Home Top News ଭିଏଲ ଏସଆରଏସଏମ କ୍ଷେପଣାସ୍ତ୍ରା ପରୀକ୍ଷା ସଫଳ

ଭିଏଲ ଏସଆରଏସଏମ କ୍ଷେପଣାସ୍ତ୍ରା ପରୀକ୍ଷା ସଫଳ

33

ବାଲେଶ୍ୱର, ୨୨ା୨(ଓଡ଼ିଆ ପୁଅ/ଅଭୟ ଦାସ) : ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥାନ(ଡିଆରଡିଓ) ପକ୍ଷରୁ ସେମାବାର ଭିଏଲ ଏସଆରଏସଏମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଯାଇଛି। ଆଇଟିଆରର ୩ ନମ୍ବର ଲଞ୍ଚ କମ୍ପେ୍ଲକ୍ସରୁ ଅପରାହ୍ନ ୧ଟା ୨୮ ମିନିଟ ଓ ୪ଟା ୪୨ ମିନିଟରେ ଦୁଇଥର ପରୀକ୍ଷା କରାଯାଇଥିଲା। ଇଣ୍ଟିଗ୍ରେଟେଡ ଡିଜାଇନରେ ପ୍ରସ୍ତୁତ ହୋଇଛି ଏହି ଭର୍ଟିକାଲ ଲଞ୍ଚ-ସର୍ଟ ରେଞ୍ଜ ବିଶିଷ୍ଟ ସର୍ଫେସ ଟୁ ଏୟାର ମିଜାଇଲ। ଗୋଟିଏ ଥରରେ ଏହି ମିଜାଇସ ଏକାଧିକ ଟାର୍ଗେଟକୁ ଲକ୍ଷ୍ୟଭେଦ କରିପାରିବ। ତେବେ ଆଜିର ପରୀକ୍ଷଣ ବେଳେ ୩ ନଂ ଲଞ୍ଚ କମ୍ପେ୍ଲକ୍ସର ଅଢ଼େଇ କିଲୋମିଟର ବ୍ୟାସାର୍ଦ୍ଧରେ ଥିବା ୫ ଖଣ୍ଡ ଗ୍ରାମରୁ ୭୮୭ ପରିବାରର ଓ ମତ୍ସ୍ୟଜୀବୀଙ୍କୁ ମିଶାଇ ମୋଟ ୬ ହଜାର ୩୨୨ ଜଣଙ୍କୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.