Home ଅପରାଧ ବାସୁଦେବପୁର ତହସିଲଦାରଙ୍କ ମନମ୍ମୁଖି କାର୍ଯ୍ୟ, ନ୍ୟାୟରୁ ବଞ୍ଚିତ ପରିବାର ଲୋକଙ୍କ ଆତ୍ମହତ୍ୟାର ଚେତାବନୀ

ବାସୁଦେବପୁର ତହସିଲଦାରଙ୍କ ମନମ୍ମୁଖି କାର୍ଯ୍ୟ, ନ୍ୟାୟରୁ ବଞ୍ଚିତ ପରିବାର ଲୋକଙ୍କ ଆତ୍ମହତ୍ୟାର ଚେତାବନୀ

157

ଭଦ୍ରକ, ତା ୩୦ ୦୬(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ/ସୀତାରାମ ଦିକ୍ଷୀତ) ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ ନ୍ୟାୟରୁ ବଞ୍ଚିତ ଏକ ପରିବାର ଲୋକଙ୍କ ଆକୁଳ ନିବେଦନ, ଆମେ ଚାହୁଁଛୁ ଭଦ୍ରକ ଜିଲ୍ଲା ଜିଲ୍ଲାପାଳ, ଜିଲ୍ଲା ମାଜିଷ୍ଟ୍ରେଟ ବାସୁଦେବପୁର ତହସିଲଦାର ନାୟକାଣୀଡ଼ିହି ଥାନା ଆଇଆଇସି କିମ୍ବା ଅନ୍ୟ ଅର୍ଥରେ କହିବାକୁ ଗଲେ ପ୍ରଶାସନିକ ଅଧିକାରୀମାନେ ଜମି ଉପରେ ସର୍ଜମୀନ ତଦନ୍ତ କରନ୍ତୁ । ଯଦି ଆମ ଜମି ଉପରେ ସର୍ଜମୀନ ତଦନ୍ତ କରାନଯାଏ ତେବେ ପରିବାର ଲୋକ ଯଦି ବିଷ ପିଇ ଆତ୍ମହତ୍ୟା କରୁ ତାହାଲେ ଉପରେ ଥିବା ଏହି ଚାରି ଜଣ ସମ୍ପୂର୍ଣ ଦାୟି ରହିବେ । କାରଣ ଦୀର୍ଘ ୨୫ବର୍ଷ ହେଲା ନ୍ୟାୟ ପାଇଁ ବାରମ୍ବାର ଦୋୖଡି ଦୋୖଡି ବାରମ୍ବାର ଗୁହାରି ଜଣାଇଥିଲେ ମଧ୍ୟ ଆମ କଥା ବିଚାରକୁ ନିଆଯାଇ ପାରିଲାନାହିଁ । ଉପରୁ ସମସ୍ତ ଅର୍ଡର ଆସିଥିଲେ ମଧ୍ୟ ଏମାନେ ମାନିବାକୁ ନାରାଜ । ଭୁଲ ରିପୋର୍ଟ ଦେଇଥିବା ବେଳେ ଏବାବଦରେ ତହସିଲଦାଙ୍କୁ କହିଲେ ମିଳୁଛି ବିଭିନ୍ନ ଧମକ । କାରଣ କବଲା ନାହିଁ ତହସିଲଦାର ଦେଉଛନ୍ତି କିପରି ଖତୀଆନ । ଏହିପରି ଭାବରେ ଆମର ସମସ୍ତ ପୈତୃକ ସମ୍ପତ୍ତି ତହସିଲଦାର ବିତରଣ କରୁଛନ୍ତି । କହିଲେ ମିଳୁଛି ଏହି ଭଳି ଧମକ, ତୁମେ ମାନେ ମରିବ ମରିବ କହୁଛ ମରୁନ କାହିଁକି । ଆମେ ଚୋରି କରିଛୁ ତୁମେ ଆମକୁ ଧର । ତେଣୁ ତହସିଲଦାର ବିନା କବଲାରେ ଖତୀଆନ ଦେବେ । ଆମେ ସେହି ଖତୀଆନକୁ କାଟିବା ପାଇଁ ବିଭିନ୍ନ ପ୍ରକାର ମାନସିକ ଓ ଶାରୀରିକ ସହ ଆର୍ଥିକ ସଙ୍କଟ ଦେଇ ଗତି କରୁଛୁ । ଆମର ଆଜକୁ ୧୦ବର୍ଷ ହେଲା ଚାଷବାସ ହୋଇନାହିଁ । ଆମେ ପାଖରେ ଗଣ୍ଡେ ଖାଇବାକୁ ଦାନା ନାହିଁ । ଆମକୁ ନ୍ୟାୟ ଦିଆଯାଉ ନଚେତ୍ ମୃତ୍ୟୁଦଣ୍ଡ ଦିଆଯାଉ ବୋଲି ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ପରିବାରର ସଦସ୍ୟ । ସବୁ ଥାଇ ମଧ୍ୟ ଅସହରା ହେଇ ପଡିଛନ୍ତି ପରିବାରର ସମସ୍ତ ସଦସ୍ୟ । ଏମିତି ଏକ ଦୁଃଖଦ ଘଟଣା ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ନାୟକାଣୀଡିହି ଥାନା ଅନ୍ତର୍ଗତ ନନ୍ଦପାଟଣା ଗ୍ରାମର ସର୍ଚ୍ଚିତାନନ୍ଦ ପାଳଙ୍କ ସ୍ବ ପରିବାର ।

ସୂଚନା ଅନୁଯାୟୀ ଆଜକୁ ୨୫ବର୍ଷ ପୂର୍ବେ ଅର୍ଥାତ ୧୯୯୩ ମସିହାରେ ବାସୁଦେବପୁର ତହସିଲଦାର ବିଶ୍ୱନାଥ ଦାଶ ଏକ ଖତୀଆନ(ନଂ୧୮୧/୪୭) ଦେଇଥିଲେ । ହେଲେ ତାହାର କବଲା ନାହିଁ, ସେହି ୫୦ ଡେସିମିଲ ଜାଗାକୁ ଫେରେଇବା ପାଇଁ ସମସ୍ତ ପୈତୃକ ସମ୍ପତ୍ତି ବିକ୍ରି ହୋଇଯାଇଛି । ବାସୁଦେବପୁର ତହସିଲଦାର ଜମି ମାଫିଆ ସାଜିଛନ୍ତି । ଜମି ମାଲିକ ଦରକାର ନାହିଁ ତହସିଲଦାର ନିଜେ ଜମି ମାଲିକ ସାଜି ଜମି ଦେଉଛନ୍ତି । କବଲା ନାହିଁ କିନ୍ତୁ ଖତୀଆନ ଦେଉଛନ୍ତି କିପରି ? ଏହା ପରେ ମଧ୍ୟ ଅବଶିଷ୍ଟ ଜାଗାକୁ ଦେଉଛନ୍ତି ଏହା ଉପରେ ଆରଆଇ ୬ଥର ସର୍ଜମୀନ ତଦନ୍ତ ରିପୋର୍ଟ ଦେଇଛନ୍ତି । କିନ୍ତୁ ତହସିଲଦାର କହୁଛନ୍ତି କ’ଣ ଭାବିଛ ଆମେ ଯାହା ଚାହିଁବୁ ତାହା କରିବୁ ତାହାହିଁ ହେବ । ଆରଆଇ କ’ଣ କହିବ ଦୀର୍ଘ ୨୫ ବର୍ଷ ହେଲା ଆମ କଥା ବିଚାରକୁ ନିଆଯାଉନାହିଁ । ଏଣୁ କ୍ରୀତଦାସ ପରି ବଞ୍ଚିବା ଅପେକ୍ଷା ମୃତ୍ୟୁ ହିଁ ଶ୍ରେୟସ୍କର । ଏହି ଚୋରି ହୋଇଥିବା ସମ୍ପତ୍ତି ଉପରେ ସର୍ଜମୀନ ତଦନ୍ତ ପାଇଁ ପରିବାର ଲୋକମାନେ ବାରମ୍ବାର ଦୋୖଡି ଦୋୖଡି ଦାବି କରିବା ପରେବି ବିଫଳ ହୋଇଯାଇଛନ୍ତି ।

ତହସିଲଦାର କହୁଛନ୍ତି ଆମେ ଚୋରି କଲୁ ଆମେ ମାନୁଛୁ କିନ୍ତୁ ଆମେ କାଟି ପାରିବୁ ନାହିଁ ୫୦ ଡେସିମିଲି ଜାଗା ଦେଇଛି ସବୁ ଜାଗା ଦେଇ ଦେବି କିଛି କରିପାରିବ ନାହିଁ । ଆମର ୫ ଏକ ଜାଗା ଥାଇ ମଧ୍ୟ ଭୂମିହୀନ ହୋଇଯାଇଛି । ତେଣୁ ସମସ୍ତ ଉପରିସ୍ଥ ଅଧିକାରୀମାନଙ୍କୁ ଜଣାଇଲୁ ସେମାନେ ଯାହା ଦେଲେ ତହସିଲଦାର ତାକୁ କାର୍ଯ୍ୟକାରୀ ବଦଳରେ ଚାପି ରଖି ନିରବ ହେଇ ବସିଲେ । ଏହା ପୂର୍ବରୁ ସମସ୍ତେ କହିଛନ୍ତି ଏ ସମସ୍ୟାର ସମାଧାନ କରିବା ପାଇଁ କିନ୍ତୁ ତହସିଲଦାର କହୁଛନ୍ତି ଯାହାକୁ ଜଣାଉଛ ଜଣାଅ ସେ କରିଦେବ ନା କ’ଣ । ତହସିଲଦା ରାଜ୍ୟପାଳ ଓ ଜିଲ୍ଲାପାଳଙ୍କ ଚିଠିକୁ ବେ ଖାତିର କରୁଛନ୍ତି । ଏବେ ଆମେ ୩୧.୧୨.୨୦୧୯ରେ ରାଜ୍ୟପାଳଙ୍କୁ ଚିଠି କରିଥିଲୁ ରାଜ୍ୟପାଳ ମଧ୍ୟ ଚିଠିର ଉତ୍ତର ଫେରାଇଛନ୍ତି । ସେ କହିଛନ୍ତି ତୁରନ୍ତ ସମସ୍ୟାର ସମାଧାନ କରିବା ସହ ଆମ ଘରକୁ ଆସି ସମସ୍ତ ବିବରଣୀ ନେବା ପାଇଁ, ହେଲେ ସେମାନେ ଆସିଲେ ନାହିଁ । ତେଣୁ ମୁଁ ବାଧ୍ୟ ହୋଇ ଗାଁର କିଛି ଭଦ୍ର ଲୋକ ଓ ସରପଞ୍ଚଙ୍କୁ ନେଇ ତହସିଲଦାରଙ୍କ ପାଖକୁ ଯାଇଥିଲି । ତହସିଲଦାରଙ୍କୁ ମୋ ବାପା ତାଙ୍କ ପରିଚୟ ଦେଲା ବେଳେ ତହସିଲଦାର କହିଲେ ମୁଁ ସବୁ ଜାଣିଛି । ବାପା ଖତୀଆନ ବାବଦରେ କହିଲା ବେଳେ ତହସିଲଦାର ଉତ୍ତର ଦେଲେ ଆମର ଏଠି କିଛି ନାହିଁ ତୁମେ ଯାଅ, ଆଉ ତୁମେ ଯଦି ଅନଶନ କରିବ ତାହାଲେ ତୁମକୁ ନେଇ ଚାରିକାନ୍ଥ ଭିତରେ ପୁରାଇ ଦେବି, ତା ପରଦିନ ଛାଡି ଦେବି ତୁମେ ଯାଇପାର ଏବଂ ବିଭିନ୍ନ ଧମକ ମଧ୍ୟ ଦେଲେ । କିନ୍ତୁ ଯାହା ରିପୋର୍ଟ ଦେଉଛନ୍ତି ତାହା ସମ୍ପୂର୍ଣ ମିଛ ବୟାନ ଅଟେ ରାଜ୍ୟପାଳ ପଠାଇଥିବା ଚିଠିର ଉତ୍ତର ସମ୍ପୂର୍ଣ ଭୁଲ ଅଟେ । ସେମାନେ ବାରମ୍ବାର ଭୁଲ ତଥ୍ୟ ଦେଉଛନ୍ତି କହିଲେ ମିଳୁଛି ଧମକ ।

ତହସିଲଦାର କହୁଛନ୍ତି ଆମେ କବଲା ନାହିଁ ଖତୀଆନ ଦେଇଦେଇଛି କ’ଣ ଅସୁବିଧା ହେଲା ତୁମେମାନେ ମରୁନ ମୋର କ’ଣ ଯାଉଛି । ଏହିଭଳି ସରକାରୀ ବାବୁଙ୍କ ପାଇଁ ଆମର ଜାଗା ଥାଇ ମଧ୍ୟ ଆମେ ଭୂମିହୀନ ହୋଇଯାଇଛୁ । ଆଜକୁ ୧୦ ବର୍ଷ ହେଲା ଚାଷବାସ ନାହିଁ, ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ, ବର୍ତ୍ତମାନ ପରିବାର ଲୋକଙ୍କ ପେଟ ପାଇଁ ଦାନା ଯୋଗାଡ଼ କରିବା ଅସମ୍ଭବ ହୋଇପଡିଛି । ତେଣୁ ଆମେ ସରକାରଙ୍କୁ ମୃତ୍ୟୁଦଣ୍ଡ ମାଗୁଛୁ ଏ ବାବଦରେ ତହସିଲଦାରଙ୍କ ଉକ୍ତି ବାରମ୍ବାର ମରିବ ବୋଲି କହୁଛ ହେଲେ ମରୁ ନାହିଁ ତ । ତହସିଲଦାର କହିଲେ ଯେ ତୁମର ଜୀବନ, ତୁମେ ମଲେ ଆମେ କ’ଣ କରିବୁ ଯେ କବଲା ନାହିଁ ଖତୀଆନ ଦେଇଛି ସେ କାଟିବ ଥରେ ଖତୀଆନ ହେଇ ଗଲେ କାଟି ହେବ ନାହିଁ ଭୁଲ ହୋଉ କିମ୍ବା ଠିକ୍ । ନ୍ୟାୟ ଦେବା ବଦଳରେ ଆମ ପରିବାର ଲୋକ କାହିଁକି ମରୁ ନାହିଁ ଏଭଳି କଥା କହିବା ପାଇଁ ପଛାଉ ନାହାନ୍ତି ବାସୁଦେବପୁର ତହସିଲଦାର ବୋଲି ସର୍ଚ୍ଚିତାନନ୍ଦ ପାଳ ଓ ପରିବାର ଲୋକ ଅଭିଯୋଗ କରିଛନ୍ତି ।












LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.