Home ଓଡ଼ିଶା ବିଜେପିର କାଶ୍ମିର ପ୍ରସଂଗରେ ଜନ ସମ୍ପର୍କ ଅଭିଯାନ ପଦ୍ମଭୂଷଣ ରମାକାନ୍ତ ରଥଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର...

ବିଜେପିର କାଶ୍ମିର ପ୍ରସଂଗରେ ଜନ ସମ୍ପର୍କ ଅଭିଯାନ ପଦ୍ମଭୂଷଣ ରମାକାନ୍ତ ରଥଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

131

– ଧାରା ୩୭୦ ଓ ୩୫ (କ) ଉଚ୍ଛେଦକୁ ପୂଣ୍ଣ ସମର୍ଥନ କଲେ ରମାକାନ୍ତ ରଥ

ଭୁବନେଶ୍ୱର, ସେପ୍ଟେମ୍ବର ୧୪ (ଓଡ଼ିଆ ପୁଅ) – ଜାମ୍ମୁ କାଶ୍ମିରରେ ଧାରା ୩୭୦ ଓ ୩୫ (କ) ଉଚ୍ଛେଦ ପରବର୍ତ୍ତୀ ଲାଭ ସମ୍ପର୍କରେ ଦେଶର ପ୍ରତ୍ୟେକ ଲୋକଙ୍କ ନିକଟରେ ପହଁଚାଇବାର ଉଦ୍ଦେଶ୍ୟ ନେଇ ବିଜେପି ପକ୍ଷରୁ ସେପ୍ଟେମ୍ବର ୧ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ଦେଶବ୍ୟାପୀ ଜନ ସମ୍ପର୍କ ଓ ଜନ ଜାଗରଣ ଯାତ୍ରା ଅଭିଯାନ ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଖ୍ୟାତିସମ୍ପନ୍ନ ଲେଖକ ତଥା ପ୍ରଶାସକ ପଦ୍ମଭୂଷଣ ରମାକାନ୍ତ ରଥଙ୍କୁ ଭେଟିଛନ୍ତିା

ଶ୍ରୀ ରଥଙ୍କୁ ତାଙ୍କ ବାସଭବନରେ ଭେଟିବା ପରେ ଗଣମାଧ୍ୟମକୁ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଆ ସାମାଜିକ ଜୀବନର ବହୁତ ବଡ ବ୍ୟକ୍ତି ରମାକାନ୍ତ ରଥଙ୍କୁ ସାକ୍ଷାତ୍ କରି ନିଜକୁ ସୌଭାଗ୍ୟଶାଳୀ ମନେକରୁଛି। ପ୍ରଦ୍ମଭୂଷଣ ରମାକାନ୍ତଙ୍କୁ ଧାରା ୩୭୦ ଉଚ୍ଛେଦ ପରେ ଦେଶର ସ୍ଥିତି କିଭଳି ରହିଛି ସେହି ବିଷୟରେ ତାଙ୍କୁ ଅବଗତ କଲି।

ଶ୍ରୀ ରଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ୩୭୦ ଧାରା ଉଚ୍ଛେଦକୁ ସମର୍ଥନ କରିବା ସହ ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟ କାମ ପୂର୍ବରୁ ହିଁ ହେବାର ଥିଲା ବୋଲି କହିଥିଲେ। ସେହିପରି ବିଜେପିର ଦେଶବ୍ୟାପୀ ଜନ ସମ୍ପର୍କ ଓ ଜନ ଜାଗରଣ ଯାତ୍ରା ଅଭିଯାନକୁ ମଧ୍ୟ ଶ୍ରୀ ରଥ ସମର୍ଥନ କରିଥିଲେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.