Home Top News ପିଏମସି ବ୍ୟାଙ୍କ ସ୍କାମ: ସାଂସଦ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତଙ୍କୁ ଇଡ଼ିର ସମନ

ପିଏମସି ବ୍ୟାଙ୍କ ସ୍କାମ: ସାଂସଦ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତଙ୍କୁ ଇଡ଼ିର ସମନ

46

ନୂଆ ଦିଲ୍ଲୀ ୨୭-୧୨ (ଓଡ଼ିଆ ପୁଅ) ଏନଫୋର୍ସମେଣ୍ଟ ଡାଇରୋକ୍ଟୋରେଟ୍ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତଙ୍କୁ ସମନ କରିଛି। ପିଏମସି ବ୍ୟାଙ୍କ ସ୍କାମ ମାମଲାର ତଦନ୍ତ ସଂପର୍କରେ ଏହି ସମନ ପଠାଯାଇଥିବା ଜଣାପଡ଼ିଛି। ଡିସେମ୍ବର ୨୯ ରେ ପଚରାଉଚରା ପାଇଁ ଇଡି ବର୍ଷା ରାଉତଙ୍କୁ ଡାକିଛି।

ଖବରରୁ ପ୍ରକାଶଯେ, ଏହି ପରିପ୍ରେକ୍ଷୀରେ ପ୍ରବୀଣ ରାଉତ ନାମକ ଜଣେ ଅଭିଯୁକ୍ତଙ୍କ ପତ୍ନୀଙ୍କ ସହ ବର୍ଷାଙ୍କର ୫୦ ଲକ୍ଷ ଟଙ୍କାର କାରବାର ହୋଇଛି। ସେହି କାରବାର ସଂପର୍କରେ ବର୍ଷା ରାଉତଙ୍କୁ ଡକାଯାଇଛି। ତେବେ ସମ୍ପତ୍ତି କ୍ରୟ କରିବା ପାଇଁ ଋଣ ନିଆଯାଇଛି ବୋଲି ବର୍ଷା ରାଉତ କହିଛନ୍ତି।

ଏହା ପରେ ଆଜି, ପିଏମସି ବ୍ୟାଙ୍କ ସ୍କାମ ମାମଲାର ତଦନ୍ତରେ ଯୋଗଦେବା ପାଇଁ ଇଡି ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷାଙ୍କୁ ଡକାଇଛନ୍ତି।
ସୂଚନାଯୋଗ୍ୟଯେ, ପ୍ରବୀଣ ରାଉତଙ୍କୁ କିଛି ଦିନ ପୂର୍ବରୁ ଇଡି ଦ୍ୱାରା ଗିରଫ କରାଯାଇଥିଲା। ବର୍ଷା ରାଉତଙ୍କ ଆକାଉଣ୍ଟରେ ପ୍ରବୀଣଙ୍କ ଆକାଉଣ୍ଟରେ ଘଟିଥିବା କାରବାର ବିଷୟରେ ଇଡି ସୂଚନା ସଂଗ୍ରହ କରିବାକୁ ଚେଷ୍ଟା କରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.