Home Top News ଆମେରିକାର କଲୋରଡୋରେ ଆଖିବୁଜା ଗୁଳି ଚାଳନା, ପୋଲିସ୍ ସମେତ ଅନେକ ମୃତ

ଆମେରିକାର କଲୋରଡୋରେ ଆଖିବୁଜା ଗୁଳି ଚାଳନା, ପୋଲିସ୍ ସମେତ ଅନେକ ମୃତ

157

କଲୋରଡୋ ୨୩-୩ (ଓଡ଼ିଆ ପୁଅ) : ଆମେରିକାର କଲୋରଡୋ ପ୍ରଦେଶର ବୋଲଡରର ଏକ ସୁପରମାକାର୍ଟରେ ଜଣେ ପୋଲିସ୍ ଅଧିକାରୀଙ୍କ ସମେତ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି। ଆମେରିକାର ପୋଲିସ କହିଛି ଯେ କଲରାଡୋର ବୋଲଡରର ସୁପରମାର୍କେଟରେ ଗୁଳି ବିନିମୟରେ ଜଣେ ପୋଲିସ କର୍ମଚାରୀଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ ଘଟିଛି।

ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ଅନୁଯାୟୀ, ପୋଲିସ୍ ଅଧିକାରୀ କହିଛନ୍ତି ଯେ, ଗୁଳି ବିନିମୟରେ ଜଣେ ପୋଲିସ କର୍ମଚାରୀଙ୍କ ସମେତ ଅତି କମରେ ଛଅ ଜଣଙ୍କର ମୃତ୍ୟୁ ଘଟିଛି।

ରିପୋର୍ଟ ଅନୁଯାୟୀ ଏହି ଘଟଣାରେ ଅନେକ ଲୋକ ମଧ୍ୟ ଆହତ ହୋଇଛନ୍ତି। ତେଣୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ପୋଲିସ ସନ୍ଦେହ କରୁଛି।

ଜଣେ ସନ୍ଦିଗ୍ଧକୁ ପୋଲିସ ହେପାଜତରେ ରଖିଛି। ସେ ଆହତ ହେବା କାରଣରୁ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏହା ପୂର୍ବରୁ ଜଣାଯାଇଥିଲା ଯେ ଆମେରିକାର କଲୋରଡୋର ବୋଲଡରର ଏକ ସୁପରମାକାର୍ଟ ଦୋକାନରେ ଜଣେ ବନ୍ଧୁକଧାରୀଙ୍କୁ ଦେଖିବାକୁ ମିଳିଛି। ବୋଲ୍ଡର ପୋଲିସ ଏ ବିଷୟରେ ଲୋକଙ୍କୁ ସଚେତନ କରାଇଥିଲା। କିନ୍ତୁ ତା’ପରେ ଏହି ଅଞ୍ଚଳରେ ଗୁଳି ବିନିମୟ ହୋଇଥିଲା ଯେଉଁଥିରେ ଅନେକ ଲୋକ ପ୍ରାଣ ହରାଇଛନ୍ତି।

ପୋଲିସ ଅଭିଯୁକ୍ତକୁ ଗିରଫ କରିଛି କିନ୍ତୁ ଅଭିଯୁକ୍ତଙ୍କ ଗୁଳିର କାରଣ କ’ଣ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଅଭିଯୁକ୍ତ କାହିଁକି ଗୁଳି ଚଳାଇଲା ପୋଲିସ ଜାଣିବାକୁ ଚେଷ୍ଟା କରୁଛି।

ଅନେକ ଥର ପଚରାଗଲେ ମଧ୍ୟ ଅଧିକାରୀମାନେ ଏହି ବିଷୟରେ କହିବାକୁ ମନା କରିଦେଇଥିଲେ।

ଗୁଳି ବିନିମୟରେ ବ୍ୟବହୃତ ଅସ୍ତ୍ର ବିଷୟରେ ଅଧିକାରୀମାନେ ମଧ୍ୟ କୌଣସି ସୂଚନା ଦେଇନାହାଁନ୍ତି।

ଜଣେ ବରିଷ୍ଠ ଆଇନଜୀବୀ ସୂତ୍ରରୁ CNNକହିଛି ଯେ, ଗୁଳି ବିନିମୟରେ AR-15 ଷ୍ଟାଇଲ୍ ରାଇଫଲ ବ୍ୟବହାର କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.