Home ଜଗତସିଂହପୁର କୋର୍ଟ ନିର୍ଦ୍ଦେଶକୁ ଅବମାନନା

କୋର୍ଟ ନିର୍ଦ୍ଦେଶକୁ ଅବମାନନା

439

ତିର୍ତ୍ତୋଲ୧୫/୦୩ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ଥାନା ଅନ୍ତର୍ଗତ ସରଣୀ ଛକ ଠାରେ ଜଣେ ବ୍ୟକ୍ତି କୋର୍ଟ ନିର୍ଦ୍ଦେଶକୁ ଅବମାନନା କରି ପକ୍କାଘର କାମ କରୁଥିବା ନେଇ ତିର୍ତ୍ତୋଲ ଥାନାରେ ଲିଖିତ ଅଭିଯୋଗ କରାଯାଇଥିବା ଜଣାପଡ଼ିଛି। ଅଭିଯୋଗ ମୁତାବକ ହରିହର ବେହେରା ଓ ରାଜକିଶୋର କରଙ୍କ ନାମରେ ସରଣୀ ଛକ ନିକଟରେ ପ୍ଲଟ ନଂ ୮୪୨ / ୭ ଡ଼ିସିମିଲ ରେକର୍ଡ଼ ରହିଛି। ରାଜକିଶୋର କର ଓ ତାଙ୍କ ପୁତ୍ର ଯୋର ଯବରଦସ୍ତ ତାଙ୍କ ଉପରୋକ୍ତ ଯାଗାର ଅଧାଭାଗରେ କାର୍ଯ୍ୟ କରିବା ପରିବର୍ତ୍ତେ ସମ୍ପୁର୍ଣ୍ଣ ଯାଗାର ପୁରୁଣା କୋଠା ଛାତ ଭାଙ୍ଗି ନୂତନ ପିଲର ତିଆରି କରିଚାଲିଛନ୍ତି। ଶ୍ରୀଯୁକ୍ତ ବେହେରା ତାଙ୍କ ଯାଗାରେ ଘରନିର୍ମାଣ କାର୍ଯ୍ୟ ଚାଲୁଥିବା ଦେଖି ଜଗତସିଂହପୁର ସିଭିଲ ଜଜ୍ ସିନିଅର ଡ଼ିଭିଜନରେ ୧୨.୦୨.୨୦୨୦ ତାରିଖରେ ଏକ ମାମଲା ନଂ ୬୦/୨୦୨୦ ରୁଜୁ କରିଥିଲେ, । ଏହି ମାମଲାରେ ମାନ୍ୟବର ଅଦାଲତ ସ୍ଥିତାବସ୍ଥା ବଜାୟ ରଖିବାପାଇଁ ଆଦେଶ ଦେଇଥିବାବେଳେ ଏହାକୁ ଅବମାନନା କରି ରାଜକିଶୋର ଓ ତାଙ୍କ ପୁତ୍ର ଘରର ନିର୍ମାଣ କାର୍ଯ୍ୟ କରୁଛନ୍ତି। ରାଜକିଶୋର କୋର୍ଟର ଆଦେଶକୁ ଅବମାନନା କରି ପୂନର୍ବାର ଘର ନିର୍ମାଣ କାର୍ଯ୍ୟକରୁଥିବା ଦେଖି ଶ୍ରୀଯୁକ୍ତ ବେହେରା ତିର୍ତ୍ତୋଲ ଥାନାରେ ୨୮/୦୨/୨୦୨୦ରିଖରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବପରେ ତିର୍ତ୍ତୋଲ ପୋଲିସ ମାର୍ଚ୍ଚ ୧ ତାରିଖ ଦିନ ଉକ୍ତ ଯାଗାର ପହଞ୍ଚି ରାଜକିଶୋରଙ୍କୁ ଘର ନିର୍ମାଣ କାର୍ଯ୍ୟ ବନ୍ଦ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟର ଆଦେଶ ଓ ତିର୍ତ୍ତୋଲ ପୋଲିସର ନିର୍ଦ୍ଦେଶକୁ ନମାନି ଅତି ବେଖାତିର୍‌ଭାବେ ରାଜକିଶୋର ଦିନରାତି ଘରନିର୍ମାଣ କାର୍ଯ୍ୟ କରୁଥିବାର ଶ୍ରୀଯୁକ୍ତ ବେହେରା ଜାଣିସବାକୁ ପାଇଥିଲେ। ଶ୍ରୀଯୁକ୍ତ ବେହେରା ପୂନର୍ବାର ନିର୍ମାଣ କାର୍ଯ୍ୟ ଚାଲୁଥିବା ଦେଖି ତିର୍ତ୍ତୋଲ ଥାନାରେ ୧୪.୦୩.୨୦୨୦ରିଖରେ ଲିଖିତ ଅଭିଯୋଗ ଜଣାଇଥିଲେ। ତିର୍ତ୍ତୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାଜକିଶୋରଙ୍କୁ ଘରନିର୍ମାଣ କାର୍ଯ୍ୟ ବନ୍ଦପାଇଁ ନିର୍ଦ୍ଦେଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.