Home Top News ଓଡ଼ିଶା ବିଜେପିରେ ଚରମ ବିଶୃଙ୍ଖଳା: କାର୍ଯ୍ୟକାରିଣୀକୁ ଭ୍ୟାଲ୍ୟୁଲେସ୍ କରିଦେଲେ ଲେଖାଶ୍ରୀ!

ଓଡ଼ିଶା ବିଜେପିରେ ଚରମ ବିଶୃଙ୍ଖଳା: କାର୍ଯ୍ୟକାରିଣୀକୁ ଭ୍ୟାଲ୍ୟୁଲେସ୍ କରିଦେଲେ ଲେଖାଶ୍ରୀ!

145

ଭୁବନେଶ୍ୱର: ଆଜି ଭୁବନେଶ୍ୱର ସ୍ଥିତ ହୋଟେଲ ନିୟୁ ମାରିୟାନରେ ଆୟୋଜିତ ହେଉଛି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ। ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଛି ରାଜ୍ୟ ପଦାଧିକାରୀ ବୈଠକ। ଯେଉଁଥିରେ ବିଜେପି ରାଷ୍ଟ୍ରୀୟ ସଙ୍ଗଠନ ମହାସଚିବ ତଥା କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଷ୍ଟ୍ରୀୟ ସଙ୍ଗଠନ ମହାସଚିବ ତଥା ଓଡ଼ିଶା ପ୍ରଭାରୀ ଡି ପୁରନ୍ଦେଶ୍ୱରୀ ଏବଂ ରାଜ୍ୟ ସଙ୍ଗଠନ ମହାସଚିବ ମାନସ କୁମାର ମହାନ୍ତିଙ୍କ ସମେତ ବରିଷ୍ଠ ପଦାଧିକାରୀ ମାନେ ଯୋଗଦେଇଛନ୍ତି। କାର୍ଯ୍ୟକାରିଣୀ ବୈଠକରେ ସାଧାରଣତଃ ପୂର୍ବ କାର୍ଯ୍ୟ ଗୁଡ଼ିକର ସମୀକ୍ଷା, ରାଜ୍ୟ ସରକାରଙ୍କ ଦୋଷ, ଦୁର୍ବଳତା, କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଆଦି ବାବଦରେ ଆଲୋଚନା ହେବା ସହ ଆଗାମୀ ୩ ମାସ ପାଇଁ ଦଳର ରୋଡ଼ମ୍ୟାପ୍ ପ୍ରସ୍ତୁତ ହୁଏ। ପଦାଧିକାରୀ ଏବଂ କାର୍ଯ୍ୟକାରିଣୀ ବୈଠକରେ ଯାହା ନିଷ୍ପତ୍ତି ନିଆଯାଏ, ସେହି ଅନୁଯାୟୀ ଆଗାମୀ କାର୍ଯ୍ୟକାରିଣୀ ପର୍ଯ୍ୟନ୍ତ ଦଳରେ କାର୍ଯ୍ୟକ୍ରମ ଚାଲେ। କାର୍ଯ୍ୟକାରିଣୀ ବୈଠକ ସରିବା ପରେ ଦଳର ଆଭିମୁଖ୍ୟ ଗଣମାଧ୍ୟମକୁ ଦିଆଯାଇ ସାର୍ବଜନୀନ କରାଯାଏ। ସୂତ୍ର ଅନୁଯାୟୀ, ଆଜି କିନ୍ତୁ, ଏଣେ କାର୍ଯ୍ୟକାରିଣୀ ବୈଠକ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ତେଣେ, ବିଜେପି ନେତ୍ରୀ ଡଃ ଲେଖାଶ୍ରୀ ସାମନ୍ତସିଂହାର ଆଗୁଆ ପଡ଼ି ଏକ ସାମ୍ବାଦିକ ସମ୍ମିଳନୀ କରି ଗୁଡ଼ାଏ କଥା ଗପି କହିଛନ୍ତି, ଏମିତି ଅନେକ ବିଷୟ ଉପରେ ଆଜି ରାଜ୍ୟ କାର୍ଯ୍ୟକାରିଣୀ ଚିନ୍ତା ପ୍ରକଟ କରିଛି। ସେହି ସବୁ କଥା ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଓ ରାଜ୍ୟ ସରକାରଙ୍କ ଅପାରଗତା ବିଷୟକୁ ନେଇ ନେଇ ଆମେ ଆଗାମୀ ଦିନରେ ଓଡ଼ିଶାରେ ଘରେ ଘରେ ପହଞ୍ଚିବୁ। ଦୁର୍ନୀତି, ଅନ୍ୟାୟ, ଭ୍ରଷ୍ଟାଚାର ଏବଂ ବ୍ୟଭିଚାର ମୁକ୍ତ ସରକାର ଓଡ଼ିଶାରେ ଗଠନ ହେଉ ଦିଗରେ ଆମେ କାମ କରିବୁ। ଏହାସହ ଲେଖାଶ୍ରୀ କହିଛନ୍ତି, ଆଜିର କାର୍ଯ୍ୟକାରିଣୀ ଯେଉଁ ଆହ୍ୱାନ୍ ଦେଇଛି, ଓଡ଼ିଶାରେ ବିଜେଡି ମୁକ୍ତ ସରକାର ସ୍ଥାପନା କରାଯାଉ, ଏ’ ଦିଗରେ ଭାରତୀୟ ଜନତା ପାର୍ଟି ଆଗକୁ ଯିବ।

ତେବେ, ଏହା କାହିଁକି ବିଜେପି ଦଳର ବ୍ୟବସ୍ଥିତ କାର୍ଯ୍ୟଶୈଳୀ ପରି ଅନୁଭବ ହେଉନାହିଁ! ଏପରି କରି କାର୍ଯ୍ୟକାରିଣୀର ଗୁରୁତ୍ୱ କମାଇ ଦେଇଛନ୍ତି ଲେଖାଶ୍ରୀ। କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହେବା ପୂର୍ବରୁ କାର୍ଯ୍ୟକାରିଣୀ ବୈଠକର ନିଷ୍ପତ୍ତି ଶୁଣାଇ ଦେଇଛନ୍ତି ଲେଖାଶ୍ରୀ! ବୈଠକ ଭିତରେ ଉପସ୍ଥିତ ଥାଇ କାର୍ଯ୍ୟକାରିଣୀ ସଦସ୍ୟ ମାନେ ନିଜେ କାର୍ଯ୍ୟକାରିଣୀ ନିଷ୍ପତ୍ତି ଜାଣିବା ପୂର୍ବରୁ କାର୍ଯ୍ୟକାରିଣୀର ନିଷ୍ପତ୍ତି ସର୍ବ ସାଧାରଣଙ୍କୁ ଜଣାଇଦେଇଛନ୍ତି ଲେଖାଶ୍ରୀ। ଏପରି କରି ଲେଖାଶ୍ରୀ ବିଜେପି କାର୍ଯ୍ୟକାରିଣୀକୁ ଏକ ଭ୍ୟାଲ୍ୟୁଲେସ୍ ସମିତି ଭାବରେ ପ୍ରମାଣ କରି ଦେଇଛନ୍ତି!

-/Dev@Drath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.