Home ଆନ୍ତର୍ଜାତୀୟ ସାଉଦୀ ଆରବର ସବୁଠାରୁ ବଡ଼ ତେଲ କମ୍ପାନୀ ଉପରେ ଡ୍ରୋନ ହମଲା

ସାଉଦୀ ଆରବର ସବୁଠାରୁ ବଡ଼ ତେଲ କମ୍ପାନୀ ଉପରେ ଡ୍ରୋନ ହମଲା

787

ନୂଆ ଦିଲ୍ଲୀ ୧୪-୯ (ଓଡ଼ିଆ ପୁଅ) ସାଉଦୀ ଆରବର ଏକ ନ୍ୟୁଜ ଚ୍ୟାନେଲ୍ ଦେଶର ପୂର୍ବ ଭାଗରେ ସ୍ଥିତ ସାଉଦୀ ଆରବ ଅରାମକୋ କେନ୍ଦ୍ରରେ ବିଷ୍ପୋରଣ ହୋଇଥିବା ଏବଂ ନିଆଁ ଲାଗଗିଥିବା ଖବର ପ୍ରକାଶ କରିଛି। ଅବଶ୍ୟ ନିଆଁ ଲାଗିବାର କାରଣ କୁହାଯାଇନାହିଁ। କିନ୍ତୁ ସମାଚାର ଏଜେନ୍ସି ଏଏଫପି ସୂତ୍ରରୁ ପ୍ରକାଶ କରିଛିଯେ, ସାଉଦୀ ଆରବ ଅରାମକୋର ଦୁଇଟି କେନ୍ଦ୍ର ଉପରେ ଡ୍ରୋନ ଆକ୍ରମଣ କରାଯାଇଛି।

ସାଉଦୀ ଆରବ ଅରାମକୋ ସାଉଦୀ ଆରବର ରାଷ୍ଟ୍ରୀୟ ପେଟ୍ରୋଲିଯମ ଏବଂ ପ୍ରାକୃତିକ ଗ୍ୟାସ କମ୍ପାନୀ ଅଟେ। ଏହା ରାଜସ୍ଵ ମାମଲାରେ ଦୁନିଆର କଞ୍ଚା ତେଲର ସବୁଠାରୁ ବଡ଼ କମ୍ପାନୀ ଅଟେ।

ଅନଲାଇନ ଭିଡ଼ିଓରେ ଭୟଙ୍କର ନିଆଁ ଲାଗିଥିବା ଜଣା ପଡ଼ୁଛି। ସାଉଦୀ ଆରବର ସରକାରୀ ମିଡ଼ିଆ ବର୍ତ୍ତମାନ ଏହି ଘଟଣାର ରିପୋର୍ଟ ଦେଇନାହିଁ। ଅରାମକୋ ଏବଂ ସାଉଦୀ ଆରବର ଅଧିକାରୀମାନେ ବର୍ତ୍ତମାନ କୌଣସି ଟିପ୍ପଣୀ ଦେଇନାହାଁନ୍ତି।

ସୂଚନାଯୋଗ୍ୟଯେ, କି ଅରାମକୋ ଉପରେ ଆତଙ୍କବାଦୀମାନଙ୍କର ନଜର ଥିଲା। ଅଲ-କାୟଦାର ଆତ୍ମଘାତୀ ବିଷ୍ପୋରଣ ଫେବ୍ରୁଆରୀ ୨୦୦୬ ରେ ଏହି ତେଲ କମ୍ପାନୀ ଉପରେ ଆକ୍ରମଣ କରିବାକୁ ଚେଷ୍ଟାକରି ଥିଲା କିନ୍ତୁ ତାହା ବିଫଳ ହୋଇଥିଲା।

https://twitter.com/flexgirl18/status/1172750404330721280

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.