Home Top News ଧନ୍ୟ ତୁମେ ଧର୍ମେନ୍ଦ୍ର! ରାହୁଲଙ୍କ ଗାଳି ଶୁଭିଲା, ସୁରଙ୍କ ଗାଳି ଶୁଭୁନି?

ଧନ୍ୟ ତୁମେ ଧର୍ମେନ୍ଦ୍ର! ରାହୁଲଙ୍କ ଗାଳି ଶୁଭିଲା, ସୁରଙ୍କ ଗାଳି ଶୁଭୁନି?

211

ଭୁବନେଶ୍ୱର: ଗାଳି ଦେଇ ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦୁଇ ବର୍ଷ ଜେଲ୍, ସାଂସଦ ସଦସ୍ୟତା ପଦ ରଦ୍ଦ ସହିତ ଦୁଇ ବର୍ଷ ଯାଏଁ ଅର୍ଥାତ୍ ୨୦୨୪ ନିର୍ବାଚନ ଲଢ଼ି ପାରିବେ ନାହିଁ ରାହୁଲ ଗାନ୍ଧୀ। ୨୦୧୯ ନିର୍ବାଚନ ବେଳେ ରାହୁଲ ଗାନ୍ଧୀ ପ୍ରଚାର ସମୟରେ ଯେଉଁ ବୟାନ ଦେଇଥିଲେ ତାହାକୁ ନେଇ ହୋଇଥିବା ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ରାହୁଲ ଗାନ୍ଧୀ। ଗୁଜୁରାଟର ସୁରଟ କୋର୍ଟ ୪ ବର୍ଷ ତଳର ଏହି ମାମଲାରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଗତ ୨୦୧୯ ନିର୍ବାଚନରେ କର୍ଣ୍ଣାଟକର ଏକ ନିର୍ବାଚନୀ ସଭାରେ ରାହୁଲ କହିଥିଲେ, ସବୁ ଚୋରଙ୍କର ସରନେମ୍ (ସାଙ୍ଗିଆ) ମୋଦୀ କାହିଁକି ହୋଇଥାଏ। ଏହି ବୟାନକୁ ନେଇ ସେତେବେଳେ ବିବାଦ ଦେଖିବାକୁ ମିଳିଥିଲା। ରାହୁଲଙ୍କ ଏହି ବୟାନ ପୂରା ମୋଦୀ ସମାଜ ପ୍ରତି ଅପମାନ ବୋଲି ଦର୍ଶାଇ ବିଜେପି ବିଧାୟକ ପୁର୍ଣ୍ଣେଶ ମୋଦୀ ଏକ ମାନହାନି ମାମଲା ରୁଜୁ କରିଥିଲେ। ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହେବା ପରେ ବିଜେପି – କଂଗ୍ରେସ ଏବଂ ଅନ୍ୟାନ୍ୟ ବିରୋଧୀ ଦଳ ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଏହା ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ପକ୍ଷରୁ ଆୟୋଜିତ ନୂଆଦିଲ୍ଲୀ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଦେଶର ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ ଜାତିବାଦ ଶବ୍ଦ ଠାରୁ ଆରମ୍ଭ କରି ଗାଳି ଦେବା, ଅପଶବ୍ଦ କହିବା, ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ କରିବା ଆଦି ଘଟଣାକୁ ନେଇ ତୀବ୍ର ନିନ୍ଦା କରିବା ସହ କୋର୍ଟ ରାୟକୁ ସ୍ୱାଗତ କରିଛନ୍ତି। ତେବେ, ରାହୁଲଙ୍କ କଥା ଧର୍ମେନ୍ଦ୍ରଙ୍କୁ କାହିଁକି ଏତେ ବାଧିଲା? ମୋଦୀଙ୍କ ବାବଦରେ ଏମିତି କ’ଣ କହି ଦେଇଥିଲେ କି ରାହୁଲ? ୨୦୧୯ର ସେହି ନିର୍ବାଚନୀ ସଭାରେ ରାହୁଲ କହିଥିଲେ, “ନୀରବ ମୋଦୀ, ଲଳିତ ମୋଦୀ ଓ ନରେନ୍ଦ୍ର ମୋଦୀଙ୍କ ସରନେମ୍ କମନ୍ କାହିଁକି? ସବୁ ଚୋରଙ୍କ ସରନେମ୍ ମୋଦୀ କାହିଁକି ହୋଇଥାଏ?” ବାସ୍ ଏତିକି କଥା!କିନ୍ତୁ, ଓଡ଼ିଶାରେ ସେହି କଂଗ୍ରେସ ଦଳର ନେତା ଜଟଣୀ ବିଧାୟକ ସୁରେଶ କୁମାର (ସୁର) ରାଉତରାୟ ଯେତେବେଳେ ମୋଦୀଙ୍କୁ ଗାଳି କରନ୍ତି, ଅପଶବ୍ଦ କୁହନ୍ତି, ତାହା କ’ଣ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶୁଭେନି? ସୁର ତ’ ସବୁ ସୀମା ଟପି ଯାଆନ୍ତି। ଥରେ ନୁହେଁ, କି ଦୁଇ ଥର ନୁହେଁ। ସୁର ନରେନ୍ଦ୍ର ମୋଦୀଙ୍କ ବାବଦରେ ଅତି ଅଶାଳୀନ ଶବ୍ଦ ବ୍ୟବହାର କରି ସବୁ ମର୍ଯ୍ୟାଦା ହରାଇ ବାରମ୍ବାର ଗାଳି କରନ୍ତି। ମୋଦୀଙ୍କ ଉଦ୍ଦେଶ୍ୟରେ ତୁ .. ତା .. କରି ଛୋଟ ଲୋକି ପ୍ରଧାନମନ୍ତ୍ରୀ, ଅଲାଜୁକ ପ୍ରଧାନମନ୍ତ୍ରୀ, ମିନ୍ ମାଇଣ୍ଡ ପ୍ରଧାନମନ୍ତ୍ରୀ ଚିନି, ଚାମଚ ଘାଣ୍ଟି ଚା’ ଦେବା ଲୋକ, ହାତରୁ ବିଣ୍ଡି ଯାଇନି, ଏଡ଼େ ଛୋଟ ଲୋକ ତୁ .. କ’ଣ କରିଛୁ ବେ ଭାରତ ପାଇଁ? ତୋର ଦାନ କ’ଣ ବେ? ଚା’ ବିକିବା ଲୋକ ତୁ? ହଇରେ ଚା’ ଦୋକାନୀ, କୃତଘ୍ନ, ଦେଶଦ୍ରୋହୀ, ଆବେ କୋଉ ଲୋକ ତୁ ବେ.. ଛୋଟ ଲୋକଟା ତୁ ବେ.. ପିଅନଠୁ ହୀନ.. ଏପରି କେତେ କ’ଣ ଗାଳି ଦେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ କହିଛନ୍ତି ସୁର ରାଉତରାୟ। କିନ୍ତୁ, ଧର୍ମେନ୍ଦ୍ର ନୁହଁ କି, ଓଡ଼ିଶା ବିଜେପିର ସେମିତି କେହି ନେତା ସୁରଙ୍କ ଏପରି କଥାକୁ କେବେ ବିରୋଧ କରି ନାହାଁନ୍ତି। ମଝିରେ ସଂଘ ପରିବାର ତଥା ବିଜେପିର ଆଦର୍ଶ ସ୍ୱତନ୍ତ୍ରବୀର ସାବରକରଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ ସୁର। କିନ୍ତୁ, ଧର୍ମେନ୍ଦ୍ର ଏବଂ ଓଡ଼ିଶା ବିଜେପି ରହିଥିଲା ନୀରବ। ମଝିରେ ପୁଣି କଙ୍ଗନା ରଣାୱତଙ୍କୁ ଟାର୍ଗେଟ୍ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଙ୍ଗନାଙ୍କ ଆପତ୍ତିଜନକ ସଂପର୍କ କଥା କହି ଅତ୍ୟନ୍ତ ଅରୁଚିକର ମନ୍ତବ୍ୟ ଦେଇଥିଲେ ସୁର। ତଥାପି ଧର୍ମେନ୍ଦ୍ର ରହିଲେ ଚୁପ୍, ଏବଂ ଓଡ଼ିଶା ବିଜେପି ରହିଲା ଚୁପ୍! କେହି ଗୋଟେ ବି ପଦଟିଏ କହିଲେନି!ଏଠି ସୁର ରାଉତରାୟଙ୍କ ବିରୋଧରେ ଧର୍ମେନ୍ଦ୍ର କିମ୍ବା ଓଡ଼ିଶା ବିଜେପି ପକ୍ଷରୁ ପ୍ରତିକ୍ରିୟା ଦେଖିବାକୁ ମିଳିବ ବା କେମିତି? ଓଡ଼ିଶାରେ ତ’ ବିଜେପି ମାନେ ଧର୍ମେନ୍ଦ୍ର ଆଉ ଧର୍ମେନ୍ଦ୍ର ମାନେ ବିଜେପି! ଏଠି ଆରଏସଏସ, ବିଜେପି, ସାବରକର, ମୋଦି, ଶାହା, ଯୋଗୀଙ୍କୁ ଗାଳି କଲେ ଚଳିବ। କିନ୍ତୁ ସର୍ତ୍ତ: ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶଂସା କରିବାର ଅଛି। ସୁର ତ’ ସେୟା କରୁଛନ୍ତି। ଆରଏସଏସ, ବିଜେପି, ସାବରକର, ମୋଦି, ଶାହା, ଯୋଗୀଙ୍କୁ ଗାଳି କରୁଛନ୍ତି ଆଉ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି। ଓଡ଼ିଶା ବିଜେପି ନେତାନେତ୍ରୀ ମାନଙ୍କୁ ବଡ଼ ଆନନ୍ଦ ଲାଗେ। ପଚାରିଲେ କେହି କେହି କୁହନ୍ତି, ସୁରଙ୍କ କଥାକୁ ସେମାନେ ଗୁରୁତ୍ୱ ଦେଉନାହାଁନ୍ତି। ତେଣୁ ସେମାନେ କିଛି ପ୍ରତିକ୍ରିୟା ଦେଉନାହାଁନ୍ତି। କିନ୍ତୁ, ସେଇମାନେ, ପୁଣି ସେହି ସୁର ରାଉତରାୟଙ୍କ ଭିଡିଓରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ରହିଥିବା ପ୍ରଶଂସା ତକକୁ ସାଉଁଟି (କଟିଂ କରି) ନିଜ ସୋସିଆଲ୍ ମିଡିଆରେ ପୋଷ୍ଟ କରି ବଡ଼ ଆନନ୍ଦ ପାଆନ୍ତି। ବାସ୍ତବରେ ଓଡ଼ିଶା ବିଜେପିକୁ ଚାଟୁକାରିତା ଏତେ ମାତ୍ରାରେ ଗ୍ରାସ କରିଛି ଯେ, ନିଜ ସ୍ୱାର୍ଥ ପାଇଁ ଏମାନେ କେବଳ ଧର୍ମେନ୍ଦ୍ର ପ୍ରଧାନଙ୍କ ଚାଟୁକାରୀ କରିବାକୁ ଯାଇ, ଏମାନଙ୍କ ନେତା ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅପମାନକୁ ହଜମ୍ କରିଯାଆନ୍ତି!

ଓଡ଼ିଶା ବିଜେପିରେ ନେତୃତ୍ୱ ଲଢ଼େଇ: କିଏ ହେବ ମୁଖ୍ୟମନ୍ତ୍ରୀ?


Dev@Drath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.