Home କୋରାପୁଟ କୋଭିଡ-୧୯ ମହାମାରୀ ସମୟରେ ଆମେ ଭଲ ଭାବରେ କହି ଓ ଶୁଣି ଆମ ବର୍ତମାନର ସମସ୍ୟାର...

କୋଭିଡ-୧୯ ମହାମାରୀ ସମୟରେ ଆମେ ଭଲ ଭାବରେ କହି ଓ ଶୁଣି ଆମ ବର୍ତମାନର ସମସ୍ୟାର ସମାଧାନ କରିପାରିବା କି ? ଶୀର୍ଷକ  ଅନଲାଇନ ଆଲୋଚନା ଚକ୍ର

93

କୋରାପୁଟ ୧୧-୦୬(ଓଡିଆ ପୁଅ /ରଂଜନ ଦାସ)ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ ଗୁଣବତା ନିଶ୍ଚିତତା ସେଲ ଆନୁକୁଲ୍ୟରେ କୋଭିଡ-୧୯ ମହାମାରୀ ସମୟରେ ଆମେ ଭଲ ଭାବରେ କହି ଓ ଶୁଣି ଆମ ବର୍ତମାନର ସମସ୍ୟାର ସମାଧାନ କରିପାରିବା କି ? ଶୀର୍ଷକ  ଅନଲାଇନ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି ।ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଆଇ.ରାମବ୍ରହ୍ମମ ଅନଲାଇନ ଆଲୋଚନା ଚକ୍ରକୁ ଉଦଘାଟନ କରିବା ସହ କୋଭିଡ-୧୯ ମହାମାରୀ ଯୋଗୁଁ ଦୈନଦିନ ଜୀବନରେ ସମ୍ମୁଖିନ ହେଉଥିବା  ପ୍ରମୁଖ ସମସ୍‌୍ୟା ଉପରେ ଆଲୋକପାତ କରିଥିଲେ ।ଏହି କଠିନ ସମୟରେ ଜନସାଧାରଣଙ୍କ ସୁସ୍ଥ ମାନସିକତା ପାଇଁ ଗଣ ଯୋଗାଯୋଗ ହେଉଛି ଏକ ଉପଯୁକ୍ତ ମାଧ୍ୟମ ବୋଲି ସାମ୍ବାଦିକତା  ଏବଂ ଜନସଂଚାର ବିଭାଗର ପରିଦର୍ଶକ ପ୍ରଫେସର ତଥା ବାରତ ସରକାର(ସ୍ୱତନ୍ତ୍ର ପ୍ରକଳ୍ପ) ସ୍ୱଛ ଭାରତ ମିଶନର ପୂର୍ବତନ ମହାନିର୍ଦ୍ଦେଶକ ପ୍ରଫେସର ଅକ୍ଷୟ ରାଉତ ମୁଖ୍ୟବକ୍ତାଭାବେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି ।ସୁସ୍ଥ ମାନସିକତା ଏବଂ କୋଭିଡ-୧୯ର ଉପଯୁକ୍ତ ଆଚରଣ ଗ୍ରହଣ କରିବା ପଇଁ ଜନସାଧାରଣଙ୍କୁ ସଚେତନତା କରିବା ନିମନ୍ତେ ଯୁବ ସମାଜ ଆଧ୍ୟାତ୍ମିକ ଗୁରୁ ଓ ପ୍ରଚାରକ ପରି ସମାଜର ବିଭିନ୍ନ ହିତାଧିକାରୀଙ୍କ ଭୂମିକା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।ତେଣୁ ସେ ଠିକ ସୂଚନା ଭଲ ଭାବରେ ଶୁଣିବା ଓ ଠିକ ସୂଚନା ଭଲ ଭାବେ କହିବାର ଅଭ୍ୟାସକୁ
ଗ୍ରହଣ କରିବାକୁ ସେ ଆହ୍ୱାନ  ଦେଇଥିଲେ ।ଆଇକ୍ୟୁଏସିର ନିର୍ଦ୍ଦେଶକ ତଥା ଜୈବ ବିବିଧତା  ଓପ୍ରାକୃତିକ ସଂପଦ ସଂରକ୍ଷଣ  ବିଦ୍ୟାଳୟର ଡିନ ପ୍ରଫେସର ଶରତ କୁମାର ପାଳିତା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସାମ୍ବାଦିକ ଓ ଜନସଂଚାର ବିଭାଗର ଭାରପ୍ରାପ୍ତ ମୁଖ୍ୟ ଡ.ପ୍ରଦୋଷ କୁମାର ରଥ ଆଲୋଚନା ଚକ୍ରର ବିଷୟବସ୍ତୁ ସଂପର୍କରେ ଆଲୋକପାତ କରିଥିଲେ । ସମାଜବିଜ୍ଞାନ ବିଭାଗର ପରିଦର୍ଶକ ପ୍ରଫେସର ପି.ଦୁର୍ଗା ପ୍ରସାଦ  ସୂଚନାର ବିକେନ୍ଦ୍ରୀକରଣ ଓ ପ୍ରଭାବଶାଳୀଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ପିଏଚଡି ଗବେଷଣା ବିଦ୍ୱାନ ଏ.ଟି.ସନ୍ନି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସାମ୍ବାଦିକ ଓ ଜନସଂଚାର ବିଭାଗର ସହକାରୀ ଅଧ୍ୟାପକ ଡ.ସୈାରଭ ଗୁପ୍ତା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.