Home Top News ଓଡ଼ିଶା ବିଜେପିରେ ନେତୃତ୍ୱ ଲଢ଼େଇ: କିଏ ହେବ ମୁଖ୍ୟମନ୍ତ୍ରୀ?

ଓଡ଼ିଶା ବିଜେପିରେ ନେତୃତ୍ୱ ଲଢ଼େଇ: କିଏ ହେବ ମୁଖ୍ୟମନ୍ତ୍ରୀ?

175

ଭୁବନେଶ୍ୱର: ୨୦୨୪ରେ ମୁଁ ହେବି ମୁଖ୍ୟମନ୍ତ୍ରୀ! ନିଜେ କହୁ ନାହାଁନ୍ତି, କିନ୍ତୁ କୁହାଇ ହେଉଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବେ ଏହା କରୁଛନ୍ତି। ଦୀର୍ଘଦିନ ହେଲା ଓଡ଼ିଶା ବିଜେପିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକଚାଟିଆ ପ୍ରଭାବ ରହି ଆସିଥିଲା। ଯିଏ ବି ତାଙ୍କ ବଶତା ସ୍ୱୀକାର ନକଲା ସେ ହୁଏତ ଦଳରୁ ଯାଇଛି ଅଥବା କଣଠେସା ହୋଇ ରହିଯାଇଛି। ଯିଏ ସ୍ୱର ଉତ୍ତୋଳନ କଲା ତା’ ସ୍ୱରକୁ ଦମନ କରି ଦିଆଯାଇଛି। କିନ୍ତୁ, ଅପରାଜିତା ଷଡ଼ଙ୍ଗୀଙ୍କ କ୍ଷେତ୍ରରେ ସେଥିରେ ବ୍ୟତିକ୍ରମ ଘଟିଛି। ଯେତେ ଚେଷ୍ଟା କଲେ ମଧ୍ୟ ଆୟତ ହେଉନାହାଁନ୍ତି ଅପରାଜିତା। ଏ’ ଭିତରେ ଅପରାଜିତାଙ୍କ ଉପରେ ଲଗାମ୍ ଲଗାଇବାକୁ ତଥା ଧର୍ମେନ୍ଦ୍ର ପ୍ରଧାନଙ୍କ ଅଖଣ୍ଡ ପ୍ରଭାବ ବିସ୍ତାର ପାଇଁ ନିକଟରେ ଭୁବନେଶ୍ୱର ସ୍ଥିତ ହ୍ୟାଲୋ ଗାର୍ଡେନ୍ ନିକଟରେ ହୋଇଥିଲା ଏକ ଉଦ୍ୟମ। ମନ୍ତ୍ରୀଙ୍କ ଅତ୍ୟନ୍ତ ଖାସ୍ ଅନୁଗତଙ୍କ ତତ୍ୱାବଧାନରେ ତଥା ଜିଲ୍ଲା ସଭାପତି ବାବୁ ସିଂଙ୍କ ଉପସ୍ଥିତିରେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାରେ “ସଶକ୍ତ ସଂଗଠନ ପାଇଁ ଆମ ସାମର୍ଥ୍ୟର ପରିଭାଷା” ନାମରେ ଆୟୋଜିତ ହୋଇଥିଲା ଏକ ବୈଠକ। ଜିଲ୍ଲା ପ୍ରଭାରୀ ଭୁବନ ମୋହନ ଜେନା, ଜିଲ୍ଲାର ବିଭିନ୍ନ ବିଧାନସଭାର ୨୦୧୯ ନିର୍ବାଚନର ପାର୍ଥି ଜଗନ୍ନାଥ ପ୍ରଧାନ, ଦିଲ୍ଲୀପ ମହାନ୍ତି ଆଦିଙ୍କ ସମେତ ଜିଲ୍ଲା ପଦାଧିକାରୀ, ବିଭିନ୍ନ ମୋର୍ଚ୍ଚା ସଭାପତି, ମଣ୍ଡଳ ପଦାଧିକାରୀ, ଶକ୍ତି କେନ୍ଦ୍ର ପ୍ରମୁଖ, ତଥା ବୁଥ୍ ସ୍ତରର ପଦାଧିକାରୀ ଏବଂ ବିଜେପି କର୍ପୋରେଟର ମାନଙ୍କୁ ନେଇ ଆୟୋଜିତ ହୋଇଥିଲା ଏହି ବୈଠକ। କିନ୍ତୁ, ଉପସ୍ଥିତ ନଥିଲେ ସଂସଦୀୟ କ୍ଷେତ୍ରର ସାଂସଦ ଅପରାଜିତା ଷଡ଼ଙ୍ଗୀ। ବୈଠକରେ ମୂଳ ପ୍ରସଙ୍ଗ ଥିଲା ଧର୍ମେନ୍ଦ୍ରଙ୍କ ନେତୃତ୍ୱ ଏବଂ ୨୦୨୪ରେ ଧର୍ମେନ୍ଦ୍ର ହେବେ ମୁଖ୍ୟମନ୍ତ୍ରୀ! ସେହି ଅନୁଯାୟୀ ସବୁ କାମ ହେବ। ବୈଠକରେ ଏହା ଆଲୋଚନା ହେଲା ଏବଂ କିଛି ଗଣମାଧ୍ୟମରେ ମଧ୍ୟ ଏହା ପ୍ରକାଶିତ ହେଲା। “ମୁଁ ହେବି ମୁଖ୍ୟମନ୍ତ୍ରୀ” ବୋଲି ମନ୍ତ୍ରୀ ନିଜେ କହୁନଥିଲେ ମଧ୍ୟ, ମନ୍ତ୍ରୀଙ୍କ ଖାସ୍ ଅନୁଗତଙ୍କ ଦ୍ୱାରା ପରିଚାଳିତ ଏହି କାର୍ଯ୍ୟକ୍ରମରୁ ମନ୍ତ୍ରୀ ନିଜକୁ ପରୋକ୍ଷରେ ମୁଖ୍ୟମନ୍ତ୍ରୀ ଭାବରେ ପ୍ରୋଜେକ୍ଟ କରାଉଥିବା ସ୍ପଷ୍ଟ ହେଲା।ଏହା ପରେ ଜିଛି ଦିନର ନୀରବତା ପରେ ପାଳି ଅପରାଜିତା ଷଡ଼ଙ୍ଗୀଙ୍କର ଆସିଲା। ସେ ମଧ୍ୟ ନିଜେ କିଛି ନକହି ପରୋକ୍ଷରେ ଅନେକ କିଛି କୁହାଇଦେଲେ। ଦିନେ ବିନା ତାଙ୍କ ଅନୁମତିରେ ଦଳରେ ପତ୍ରଟିଏ ହଲୁନଥିବା ବେଳେ, ଏବେ କିନ୍ତୁ ଧର୍ମେନ୍ଦ୍ରଙ୍କ ନେତୃତ୍ୱକୁ ଦଳ ଭିତରେ ହୋଇଛି ଚ୍ୟାଲେଞ୍ଜ୍। ସିଧାସଳଖ ଚ୍ୟାଲେଞ୍ଜ୍! “ଆମ ନେତା ଅପରାଜିତା” ନାମରେ ଆରମ୍ଭ ହୋଇଛି ଅଭିଯାନ। ଦଳ ଭିତରେ ଅପରାଜିତଙ୍କ ସମର୍ଥନରେ ଥିବା କାର୍ଯ୍ୟକର୍ତ୍ତା “ଆମ ନେତା ଅପରାଜିତା” ନାମରେ ଭିଡିଓ କରୁଛନ୍ତି ଏବଂ ସେହି ଭିଡିଓ ଅପରାଜିତା ଫ୍ୟାନ୍ କ୍ଲବ୍ ଫେସବୁକ୍ ପେଜରେ ଅପଲୋଡ଼ କରାଯାଉଛି। ଏହା ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱକୁ ସିଧାସଳଖ ଚ୍ୟାଲେଞ୍ଜ୍ ବୋଲି କୁହାଯାଉଛି। ଗତ ୨୦ ତାରିଖରୁ ଏହି ଅଭିଯାନ ଆରମ୍ଭ ହୋଇଛି ଏବଂ ଧୀରେ ଧୀରେ ତାହା ବଢୁଛି। ଏଣେ ମନ୍ତ୍ରୀଙ୍କ ପଖାଳ ଖିଆ ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ୍ ହେଲା ବେଳକୁ ତେଣେ “ଆମ ନେତା ଅପରାଜିତା” ଭିଡିଓ ଘୁରି ବୁଲିଲା। ମନ୍ତ୍ରୀ ଏଣେ ପଖାଳ ଖିଆରେ ବ୍ୟସ୍ତ ଥିବା ବେଳେ, ତେଣେ ଅପରାଜିତାଙ୍କ ଝଟକା ଯୋଗୁଁ ମନ୍ତ୍ରୀଙ୍କ ପଖାଳ ଖିଆ ନିଶା ଛାଡ଼ି ଯାଇଥିବ ବୋଧ! ସିଏ ଯାହା ହେଉ ଏହା ତାଙ୍କ ଦଳ ଭିତର କଥା। ଆମେ ଆଲୋଚନା କରିବୁ କିଆଁ? କିନ୍ତୁ, ଗୋଟେ କଥା ବିଜେପିରେ ଏବେ ନେତୃତ୍ୱ ଲଢ଼େଇ ଜୋରଦାର ହୋଇଛି। ଏହାକୁ ଦେଖି ଓଡ଼ିଶାବାସୀ କହୁଛନ୍ତି ବିଜେପିରେ ଏ’ସବୁ କଣ ଚାଲିଛି? ଜବାବ୍ ମାଗୁଛି ଜନତା!

ହୀରାଟିଏ ହରପ୍ରିୟା: ଦଳ ଚିହ୍ନିଲାନି ତାଙ୍କୁ, ଆପଣଙ୍କୁ ଚିହ୍ନିବ ତ’ .. ?


Dev@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.