Home ଓଡ଼ିଶା ତୈଳଜାତ ଦ୍ରବ୍ୟ ଦର ବୃଦ୍ଧି ପ୍ରତିବାଦରେ ରଣପୁର ବ୍ଲକ କଂଗ୍ରେସର ବିକ୍ଷୋଭ

ତୈଳଜାତ ଦ୍ରବ୍ୟ ଦର ବୃଦ୍ଧି ପ୍ରତିବାଦରେ ରଣପୁର ବ୍ଲକ କଂଗ୍ରେସର ବିକ୍ଷୋଭ

98

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)୧୦/୦୬- ସାରା ରାଜ୍ୟ ରେ କରୋନା ଦ୍ୱିତୀୟ ଲହର ଜନ ଜୀବନ କୁ ବ୍ୟତିବ୍ୟସ୍ତ କରି ଅର୍ôଥକ ମେରୁଦଣ୍ଡ କୁ ଦୁର୍ବଳ କରିଦେଇଥିବା ବେଳେ ବାରମ୍ବାର ଅହେତୁକ ତୈଳ ଦର ବୃଦ୍ଧି ବେଡି ଉପରେ କୋରଡା ସଦୃଶ ହୋଇଛି । ଯାହାକୁ ନେଇ ପ୍ରଦେଶ କଂଗ୍ରେସ କମିଟି ଡାକରା ରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ କଂଗ୍ରେସ କମିଟି ସଭାପତି ଦିଲ୍ଲୀପ କୁମାର ଜେନା ଙ୍କ ନେତୃତ୍ୱ ରେ ରଣପୁର ପେଟ୍ରୋଲ ପମ୍ପ ଆଗରେ ବିକ୍ଷୋଭ କରିଥିବା ଜଣାପଡିଛି ।

କେନ୍ଦ୍ର ସରକାର ଲଗାତର ଭାବେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଦର ବଢାଇ ଚାଲିଛନ୍ତି । ଯାହାଫଳରେ ନିତ୍ୟ ବ୍ୟବହୃତ ସାମଗ୍ରୀ ଦର ଅହେତୁକ ଭାବରେ ବଢିବାରେ ଲାଗିଛି । ଯାହାକୁ ନେଇ ବିକ୍ଷୋଭ ପରେ ଏକ ପ୍ରତିବାଦ ସଭା କରାଯାଇଥିଲା । ଏହି ପ୍ରତିବାଦ ସଭାରେ କଂଗ୍ରେସ ନେତା ଧୃବ ଚରଣ ପରିଡା , ବିଜୟ କୁମାର ପରିଡା , କୁଳମଣି କାଣ୍ଡି, ବାଳକୃଷ୍ଣ ଷଡଙ୍ଗି , ଶତୃଘନ ପାଇକରାୟ ଙ୍କ ସମେତ ଅନେକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.