Home ଓଡ଼ିଶା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ନଭେମ୍ବର ଶେଷ ପର୍ଯନ୍ତ ବଳବତ୍ତର ରହିବ – ପ୍ରଧାନମନ୍ତ୍ରୀ...

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ନଭେମ୍ବର ଶେଷ ପର୍ଯନ୍ତ ବଳବତ୍ତର ରହିବ – ପ୍ରଧାନମନ୍ତ୍ରୀ ମୋଦୀ

225

ନୂଆ ଦିଲ୍ଲୀ ୩୦-୬ (ଓଡ଼ିଆ ପୁଅ) ଆଜି ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରକାଶ କରିଛନ୍ତିଯେ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ନଭେମ୍ବର ଶେଷ ପର୍ଯନ୍ତ ବଳବତ୍ତର ରହିବ। ପ୍ରଧାନମନ୍ତ୍ରୀ ପ୍ରକାଶ  କରିଛନ୍ତିଯେ, ବର୍ଷା ଋତୁ ପରେ କୃଷି କ୍ଷେତ୍ରରେ ଅଧିକ କାମ କରାଯାଏ। ଧୀରେ ଧୀରେ ଜୁଲାଇରୁ ପର୍ବ ମଧ୍ୟ ଆରମ୍ଭ ହୁଏ। ଶ୍ରାବଣ ଆରମ୍ଭ ହେବ। ଏହା ପରେ ରକ୍ଷା ବନ୍ଧନ ଆସିବ, କୃଷ୍ଣ ଜନ୍ମାଷ୍ଟମୀ ଏବ୍ ପରେ ନବରାତ୍ରୀ, ଦିପାବଳି ଆସିବ। ପର୍ବଗୁଡ଼ିକରେ ଖର୍ଚ୍ଚ ବଢ଼ିଥାଏ। ତେଣୁ ନିଷ୍ପତ୍ତି ନିଆଯାଇଛି ଯେ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବର୍ତ୍ତମାନ ଦିୱାଲୀ ଏବଂ ଛଟ ପୂଜା ପର୍ଯ୍ୟନ୍ତ ବୃଦ୍ଧି ହେବ। ଯାହାକି ନଭେମ୍ବର ଶେଷ ପର୍ଯ୍ୟନ୍ତ ଚାଲିବ।

ପ୍ରତ୍ୟେକ ପରିବାରକୁ ପ୍ରତି ମାସରେ ପାଞ୍ଚ କିଗ୍ରା ଗହମ କିମ୍ବା ଚାଉଳ ଏବଂ ଏକ କିଗ୍ରା ଚଣା ଦିଆଯିବ। ଏହାର ମୂଲ୍ୟ ୯୦ ହଜାର କୋଟିରୁ ଅଧିକ ହେବ। ଯଦି ଆମେ ଗତ ତିନି ମାସର ଖର୍ଚ୍ଚ ଯୋଡିବୁ, ତେବେ ଏହା ପ୍ରାୟ ୧.୫ ଲକ୍ଷ କୋଟି ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.