Home Top News ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ କେବେ ଖୋଲିବ ? ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏମିତି...

ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ କେବେ ଖୋଲିବ ? ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏମିତି କହିଲେ

76

ଭୁବନେଶ୍ୱର ୨୩-୨ (ଓଡ଼ିଆ ପୁଅ) : ରାଜ୍ୟରେ କେବେ ଖୋଲିବ ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ। ଏହା ନିଶ୍ଚିତ ଭାବରେ ସମସ୍ତ ଅଭିଭାବକ ଏବଂ ଶିକ୍ଷକ ତଥା ଛାତ୍ରଛାତ୍ରୀମାନଙ୍କ ମନରେ ପ୍ରଶ୍ନ ଉଙ୍କିମାରୁଥିବ। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତିଯେ, ଏବେ ଖୋଲିବନି ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ। ଏ ଦିଗରେ ବିଚାର ବିମର୍ଶ ପରେ ନିଷ୍ପତ୍ତି ନିଆଯିବ। ଅନ୍ୟ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଛି। ଅନ୍ୟ ୫ଟି ରାଜ୍ୟରେ ବଢ଼ୁଛି ସଂକ୍ରମଣର ସଂଖ୍ୟା। ଏବେ ନବମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ଚାଲିଛି। ମାତ୍ର ପ୍ରଥମରୁ ଅଷ୍ଟମ କ୍ଲାସ ନେଇ ନିଷ୍ପତ୍ତି ହୋଇନି। ଏନେଇ ପୁନର୍ବିଚାର କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.