ। କିନ୍ତୁ, ଟିକେ ଦୂରକୁ ଭାବିଲେ ଭୟଙ୍କର ଏକ ବିଶ୍ୱର ପରିକଳ୍ପନା ଛାତି ଥରେଇ ଦେଉଛି। ବିନା କ୍ଷମତାରେ ଯିଏ ଏତେ ଶକ୍ତିଶାଳୀ, ଗୋଟେ ଦେଶର କ୍ଷମତା ପାଇଲେ କେତେ ଶକ୍ତିଶାଳୀ ହେବ ଟିକେ ଭାବନ୍ତୁ ତ’? ପାକିସ୍ତାନ ତାଲିବାନକୁ ସହଯୋଗ କରୁଛି। ଆଉ ପାକିସ୍ତାନ ଚୀନର ନିର୍ଦ୍ଦେଶରେ ପରିଚାଳିତ। ଭାରତର ପଡ଼ୋଶୀ ଦେଶ ସବୁ କଠୋରପନ୍ଥୀ ଏବଂ ଭାରତ ବିରୋଧରେ ଏମାନେ ଏକତ୍ରିତ ହେବାରେ ଲାଗିଛନ୍ତି। ରୋହିଙ୍ଗ୍ୟାମାନେ ମଧ୍ୟ କିଛି କମ୍ ଭୟଙ୍କର ନୁହଁନ୍ତି। ସେପଟେ ବାଙ୍ଗଲାଦେଶର ହିନ୍ଦୁ ନାରୀଙ୍କୁ ଅତ୍ୟାଚାର କରି, ହିନ୍ଦୁ ଧର୍ମ, ମନ୍ଦିରର ହାନୀ ଘଟାଇ ଏବେ ସରଳ ନୀରିହ ସାଜି ଭାରତର ଶରଣ ପଶିଛନ୍ତି। କିନ୍ତୁ କାହିଁକି ଭାରତ ଏମାନଙ୍କୁ ଆଶ୍ରୟ ଦେବ? କ’ଣ ଭାବିଛନ୍ତି ଏମାନେ? ଭାରତ କ’ଣ ଗୋଟେ ଧର୍ମଶାଳା? ଯେଉଁ ମୁସଲମାନମାନେ ସରିଆ ଆଇନକୁ ସମର୍ଥନ କରୁଛନ୍ତିି, ସେମାନେ ଆଜି କାହିଁକି ଆଫଗାନ ଛାଡ଼ି ଭାରତର ଶରଣ ନେବାକୁ ଚାହୁଁଛନ୍ତି? ଆଉ ଭାରତରେ ରହି ଯେଉଁମାନେ ଛାତିଫାଡ଼ି ସେକୁଲାର ସେକୁଲାର ରଡ଼ି ଛାଡୁଛନ୍ତି। ପ୍ରତ୍ୟକ୍ଷ ହଉ ଅବା ପରୋକ୍ଷରେ ହିନ୍ଦୁ ବିରୋଧୀ, ଦେଶ ବିରୋଧୀ ଆଚରଣରେ ଲିପ୍ତ , ସେମାନେ କାହିଁକି ଆଜିଯାଏଁ ଦେଶ ଭିତରେ ଆସ୍ଥାନ ଜମେଇ ବସିଛନ୍ତି?

ଏଠାରେ କିଞ୍ଚିତ ଭାବରେ ସରିଆ ଆଇନ ବିଷୟରେ ଉପସ୍ଥାପନା କରିବାକୁ ଚାହିଁବି। All India Muslim Law Board ଦ୍ଵାରା ସମଗ୍ର ଭାରତରେ ସରିୟତ ଆଇନ ଲାଗୁ କରିବା ପାଇଁ ଜୋରଦାର ଦାବି ହେଉଛି। ଇସଲାମିକ ମାନ୍ୟତା ଅନୁସାରେ ‘ଦାରୁଲ କଜା’ ନାମରେ ଦେଶର ପ୍ରତି ଜିଲ୍ଲାରେ ଇସଲାମିକ ଅଦାଲତ ରହିବ। ସରିଆ ଆଇନ ଇସଲାମ ଧର୍ମାବଲମ୍ବୀଙ୍କ ବ୍ୟକ୍ତିଗତ, ରାଜନୈତିକ, ଆର୍ଥିକ ଏବଂ ସାଂସ୍କୃତିକ ଜୀବନରେ ହସ୍ତକ୍ଷେପ କରିବ।
ଏହି ସରିଆ ଆଇନର ୪ଟି ପ୍ରମୁଖ ସଂସ୍ଥା ରହିଛି।
୧. ହନଫିୟା
୨.ମଲ୍ଲିକିୟା
୩.ଶଫିୟା
୪.ହନବଲ୍ଲିୟା
ଏହି ସଂସ୍ଥା ଗୁଡ଼ିକ କୁରାନ ଓ ଇସଲାମିକ ସମାଜର ବ୍ୟାଖ୍ୟା ଭିନ୍ନ ଭିନ୍ନ ରୂପରେ କରନ୍ତି। ସରିଆ ଆଇନ ଅନୁଯାୟୀ –
– ଅନ୍ୟ ଜାତିର ଲୋକଙ୍କୁ ଇସଲାମିକ ଧର୍ମରେ ଦୀକ୍ଷିତ କରାଇବା ପୂଣ୍ୟ (ଜବରଦସ୍ତ ଧର୍ମ ପରିବର୍ତ୍ତନ ଆଇନ ସଙ୍ଗତ)
– ଗୋଟିଏ ନାରୀ ତା’ର ପୂର୍ଣ୍ଣଜୀବନ ସ୍ବାମୀ ପାଦ ତଳେ ସମର୍ପି ଦେବ
– ଅପରାଧୀଙ୍କୁ ପଥର ମାରି ଦଣ୍ଡିତ କରାଯିବ
– ଯିଏ ନିଜ ଧର୍ମ (ଇସଲାମିକ) ପରିବର୍ତ୍ତନ କରିବ,ସିତାକୁ ୧୦ ଦିନ ଭିତରେ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯିବ।
– ମାନବ ବୋମା/ ସୁଇସାଇଡ୍ ବମ୍ବର ପ୍ରୟୋଗ ଯଥାର୍ଥ। (ଆହୁରି ଅନେକ ଆଇନ ରହିଛି, ମୁଁ ସଂକ୍ଷେପରେ ବର୍ଣ୍ଣନା କରିଛି)
ତେବେ, ଏସବୁ ବାଦ ମଧ୍ୟ ଇସଲାମିକ ଧର୍ମାବଲମ୍ବୀମାନେ ସରିଆ ଆଇନର ସପକ୍ଷବାଦୀ। ଆଫଗାନବାସୀ ମଧ୍ୟ ଏସବୁର‌ ସମର୍ଥନ କରନ୍ତି। ତେବେ କାହିଁକି ସେମାନେ ତାଲିବାନୀଙ୍କୁ ଡରି, ନିଜ ଘରଦ୍ୱାର, ସ୍ତ୍ରୀ ପିଲା ଛାଡ଼ି ପଳାୟନ କରୁଛନ୍ତି? ଅବଶ୍ୟ ଚଳନ୍ତା ଉଡ଼ାଜାହାଜରୁ ଖସିପଡ଼ି ମୃତ୍ୟୁ ବରଣ କରିବା ଘଟଣା ନିଶ୍ଚୟ ହୃଦୟ ବିଦାରକ। ତାହେଲେ ଏ ସମସ୍ତ ଘଟଣାରୁ ବିଶ୍ଵ କ’ଣ ବୁଝିବ? ଏ ସବୁର ପ୍ରଭାବ ଭାରତ ଉପରେ ପଡ଼ିବାଟା ସୁନିଶ୍ଚିତ। ଅନ୍ୟ ଇସଲାମୀକ୍ ଦେଶ ମଧ୍ୟ ଭୀଷଣ ଭାବରେ ପ୍ରଭାବିତ ହେବେ।କାରଣ ୟେ ବିକୃତ ମସ୍ତିସ୍କ ତାଲିବାନି କାହାର ନିଜର ନୁହେଁ। ବେଳ ହୁଁ ସାବଧାନ ହୋଇ କୌଣସି ପଦକ୍ଷେପ ନନେଲେ ଭବିଷ୍ୟତ ଅନ୍ଧାର।
– ଶତରୂପା ମିଶ୍ର
ଆଇଟି ସେଲ୍ ରାଜ୍ୟ ସଂଯୋଜିକା
ବିଜେପି ମହିଳା ମୋର୍ଚ୍ଚା, ଓଡ଼ିଶା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.