Home Top News ମହିଳା ଏସ୍‌ଆଇଙ୍କ ଆତ୍ମହତ୍ୟା: ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକ; କ୍ରାଇମ୍ ବ୍ରାଞ୍ଚ୍ ତଦନ୍ତ ଦାବି ..

ମହିଳା ଏସ୍‌ଆଇଙ୍କ ଆତ୍ମହତ୍ୟା: ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକ; କ୍ରାଇମ୍ ବ୍ରାଞ୍ଚ୍ ତଦନ୍ତ ଦାବି ..

34

ଭୁବନେଶ୍ୱର/ଖୋର୍ଦ୍ଧା/କନ୍ଧମାଳ: କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନା ମହିଳା ଏସ୍‌ଆଇ ସ୍ୱାଗତିକା ବେହେରା (୩୦) ଶନିବାର ବେକରେ ଓଢ଼ଣି ଲଗାଇ ନିଜ ସରକାରୀ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ପାଣ୍ଡବପାଟଣା ଗ୍ରାମର ସ୍ବର୍ଗତ ପ୍ରଭାସ ବେହେରାଙ୍କ ଝିଅ ସ୍ବାଗତିକା ବେହେରା (ରିଙ୍କି) ୩ ବର୍ଷ ତଳେ ପୁଲିସ୍ ସବ୍‌ ଇନ୍ସପେକ୍ଟର ଚାକିରି ପାଇ ପ୍ରଥମେ ଟ୍ରେନିଂରେ ନିରାକାରପୁର ଥାନାରେ ଓ ପରେ ଜଙ୍କିଆ ଥାନାରେ କାର୍ଯ୍ୟ କରିଥିଲେ। ଏହାପରେ ସେ ଭୁବନେଶ୍ବର ବିଜୁ ପଟ୍ଟନାୟକ ପୁଲିସ ଟ୍ରେନିଂ ସେଣ୍ଟର୍‌ରେ ଟ୍ରେନିଂ ନେବା ପରେ କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଆଦର୍ଶ ଥାନାରେ କାର୍ଯ୍ୟରତ ଥିଲେ। ଶନିବାର ସକାଳୁ ତାଙ୍କ ଝୁଲନ୍ତା ମୃତଦେହ ସରକାରୀ କ୍ୱାର୍ଟରରୁ ମିଳିଥିଲା। ସ୍ବାଗତିକାଙ୍କ ମୃତ୍ୟୁ ଖବର ପହଞ୍ଚିବା ପରେ ପରିବାର ବର୍ଗ ଓ ଆତ୍ମୀୟ ସ୍ୱଜନଙ୍କ ମଧ୍ୟରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ବିଧବା ମା’ଙ୍କ ଆଖୁରୁ ଲୁହ ଶୁଖୁନାହିଁ। ଭାଇମାନେ ଛୋଟମୋଟ ବ୍ୟବସାୟ କରୁଥିବା ବେଳେ ସ୍ବାଗତିକାଙ୍କ ଉପରେ ପରିବାର ଅଧିକ ନିର୍ଭରଶୀଳ ଥିଲେ। ସ୍ୱାଗତିକାଙ୍କ ମୃତ୍ୟୁ ହତ୍ୟା, ନାଁ ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନଥିବା ବେଳେ ଜି. ଉଦୟଗିରି ଥାନା ଆଇଆଇସିଙ୍କ ମାନସିକ ନିର୍ଯାତନା ସ୍ବାଗତିକାଙ୍କ ମୃତ୍ୟୁର କାରଣ ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି।ମୃତା ସ୍ବାଗତିକାଙ୍କ ମା’ ଉଷାରାଣୀ ବେହେରା ଏବଂ ଭାଇ ମନୋରଞ୍ଜନ ବେହେରା ଅଭିଯୋଗ ଆଣିଛନ୍ତି ଯେ, ରିଙ୍କି ସବୁବେଳେ ମାନସିକ ଚାପରେ ରହୁଥିଲା ଏବଂ ସବୁବେଳେ କାନ୍ଦୁଥିଲା। ଚାକିରି ଛାଡ଼ିଦେବି ଓ ଆଉ ବଞ୍ଚିବିନି ବୋଲି କହୁଥିଲା। ଶୁକ୍ରବାର ପରିବାର ଲୋକେ ଶେଷଥର ଲାଗି କଥା ହୋଇଥିବା ବେଳେ ଶନିବାର ସକାଳୁ ରିଙ୍କି ଫୋନ୍ ଉଠାଇନଥିଲେ। ମୃତ୍ୟୁ ଲାଗି ସମ୍ପୂର୍ଣ୍ଣ ଭାବେ ଥାନା ଅଧିକାରୀ (ଆଇଆଇସି) ଦାୟୀ ବୋଲି ପରିବାର ଲୋକେ ଅଭିଯୋଗ କରିବା ସହ ଘଟଣାର କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଦାବୀ କରିଛନ୍ତି।
-/Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.