Home Top News ଜଣାଶୁଣା ସ୍ନାୟୁବିଜ୍ଞାନୀ ଡକ୍ଟର ଅଶୋକ ପାନଗଡ଼ିଆଙ୍କ ଦେହାନ୍ତ – ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ...

ଜଣାଶୁଣା ସ୍ନାୟୁବିଜ୍ଞାନୀ ଡକ୍ଟର ଅଶୋକ ପାନଗଡ଼ିଆଙ୍କ ଦେହାନ୍ତ – ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହଲୋତ୍ ଜଣାଇଲେ ସମବେଦନା

122

ଜୟପୁର ୧୧ -୬ (ଓଡ଼ିଆ ପୁଅ) : ଜଣାଶୁଣା ସ୍ନାୟୁବିଜ୍ଞାନୀ ତଥା ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଡାକ୍ତର ଅଶୋକ ପାନଗଡ଼ିଆଙ୍କ ଶୁକ୍ରବାର ଦେହାନ୍ତ ହୋଇଛି।

ସେ କରୋନା ଜୀବାଣୁ ସଂକ୍ରମଣ ଏବଂ ସଂକ୍ରମଣ ପରବର୍ତ୍ତୀ ଜଟିଳତାରେ ପୀଡିତ ଥିଲେ। ୭୧ ବର୍ଷୀୟ ପାନଗଡ଼ିଆ ଗତ କିଛି ଦିନ ହେବ ଏକ ଘରୋଇ ଡାକ୍ତରଖାନାରେ ଭେଣ୍ଟିଲେଟରରେ ଥିଲେ।

ଗତ ଦୁଇ ଦିନ ହେଲା ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ଶୁକ୍ରବାର ଦିନ ତାଙ୍କ ପରିବାର ତାଙ୍କୁ ଘରକୁ ନେଇ ଯାଇଥିଲେ ଯେଉଁଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

ଜାତୀୟ ସ୍ତରରେ ଜଣାଶୁଣା ସ୍ନାୟୁବିଜ୍ଞାନୀ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଡକ୍ଟର ଅଶୋକ ପାନଗଡ଼ିଆଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ୍ ସମବେଦନା ଜଣାଇଛନ୍ତି।

ଡଃ ପାନଗଡ଼ିଆ ଡାକ୍ତରୀ ବର୍ଗର ସର୍ବୋଚ୍ଚ ଭାରତୀୟ ପୁରସ୍କାର ଡଃ ବି.ସି.ରୟ ଆୱାର୍ଡ଼ ସମ୍ମାନରେ ସମ୍ମାନୀତ ହୋଇଥିଲେ ଏହା ବ୍ୟତୀତ ତାଙ୍କୁ ୨୦୧୪ ମସିହାରେ ଭାରତ ସରକାରଙ୍କ ଚତୁର୍ଥ ସର୍ବୋଚ୍ଚ ଭାରତୀୟ ନାଗରିକ ପୁରସ୍କାର ପଦ୍ମଶ୍ରୀ ସମ୍ମାନରେ ସେ ସମ୍ମାନୀତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.