Home ଓଡ଼ିଶା ଏମଏସଏମଇ ଉଦ୍ୟୋଗ ପାଇଁ ୫୯ ମିନିଟ୍ ଯୋଜନାରେ ୧, ୩୩, ୪୪୮ ଋଣ ଆବେଦନ ମଞ୍ଜୁରି

ଏମଏସଏମଇ ଉଦ୍ୟୋଗ ପାଇଁ ୫୯ ମିନିଟ୍ ଯୋଜନାରେ ୧, ୩୩, ୪୪୮ ଋଣ ଆବେଦନ ମଞ୍ଜୁରି

123

ନୂଆ ଦିଲ୍ଲୀ ୨୪-୭ (ଓଡ଼ିଆ ପୁଅ) ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)ଗୁଡ଼ିକୁ ମାତ୍ର ୫୯ ମିନିଟ୍ ରେ ଅନଲାଇନ ଋଣ ଯୋଗାଇ ଦେବା ଲାଗି କେନ୍ଦ୍ର ସରକାର ଏକ ପୋର୍ଟାଲ ଆରମ୍ଭ କରିଛନ୍ତି। ଏହି ଯୋଜନାରେ ୧୭ ଜୁଲାଇ, ୨୦୧୯ ସୁଦ୍ଧା psbloansin59minutes.com ପୋର୍ଟାଲ ଜରିଆରେ ମୋଟ ୨, ୦୦, ୬୬୦ ଆବେଦନ ଦାଖଲ କରାଯାଇଥିବା ବେଳେ ୧, ୫୯, ୫୮୩ଟି ଆବେଦନକୁ ଋଣ ପାଇଁ ନୀତିଗତ ମଞ୍ଜୁରି ମିଳିଛି। ତେବେ ୧, ୩୩, ୪୪୮ଟି ମାମଲାରେ ଋଣ ପ୍ରଦାନକୁ ଅନୁମୋଦନ କରାଯାଇଛି।

ଏମଏସଏମଇଗୁଡ଼ିକୁ ଋଣ ଯୋଗାଣ ସୁନିଶ୍ଚିତ କରିବା ଲାଗି ସରକାର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ଏକାଧିକ ପଦକ୍ଷେପ ନେଇଛନ୍ତି। ଲଘୁ ଏବଂ କ୍ଷୁଦ୍ର ଉଦ୍ୟୋଗ (ଏମଏସଇ)ଗୁଡ଼ିକୁ ଋଣ ଯୋଗାଣ କ୍ଷେତ୍ରରେ ବାର୍ଷିକ ୨୦% ଅଭିବୃଦ୍ଧି ହାସଲ ଲାଗି ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଲଘୁ ଉଦ୍ୟୋଗ ଆକାଉଂଟରେ ଏମଏସଇ ଅଗ୍ରୀମର ୬୦% ଆବଂଟନ ଲାଗି କୁହାଯାଇଛି। ଲଘୁ ଉଦ୍ୟୋଗ ଆକାଉଂଟରେ ୧୦% ବାର୍ଷିକ ବୃଦ୍ଧି, ଅପ୍ରତ୍ୟାଶିତ/ଋତୁକାଳୀନ ଚାହିଦା ବୃଦ୍ଧି ଆବଶ୍ୟକତା ପୂରଣ ପାଇଁ ଅତିରିକ୍ତ କାର୍ଯ୍ୟପୁଞ୍ଜି ସୀମା ବ୍ୟବସ୍ଥା, ଗୋଟିଏ କ୍ଲଷ୍ଟରକୁ ଗ୍ରହଣ କରିବା, ପ୍ରତ୍ୟେକ ଜିଲ୍ଲାରେ ସର୍ବନିମ୍ନ ଗୋଟିଏ ସ୍ୱତନ୍ତ୍ର ଏମଏସଏମଇ ଶାଖା ଖୋଲିବା, ୫ କୋଟି ଟଙ୍କାର ଋଣ ସୀମା ପର୍ଯ୍ୟନ୍ତ ଏମଏସଇ ୟୁନିଟର ବାର୍ଷିକ ହାରାହାରି କାରବାରର ସର୍ବନିମ୍ନ ୨୦ ପ୍ରତିଶତ କାର୍ଯ୍ୟ ପୁଞ୍ଜି ନିମନ୍ତେ କମ୍ପ୍ୟୁଟର ପ୍ରକ୍ରିୟାକୁ ସରଳ କରିବା, ଏମଏସଏମଇଗୁଡ଼ିକୁ ବିଳମ୍ବିତ ଋଣ ଯୋଗାଣ ସମସ୍ୟାର ସମାଧାନ ଲାଗି ବାଣିଜ୍ୟ ଗ୍ରହୀତା ରିହାତି ବ୍ୟବସ୍ଥା (ଟ୍ରେଡ୍ସ) ପ୍ରତିଷ୍ଠା ନିମନ୍ତେ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦିଆଯାଇଛି।

ଏହାବ୍ୟତୀତ ସରକାର ୨ ନଭେମ୍ବର ୨୦୧୮ରେ “ଏମଏସଏମଇଗୁଡ଼ିକ ପାଇଁ ସହାୟତା ଏବଂ ସମ୍ପର୍କ କାର୍ଯ୍ୟକ୍ରମ”ର ଶୁଭାରମ୍ଭ କରିଛନ୍ତି। psbloansin59minutes.com ପୋର୍ଟାଲ ଜରିଆରେ ଏମଏସଏମଇଗୁଡ଼ିକୁ ଋଣ ଉପଲବ୍ଧ କରାଇବା, ବଜାର ସୁବିଧା, ପ୍ରଯୁକ୍ତି ଉନ୍ନୟନ, ବ୍ୟବସାୟିକ ସୁଗମତା, ଏମଏସଏମଇ କ୍ଷେତ୍ରର କର୍ମଚାରୀମାନଙ୍କ ପାଇଁ ସାମାଜିକ ସୁରକ୍ଷା ଆଦି ଏହି କାର୍ଯ୍ୟକ୍ରମରେ ସାମିଲ ରହିଛି।

ଆଜି ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.