Home Coronavirus Outbreak ଆସିଗଲା ରାଜ୍ୟରେ କରୋନା ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜିଲ୍ଲାୱାରୀ ତଥ୍ୟ – ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ...

ଆସିଗଲା ରାଜ୍ୟରେ କରୋନା ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜିଲ୍ଲାୱାରୀ ତଥ୍ୟ – ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ, କେତେ ମୃତ ଏବଂ କେତେ ସକ୍ରିୟ

228

ଭୁବନେଶ୍ୱର ୩୦-୬ (ଓଡ଼ିଆ ପୁଅ) ରାଜ୍ୟରେ ଆଉ ୨୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୨ ଜିଲ୍ଲାରୁ ଏହି ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମାଲକାନାଗିରି ଜିଲ୍ଲାରୁ ସର୍ବାଧିକ ୩୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଗଞ୍ଜାମ ଜିଲ୍ଲାରୁ କରୋନା ନେଲା ପୁଣି ୨ ମୁଣ୍ଡ। ଆଜି ଓଡ଼ିଶା ସରକାରଙ୍କର ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲାରେ ଆଉ ଦୁଇ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। ତେବେ ଜିଲ୍ଲାରେ ମୋଟ ମୃତକଙ୍କ ସଂଖ୍ୟା ୧୪ ରେ ପହଁଚିଥିବା ବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୭୦ ହୋଇଛି ଏବଂ ଆଜି ୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ୯୫୨ ଜଣ ଆରୋଗ୍ୟ ହୋଇଥିବା ବେଳେ ୪୦୪ ବର୍ତ୍ତମାନ ସକ୍ରୀୟ ଅଛନ୍ତି।

ଏହା ସହ ରାଜ୍ୟରେ ମୋଟ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୨୫ ହୋଇଥିବା ବେଳେ ଅନ୍ୟ କରାଣରୁ ୭ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ମୃତକଙ୍କ ମଧ୍ୟରେ ଜଣେ ୪୮ ବର୍ଷ ବୟସ୍କା ମହିଳା ଏବଂ ଅନ୍ୟ ୩୯ ବର୍ଷ ବୟସ୍କା ମହିଳା, ସେମାନେ କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

ଆଜି ଚିହ୍ନଟ ନୂଆ ୨୦୬ ଆକ୍ରାନ୍ତଙ୍କ ମଧ୍ୟରୁ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

୧- ଅନୁଗୁଳ ଜିଲ୍ଲାରୁ – ୬

୨- ବାଲେଶ୍ୱର ଜିଲ୍ଲାରୁ – ୫

୩- ଭଦ୍ରକ ଜିଲ୍ଲାରୁ – ୪

୪- ବଲାଙ୍ଗୀର ଜିଲ୍ଲାରୁ: ୧୬

୫- ବୌଦ୍ଦ ଜିଲ୍ଲାରୁ – ୧

୬- କଟକ ଜିଲ୍ଲାରୁ – ୧୭

୭- ଦେବଗଡ଼ ଜିଲ୍ଲାରୁ – ୧୫

୮- ଢେଙ୍କାନାଳ ଜିଲ୍ଲାରୁ – ୪

୯- ଗଞ୍ଜାମ ଜିଲ୍ଲାରୁ – ୩

୧୦- ଜଗତସିଂହପୁର ଜିଲ୍ଲାରୁ – ୧୭

୧୧- ଯାଜପୁର ଜିଲ୍ଲାରୁ – ୨୮

୧୨- ଝାରସୁଗୁଡ଼ା ଜିଲ୍ଲାରୁ – ୩

୧୩- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୪

୧୪- କେନ୍ଦୁଝର ଜିଲ୍ଲାରୁ – ୬

୧୫- ଖୋର୍ଦ୍ଦା ଜିଲ୍ଲାରୁ – ୭

୧୬- କୋରାପୁଟ ଜିଲ୍ଲାରୁ – ୧୮

୧୭- ମାଲକାନଗିରି : ୩୬

୧୮- ମୟୁରଭଞ୍ଜ ଜିଲ୍ଲାରୁ – ୭

୧୯- ନୟାଗଡ଼ ଜିଲ୍ଲାରୁ – ୧

୨୦- ପୁରୀ ଜିଲ୍ଲାରୁ – ୧

୨୧- ସମ୍ବଲପୁର ଜିଲ୍ଲାରୁ – ୪

୨୨- ସୁନ୍ଦରଗଡ଼ ଜିଲ୍ଲାରୁ – ୨

୨୩- – NDRF କର୍ମଚାରୀ (ଯେଉଁମାନେ ଅମ୍ଫାନ୍ ଡ୍ୟୁଟି ସାରି ପଶ୍ଚିମବଙ୍ଗରୁ ଆସିଥିଲେ ): ୧

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦୬୫ ହୋଇଛି।

ଆଜି ୨୦୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦୬୫ କୁ ବୃଦ୍ଧି ପାଇଛି।

କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୯୨ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୪ ଜଣ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦୬୫ କୁ ବୃଦ୍ଧି ପାଇଛି। ୪୯୪୬ ଜଣ ସୁସ୍ଥ ହୋଇଛନ୍ତି।

ତେବେ ରାଜ୍ୟରେ ମୋଟ ଟେଷ୍ଟ ୨୬୫୪୩୧ ହୋଇଛି। କରୋନା କାରଣରୁ ୨୫ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ କାରଣରୁ ୭ ଜଣଙ୍କର ମୃତ୍ୟୁ ହୋଇଛି। ୨୦୮୭ ଜଣ ସକ୍ରୀୟ ଅଛନ୍ତି ଏବଂ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଜିଲ୍ଲାୱାରୀ ତଥ୍ୟ –

ଅନୁଗୁଳ ଜିଲ୍ଲାରେ ୬୯ [+୬] ଜଣ ସଂକ୍ରମିତ ହୋଇଥିବା ବେଳେ ୧୬ [+୬] ଜଣ ସକ୍ରୀୟ ଅଛନ୍ତି। ୫୩ ଜଣ ସୁସ୍ଥ ହୋଇଛନ୍ତି।

ବାଲେଶ୍ୱର ଜିଲ୍ଲାରେ ୩୫୧ [+୫] ଜଣ ସଂକ୍ରମିତ ହୋଇଥିବା ବେଳେ ୭୫ [+୬] ଜଣ ସକ୍ରୀୟ ଅଛନ୍ତି। ୨୭୬ ଜଣ ସୁସ୍ଥ ହୋଇଛନ୍ତି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବରଗଡ଼ ଜିଲ୍ଲା ରେ ୯୭ ଜଣ ସଂକ୍ରମିତ ହୋଇଥିବା ବେଳେ ୪୬ ଜଣ ସକ୍ରୀୟ ଅଛନ୍ତି। ୫୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଭଦ୍ରକ ଜିଲ୍ଲାରେ ୨୩୨ [+୪] ଜଣ ସଂକ୍ରମିତ ହୋଇଥିବା ବେଳେ ୨୦ [+୪] ଜଣ ସକ୍ରୀୟ ଅଛନ୍ତି। ୨୧୨ ଜଣ ସୁସ୍ଥ ହୋଇଛନ୍ତି।

ବଲାଙ୍ଗୀର ଜିଲ୍ଲାରେ ୧୮୩ [+୧୬] ଜଣ ସଂକ୍ରମିତ ହୋଇଥିବା ବେଳେ ୩୩ [+୧୬] ଜଣ ସକ୍ରୀୟ ଅଛନ୍ତି। ୧୫୦ ଜଣ ସୁସ୍ଥ ହୋଇଛନ୍ତି।

ବୌଦ୍ଦ ଜିଲ୍ଲାରେ ୪୨ [+୧] ଜଣ ସଂକ୍ରମିତ ହୋଇଥିବା ବେଳେ ୨ [+୧] ଜଣ ସକ୍ରୀୟ ଅଛନ୍ତି। ୪୦ ଜଣ ସୁସ୍ଥ ହୋଇଛନ୍ତି।

କଟକ ଜିଲ୍ଲାରେ ୫୭୫ [+୧୮] ଜଣ ସଂକ୍ରମିତ ହୋଇଥିବା ବେଳେ ୧୨୧ [+୧୮] ଜଣ ସକ୍ରୀୟ ଅଛନ୍ତି। ୪୪୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଦେବଗଡ଼ ଜିଲ୍ଲାରେ ୫୭ [+୧୫] ଜଣ ସଂକ୍ରମିତ ହୋଇଥିବା ବେଳେ ୧୬ [+୧୫] ଜଣ ସକ୍ରୀୟ ଅଛନ୍ତି। ୪୧ ଜଣ ସୁସ୍ଥ ହୋଇଛନ୍ତି।

ଢେଙ୍କାନାଳ ଜିଲ୍ଲାରେ ୮୦ [+୪] ଜଣ ସଂକ୍ରମିତ ହୋଇଥିବା ବେଳେ ୨୪ [+୪] ଜଣ ସକ୍ରୀୟ ଅଛନ୍ତି। ୫୬ ଜଣ ସୁସ୍ଥ ହୋଇଛନ୍ତି।

ଗଜପତିଜିଲ୍ଲାରେ ୪୩୫ ଜଣ ସଂକ୍ରମିତ ହୋଇଥିବା ବେଳେ ୨୮୨ ଜଣ ସକ୍ରୀୟ ଅଛନ୍ତି। ୧୫୩ ଜଣ ସୁସ୍ଥ ହୋଇଛନ୍ତି।

ଗଞ୍ଜାମ ଜିଲ୍ଲାରେ ୧, ୩୭୦ [+୩] ଜଣ ସଂକ୍ରମିତ ହୋଇଥିବା ବେଳେ ୪୦୪ [+୧] ଜଣ ସକ୍ରୀୟ ଅଛନ୍ତି। ୯୫୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୪ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଜଗତସିଂହପୁର ଜିଲ୍ଲାରେ ୨୯୮ [+୧୭] ଜଣ ସଂକ୍ରମିତ ହୋଇଥିବା ବେଳେ ୧୨୭ [+୧୭] ଜଣ ସକ୍ରୀୟ ଅଛନ୍ତି। ୧୭୧ ଜଣ ସୁସ୍ଥ ହୋଇଛନ୍ତି।

ଯାଜପୁରଜିଲ୍ଲାରେ ୫୧୪ [+୨୮] ଜଣ ସଂକ୍ରମିତ ହୋଇଥିବା ବେଳେ ୧୫୪ [+୨୮] ଜଣ ସକ୍ରୀୟ ଅଛନ୍ତି। ୩୬୦ ଜଣ ସୁସ୍ଥ ହୋଇଛନ୍ତି।

ଝାରସୁଗୁଡ଼ା ଜିଲ୍ଲାରେ ୧୦୩ [+୩] ଜଣ ସଂକ୍ରମିତ ହୋଇଥିବା ବେଳେ ୭୪ [+୩] ଜଣ ସକ୍ରୀୟ ଅଛନ୍ତି। ୨୯ ଜଣ ସୁସ୍ଥ ହୋଇଛନ୍ତି।

କଳାହାଣ୍ଡି ଜିଲ୍ଲାରେ ୭୧ ଜଣ ସଂକ୍ରମିତ ହୋଇଥିବା ବେଳେ ୮ ଜଣ ସକ୍ରୀୟ ଅଛନ୍ତି। ୬୩ ଜଣ ସୁସ୍ଥ ହୋଇଛନ୍ତି।

କନ୍ଧମାଳ ଜିଲ୍ଲାରେ ୧୭୮ ଜଣ ସଂକ୍ରମିତ ହୋଇଥିବା ବେଳେ ୨୦ ଜଣ ସକ୍ରୀୟ ଅଛନ୍ତି। ୧୫୮ ଜଣ ସୁସ୍ଥ ହୋଇଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲାରେ ୨୪୭ [+୪] ଜଣ ସଂକ୍ରମିତ ହୋଇଥିବା ବେଳେ ୩୮ [+୪] ଜଣ ସକ୍ରୀୟ ଅଛନ୍ତି। ୨୦୯ ଜଣ ସୁସ୍ଥ ହୋଇଛନ୍ତି।

କେନ୍ଦୁଝର ଜିଲ୍ଲାରେ ୧୪୫ [+୬] ଜଣ ସଂକ୍ରମିତ ହୋଇଥିବା ବେଳେ ୫୨ [+୬] ଜଣ ସକ୍ରୀୟ ଅଛନ୍ତି। ୯୩ ଜଣ ସୁସ୍ଥ ହୋଇଛନ୍ତି।

ଖୋର୍ଦ୍ଦା ଜିଲ୍ଲାରେ ୮୨୧ [+୭] ଜଣ ସଂକ୍ରମିତ ହୋଇଥିବା ବେଳେ ୨୨୨ [+୭] ଜଣ ସକ୍ରୀୟ ଅଛନ୍ତି। ୫୯୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କୋରାପୁଟ ଜିଲ୍ଲାରେ ୪୭ [+୧୮] ଜଣ ସଂକ୍ରମିତ ହୋଇଥିବା ବେଳେ ୩୦ [+୧୮] ଜଣ ସକ୍ରୀୟ ଅଛନ୍ତି। ୧୭ ଜଣ ସୁସ୍ଥ ହୋଇଛନ୍ତି।

ମାଲକାନଗିରି ରେ ୯୬ [+୩୬] ଜଣ ସଂକ୍ରମିତ ହୋଇଥିବା ବେଳେ ୪୮ [+୩୬] ଜଣ ସକ୍ରୀୟ ଅଛନ୍ତି। ୪୮ ଜଣ ସୁସ୍ଥ ହୋଇଛନ୍ତି।

ମୟୁରଭଞ୍ଜ ଜିଲ୍ଲାରେ ୨୦୮ [+୭] ଜଣ ସଂକ୍ରମିତ ହୋଇଥିବା ବେଳେ ୭୩ [+୭] ଜଣ ସକ୍ରୀୟ ଅଛନ୍ତି। ୧୩୪ ଜଣ ସୁସ୍ଥ ହୋଇଛନ୍ତି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନବରଙ୍ଗପୁର ଜିଲ୍ଲାରେ ୪୨ ଜଣ ସଂକ୍ରମିତ ହୋଇଥିବା ବେଳେ ୩୩ ଜଣ ସକ୍ରୀୟ ଅଛନ୍ତି। ୮ ଜଣ ସୁସ୍ଥ ହୋଇଛନ୍ତି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୟାଗଡ଼ ଜିଲ୍ଲାରେ ୧୪୪ [+୧] ଜଣ ସଂକ୍ରମିତ ହୋଇଥିବା ବେଳେ ୧୮ [+୧] ଜଣ ସକ୍ରୀୟ ଅଛନ୍ତି। ୧୨୬ ଜଣ ସୁସ୍ଥ ହୋଇଛନ୍ତି।

ନୂଆପଡ଼ା ଜିଲ୍ଲାରେ ୮୨ ଜଣ ସଂକ୍ରମିତ ହୋଇଥିବା ବେଳେ ୪ ଜଣ ସକ୍ରୀୟ ଅଛନ୍ତି। ୭୮ ଜଣ ସୁସ୍ଥ ହୋଇଛନ୍ତି।

ପୁରୀ ଜିଲ୍ଲାରେ ୨୫୫ ଜଣ ସଂକ୍ରମିତ ହୋଇଥିବା ବେଳେ ୪୩ ଜଣ ସକ୍ରୀୟ ଅଛନ୍ତି। ୨୧୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାୟଗଡ଼ା ଜିଲ୍ଲାରେ ୩୯ ଜଣ ସଂକ୍ରମିତ ହୋଇଥିବା ବେଳେ ୨୭ ଜଣ ସକ୍ରୀୟ ଅଛନ୍ତି। ୧୨ ଜଣ ସୁସ୍ଥ ହୋଇଛନ୍ତି।

ସମ୍ବଲପୁର ଜିଲ୍ଲାରେ ୫୪ [+୪] ଜଣ ସଂକ୍ରମିତ ହୋଇଥିବା ବେଳେ ୩୦ [+୪] ଜଣ ସକ୍ରୀୟ ଅଛନ୍ତି। ୨୪ ଜଣ ସୁସ୍ଥ ହୋଇଛନ୍ତି।

ସୋନପୁର ଜିଲ୍ଲାରେ ୩୬ ଜଣ ସଂକ୍ରମିତ ହୋଇଥିବା ବେଳେ ୧ ଜଣ ସକ୍ରୀୟ ଅଛନ୍ତି। ୩୫ ଜଣ ସୁସ୍ଥ ହୋଇଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାରେ ୧୯୩ [+୨] ଜଣ ସଂକ୍ରମିତ ହୋଇଥିବା ବେଳେ ୪୬ [+୨] ଜଣ ସକ୍ରୀୟ ଅଛନ୍ତି। ୧୪୭ ଜଣ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.