Home ଓଡ଼ିଶା ଫେସବୁକ ଲାଇଭ କରି ଆତ୍ମହତ୍ୟା ! ସାଙ୍ଗ ଦେଲା ପୁଲିସକୁ ସୂଚନା

ଫେସବୁକ ଲାଇଭ କରି ଆତ୍ମହତ୍ୟା ! ସାଙ୍ଗ ଦେଲା ପୁଲିସକୁ ସୂଚନା

220

ନୂଆ ଦିଲ୍ଲୀ ୧୧-୮ (ଓଡ଼ିଆ ପୁଅ) ଦିଲ୍ଲୀର ଶାହଦରାରେ ରବିବାରଦିନ ଫେସବୁକ ଲାଇଭ କରି ଆତ୍ମହତ୍ୟା କରିବାର ମାମଲା ସାମନାକୁ ଆସିଛି। ଆତ୍ମହତ୍ୟା କରିଥିବା ବ୍ୟକ୍ତି ଦିଲ୍ଲୀ ମେଟ୍ରୋର କର୍ମଚାରୀ ଥିଲେ। ଅନେକ ଲୋକ ଏହି ଯୁବକର ଆତ୍ମହତ୍ୟାକୁ ଲାଇଭ ଦେଖିଥିଲେ ଏବଂ ସେମାନଙ୍କ ମଧ୍ୟରୁ ଜଣେ ଏହାର ସୂଚନା ତା’ ସାଙ୍ଗକୁ ଦେଇଥିଲା, ଯିଏ ସକାଳ ୯ ଟା ସମୟରେ ପିସିଆରକୁ କଲ କରିଥିଲା।

କଲ କରିଥିବା ବ୍ୟକ୍ତି ଜଣକ କହିଲା, ଶାହଦରା ମେଟ୍ରୋ ଷ୍ଟେସନ ନିକଟରେ ତେଲିୱାଡ଼ାର ଏକ ଫ୍ଲାଟରେ ତା’ର ଜଣେ ସାଙ୍ଗ ଫାଶୀ ଲଗାଇ ଆତ୍ମହତ୍ୟା କରିଛି। ତା’ ପରେ ଏସଆଇ ଧୀର ସିଂହ ଶାହଦରାର ତେଲିୱାଡ଼ା ସ୍ଥିତ ଫ୍ଲାଟରେ ପହଁଞ୍ଚିଥିଲେ ଯେଉଁଠାରେ ପୂର୍ବରୁ କଲ କରିଥିବା ବ୍ୟକ୍ତି ସୂର୍ଯ୍ୟକାନ୍ତ ଦାସ ଏବଂ ମୃତକ ବ୍ୟକ୍ତିର ଘର ମାଲିକ ସଞ୍ଜୟ ଆରୋରା ପୂର୍ବରୁ ସେଠାରେ ଉପସ୍ଥିତ ଥିଲେ।

ସୂର୍ଯ୍ୟକାନ୍ତ ପୁଲିସକୁ କହିଲେ କି ପଶ୍ଚିମ ବଙ୍ଗର ଶୁଭଙ୍କର ଚକ୍ରବର୍ତ୍ତୀ (୨୭) ସେହି ବିଲ୍ଡିଂଗରେ ଦ୍ୱିତୀୟ ମହଲାରେ ରହୁଥିଲା। ଘଟଣା ସମୟରେ ଘର ଭିତରେ ନିଜକୁ ବନ୍ଦ କରିଥିଲା। ଘଟଣାସ୍ଥଳରେ ପୋଲିସ୍ ପହଁଚି ଦ୍ୱାର ଭାଙ୍ଗିଥିଲା ଏବଂ ଶୁଭଙ୍କରର ଶବକୁ ଜବତ କରିଥିଲା। ତା’ ପରେ କ୍ରାଇମ ଟିମକୁ ଘଟଣାସ୍ଥଳକୁ ଡକାଯାଇଥିଲା। ଶୁଭଙ୍କରର ଫୋନ ରୁମର ଝରକା ଉପରେ ମିଳିଛି, ଯାହାକୁ ପୋଲିସ ଜବତ କରିଛି। ଘଟଣାସ୍ଥଳରୁ କୌଣସି ସୁଇସାଇଡ ନୋଟ ମିଳିନାହିଁ। ଘଟଣାର ସୂଚନା ପରିବାରକୁ ଦିଆଯାଇଛି।

ସୂର୍ଯ୍ୟକାନ୍ତ ଦାସ ପୁଲିସକୁ କହିଲା କି ତା’ ସାଙ୍ଗ ଆକାଶ କହିଲା କି ସେ ନିଜର ମୋବାଇଲ ଫୋନରେ ସକାଳେ ୮ ବେଳେ ଶୁଭଙ୍କର ଆତ୍ମହତ୍ୟାର ଲାଇଭ ଭିଡିଓ ଦେଖିଥିଲା। ସୂର୍ଯ୍ୟକାନ୍ତ ତା’ ପରେ ଏହି ସୂଚନା ତା’ର ସାଙ୍ଗ ରାଜେନ୍ଦ୍ର ଓଝାକୁ ଦେଇଥିଲା ଏବଂ ସେ ଶୁଭଙ୍କର ଘରେ ପହଁଞ୍ଚିଥିଲା ଯାହାକି ଭିତର ପଟୁ ବନ୍ଦ ଥିଲା। ଝରକା ପଟେ ଦେଖିବାରୁ ପାଇଲାଯେ, ଶବ ଫାଶୀରେ ଲଟକିଛି।

ଏହା ପରେ ସୂର୍ଯ୍ୟକାନ୍ତ ପୁଲିସକୁ ଏହାର ସୂଚନା ଦେଇଥିଲା। ଶୁଭଙ୍କର ଡିଏମଆରସିରେ ଗତ ୨-୩ ମାସରୁ ମେଣ୍ଟେନର ଭାବରେ କାମ କରୁଥିଲା। ସେ ନିଜ ପରିବାରର ଏକମାତ୍ର ପୁଅ ଥିଲା। ତା’ ପରିବାରରେ ତା’ର ଜଣେ ଭଉଣୀ ଯାହାର ବିବାହ ହୋଇସାରିଛି ଏବଂ ତା’ ମା’ ଙ୍କର ୧୬ ବର୍ଷ ପୂର୍ବରୁ ମୃତ୍ୟୁ ହୋଇସାରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.