Home ଓଡ଼ିଶା ଶ୍ରମ ବିରୋଧି ଲେବର କୋର୍ଡ଼, କୃଷକ ବିରୋଧି କୃଷି ଅଇନ ବିଲ୍ ଗ୍ରହଣୀୟ ନୁହେଁ

ଶ୍ରମ ବିରୋଧି ଲେବର କୋର୍ଡ଼, କୃଷକ ବିରୋଧି କୃଷି ଅଇନ ବିଲ୍ ଗ୍ରହଣୀୟ ନୁହେଁ

29

ଭୁବନେଶ୍ୱର ୨୭-୧୨ (ଓଡ଼ିଆ ପୁଅ) ଦେଶରେ ବି.ଜେ.ପି ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଶ୍ରମିକ ବିରୋଧି ମଜୁରୀ କୋର୍ଡ଼, ସାମାଜିକ ସୁରକ୍ଷା, ଶିଳ୍ପ ବିରୋଧି କୋର୍ଡ଼, ସ୍ୱାସ୍ଥ୍ୟ ବିଭାଗ କୋର୍ଡ଼ ତଥା କୃଷକ ବିରୋଧି କୃଷି ଆଇନ ଆଦୌ ଗ୍ରହଣୀୟ ନୁହେଁ। ମୋଦି ସରକାର ଏ ଆଇନ୍ ଗୁଡ଼ିକୁ ଏକ ତରଫା ଭାବେ କାର୍ଯ୍ୟକାରୀ କରିବା ପାଇଁ ଉଦ୍ୟମ କଲେ ଚାଷୀମାନଙ୍କ ଆନ୍ଦୋଳନ କରି ସାରା ଦେଶରେ ସରକାର ବିରୋଧି ଆନ୍ଦୋଳନକୁ ଆହୁରି ତିବ୍ର କରାଯିବ ବୋଲି ଆଜି ସର୍ବଭାରତୀୟ ନିର୍ମାଣ ଓ ଜଙ୍ଗଲ କର୍ମଚାରୀ ମହାସଂଘ ତଥା ଆନ୍ତର୍ଜାତିକୀ ଜଙ୍ଗଲ କର୍ମଚାରୀ ମହାସଂଘର ମିଳିତ ଉଦ୍ୟମରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ନିଷ୍ପତି ନିଆଯାଇଛି। ସାର୍ବଜନିକ ସ୍ୱାସ୍ଥ୍ୟସେବା ଓ ସମସ୍ତଙ୍କୁ ସାମାଜିକ ସୁରକ୍ଷା ଦେବା ପାଇଁ ଏହି ଲେବର କୋର୍ଡ଼ରେ କୁହାଯାଇଥିବାବେଳେ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ସୁରକ୍ଷା ଦେଲେ କେତେ ଟଙ୍କା ଖର୍ଚ୍ଚ ହେବ ଏବଂ ତାହା କେଉଁଠାରୁ ଆସିବ ତାହାର ଆକଳନ ନ କରାଯାଇ କେବଳ ଆଶ୍ୱାସନାରେ ଶ୍ରମିକ କର୍ମଚାରୀମାନଙ୍କୁ ସ୍ୱାସ୍ଥ୍ୟ ସୁରକ୍ଷା ମିଳିବ ନାହିଁ। ଯଦି ସ୍ୱାସ୍ଥ୍ୟ ଚିକିତ୍ସା, ସାମାଜିକ ସୁରକ୍ଷାକୁ ସାର୍ବଜନିନ କରାଯିବ। ତେବେ ୧୦ ଜଣ ଶ୍ରମିକ ଥିଲେ ଦରମା ୧୮, ୦୦୦ ଟଙ୍କା ଏବଂ ୨୦୦ ଶ୍ରମିକ ଥିଲେ ସେଫ୍‌ଟି କମିଟି ଏଭଳି ସର୍ତ ରଖିବାର କିଛି ଯଥାର୍ଥତା ନାହିଁ। ଏଣୁ ସାମାଜିକ ସୁରକ୍ଷା କୋର୍ଡ଼, ସ୍ୱାସ୍ଥ୍ୟ ଚିକିତ୍ସା ନିରାପତା ଫଳରେ ଅଂସଗଠିତ କ୍ଷେତ୍ରରେ କାମ କରି ଥିବା ଶ୍ରମିକମାନଙ୍କୁ ଲାଭ ମିଳିବ ନାହି। ଅନ୍ୟ ପକ୍ଷରେ ଇ.ପି.ଏଫ୍‌., ଇ.ଏସ୍‌.ଆଇ., ଜି.ପି.ଏଫ୍‌. ସି.ପି.ଏଫ୍‌., ନିର୍ମାଣ ଶ୍ରମିକ ୱେଲ ଫେୟାର ବୋର୍ଡ଼, ଡୋଲାମାଇଟ୍‌ ଲାଇମ୍ ଷ୍ଟୋନ୍‌, ଲୁହା ମାଙ୍ଗାନିଜ୍ ଖଣି, ବିଡ଼ି ଶ୍ରମିକ ପ୍ରଭୁତି ବ୍ୟବସ୍ଥାରୁ ସୁବିଧା ପାଉଥିବା ଅନିଶ୍ଚିତତା ସୃଷ୍ଟି ହେବ। ଏଣୁ ୪ଟି ଲେବର କୋର୍ଡ଼ ଓ କୃଷକ ବିରୋଧି ୩ଟି କୃଷି ବିଲ୍ ଆଇନ୍‌ ପ୍ରତ୍ୟାହାର କରିବା, ବିଦ୍ୟୁତ କ୍ଷେତ୍ରକୁ ଘରୋଇକରଣ ବନ୍ଦ କରିବା, ନିଲାଚଳ ଇସ୍ପାତ ନିଗମ ଘରୋଇକରଣ ବନ୍ଦ କରିବା ଓ ବନ୍ଦ ଥିବା ଓଡ଼ିଶାରେ ସମସ୍ତ କଳାକାରଖାନା ଖୋଲିବା ପାଇଁ ଓ ଓଡ଼ିଶା ପ୍ରବାସୀ ଶ୍ରମିକମାନଙ୍କୁ ଫେରାଇ ଆଣିବା ଓ ରୋଜଗାର ଦେବା ଇତ୍ୟାଦି ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜାତୀୟ ଉପସଭାପତି, ଓଡ଼ିଶା ଶାଖାର ସଭାପତି ତଥା ପୂର୍ବତନ ସାଂସଦ ଡକ୍ଟର ରାମଚନ୍ଦ୍ର ଖୁଂଟିଆ ଦାବି କରିଛନ୍ତି। ଏହି ଆଲୋଚନା ଚକ୍ରରେ ସଂଯୋଜକ ଉପସଭାପତି ମଦନ ମୋହନ ଧଳ ସମସ୍ତଙ୍କୁ ସ୍ୱାଗତ ଭାଷଣ ଦେଇଥିଲେ। ସି.ଆଇ.ଟି.ୟୁ.ର ସଭାପତି ଜନାର୍ଦ୍ଦନ ପତି, ଏ.ଆଇ.ସି.ସି.ଟି.ୟୁ.ର ସଭାପତି ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ଏଚ୍‌.ଏମ୍‌.ଏସ୍‌.ର ବି.ପି. ଦାସ, ଏ.ଆଇ.ୟୁ.ଟି.ୟୁ.ସି ତରଫରୁ ନିରଞ୍ଜନ ମହାନ୍ତି, ପୂର୍ବତନ ଇନ୍‌ସୁରାନ୍ସ ତଥା ଇଣ୍ଡୋ ଜର୍ମାନ ଶ୍ରୀ ବି.କେ. ସାହୁ, ନାଲକୋର ମାନବ ସମ୍ବଳ ନିର୍ଦ୍ଦେଶକ ଅମିୟ ପଟନାୟକ ପ୍ରମୁଖ ଲେବର କୋର୍ଡ଼ର ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ। ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଓଡ଼ିଶା ଶାଖା ତରଫରୁ ଉପସଭାପତି ଶ୍ରୀ ପ୍ରଶାନ୍ତ ମହାପାତ୍ର, ଶ୍ୟାମ ସୁନ୍ଦର ମହାପାତ୍ର, ମହିଳା ସଭାନେତ୍ରୀ ପ୍ରଣତି ମିଶ୍ର, ଯୁଗ୍ମ ସାଧାରଣ ସଂପାଦକ ଅକ୍ଷୟ କୁମାର ତ୍ରିପାଠୀ, ସୁକୁମାର ଦେଓ, ସିଲି ସେଠୀ, ଜୟକୃଷ୍ଣ ମାଲିଆ, ରାଜାରାମ ପରିଡ଼ା, ଖିରୋଧ ଓଝ, ସଜିବ ଦାସ, ଜତିନ୍ ନାୟକ, ବିଶୁ ନାୟକ, ଖଗେଶ୍ୱର ସ୍ୱାଇଁ, ରତିକାନ୍ତ ବେହେରା ଓ ସଂଜିବ ବେହେରା ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.