Home ଓଡ଼ିଶା ବନ୍ୟା ପ୍ରଭାବିତ ଅଞ୍ଚଳରେ ଅବହେଳା ପାଇଁ ଅନଶନ

ବନ୍ୟା ପ୍ରଭାବିତ ଅଞ୍ଚଳରେ ଅବହେଳା ପାଇଁ ଅନଶନ

34

ଭୁବନେଶ୍ୱର: ଚଳିତ ବନ୍ୟା ରାଜ୍ୟର ଅନେକ ଗୁଡ଼ିଏ ଜିଲ୍ଲାରେ ପ୍ରଭାବ ପକାଇଛି। ପ୍ରଭାବିତ ଲୋକେ ସାହାଯ୍ୟ ସହଯୋଗର ଆଶାରେ ଚାହିଁ ବସିଛନ୍ତି। ତେବେ, ପୁରୀ ଜିଲ୍ଲା ଗୋପ – ନିମାପଡ଼ା ବନ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରଶାସନିକ ଅବେହଳା, ଉଦାସୀନତା ଓ ଜନତା ବିରୋଧୀ ନୀତି ଏବଂ ରିଲିଫ୍ ବଣ୍ଟନ କାର୍ଯ୍ୟରେ ପାତରଅନ୍ତର ନୀତି ପ୍ରତିବାଦରେ ଆଜି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ପକ୍ଷରୁ ନିମାପଡ଼ା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ଅନଶନ କରାଯାଇଛି। ଏଥିରେ ବିଜେପି ରାଜ୍ୟ ଉପାଧ୍ୟକ୍ଷା ପ୍ରଭାତୀ ପରିଡ଼ାଙ୍କ ସମେତ ପୂର୍ବତନ ସାଂସଦ ବିଭୂ ପ୍ରସାଦ ତରାଇ ଏବଂ ଦିଲ୍ଲୀପ ନାୟକଙ୍କ ଏବଂ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.