Home କେନ୍ଦୁଝର ଗୋପୀନାଥଜୀୟୁ କ୍ରିକେଟ, ଶାଳପଡା ଚମ୍ପିୟନ

ଗୋପୀନାଥଜୀୟୁ କ୍ରିକେଟ, ଶାଳପଡା ଚମ୍ପିୟନ

28

ହାଟଡିହି-୨୭ /୧୨ (ଓଡିଆପୁଅ /ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ଆମ୍ବୋ ଗ୍ରାମରେ ଗୋପୀନାଥଜିୟୁ କ୍ଲବ ଆନୁକୁଲ୍ୟରେ ଚାଲିଥିବା ଗୋପୀନାଥଜୀୟୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚରେ ତେଲସିଙ୍ଗାକୁ ୭ଉଇକେଟରେ ହରାଇ ଶାଳପଡା ଚମ୍ପିୟନ ହୋଇଛି । ପ୍ରଥମେ ବ୍ୟାଟିଂକରି ନିର୍ଦ୍ଧାରିତ ୧୫ଓଭରରେ ତେଲସିଙ୍ଗା ୧୧୬ରନ ସଂଗ୍ରହ କରିଥିଲା । ଏହାର ଜବାବରେ ଶାଳପଡା କ୍ରିକେଟ କ୍ଲବ ୩ଉଇକେଟ ବିନିମୟରେ ବିଜୟ ପାଇଁ ଆବଶ୍ୟକ ରନ ସଂଗ୍ରହ କରିନେଇଥିଲା । ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ସମ୍ମାନୀତ ଅତିଥି ଭାବେ ୩୬ନଂ ଜୋନର ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ଜେନା, ସରପଞ୍ଚ ରାମଚନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ଚମ୍ପିୟନ ଓ ରନର୍ସଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ହେମନ୍ତ ମହାନ୍ତି ଓ ସମିର ମହାପାତ୍ର ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ଚିତ୍ତରଞ୍ଜନ ଦାସ, ଜ୍ୟୋତିପ୍ରକାଶ ମହାପାତ୍ର ସ୍କୋରର ଓ ଘନଶ୍ୟାମ ବେହେରା ଭାଷ୍ୟକାର ଭାବରେ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ । ମହେନ୍ଦ୍ର ଜେନା, ଆଲୋକ ପଣ୍ଡା, ମନୋରଞ୍ଜନ ପଣ୍ଡା, ଦେବବ୍ରତ ପାତ୍ର, ଜିତେନ୍ଦ୍ର ମହାପାତ୍ର, ଅମରଜିତ ମହାପାତ୍ର, ଜ୍ଞାନେନ୍ଦ୍ର ମହାପାତ୍ର, ଶ୍ରୀମନ୍ତ ନାୟକଙ୍କ ସମେତ ସମସ୍ତ କ୍ଲବ ସଦସ୍ୟମାନେ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.