Home ଓଡ଼ିଶା ସ୍ମାର୍ଟ ଇଣ୍ଡିଆ ହାକାଥନ (ଏସଆଇଏଚ)-୨୦୨୦ ପ୍ରତିଯୋଗିତାରେ ଡିଫେନ୍ସ ଇନଷ୍ଟିଚ୍ୟୁଟ ଅଫ ଆଡଭାନ୍ସ ଟେକ୍ନୋଲୋଜି (ଡିଆଇଏଟି)କୁ ମିଳିଲା...

ସ୍ମାର୍ଟ ଇଣ୍ଡିଆ ହାକାଥନ (ଏସଆଇଏଚ)-୨୦୨୦ ପ୍ରତିଯୋଗିତାରେ ଡିଫେନ୍ସ ଇନଷ୍ଟିଚ୍ୟୁଟ ଅଫ ଆଡଭାନ୍ସ ଟେକ୍ନୋଲୋଜି (ଡିଆଇଏଟି)କୁ ମିଳିଲା ପ୍ରଥମ ପୁରସ୍କାର

107

ନୂଆଦିଲ୍ଲୀ ୭-୮ (ଓଡ଼ିଆ ପୁଅ) ସ୍ମାର୍ଟ ଇଣ୍ଡିଆ ହାକାଥନ (ଏସଆଇଏଚ)-୨୦୨୦ ପ୍ରତିଯୋଗିତାରେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ବିଭାଗ, ଡିଆରଡିଓ ଅଧୀନ ସ୍ୱୟଂଶାସିତ ସଂସ୍ଥା, ଡିଫେନ୍ସ ଇନଷ୍ଟିଚ୍ୟୁଟ ଅଫ ଆଡଭାନ୍ସ ଟେକ୍ନୋଲୋଜି (ଡିଆଇଏଟି), ପୁନେ ପ୍ରଥମ ପୁରସ୍କାର ହାସଲ କରିଛି। ଏହାର ଲାଇଭ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରତିଭାଗୀମାନଙ୍କ ସହ ଆଲୋଚନା କରିଥିଲେ।

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଏବଂ ଅଖିଳ ଭାରତୀୟ ପ୍ରଯୁକ୍ତି ବିଦ୍ୟା ପରିଷଦ (ଏଆଇସିଟିଇ) ମିଳିତ ଭାବେ ଏହି ପ୍ରତିଯୋଗିତାର ଆୟୋଜନ କରିଥିଲେ। ଏସଆଇଏଚ-୨୦୨୦ ପ୍ରତିଯୋଗିତା ଲଗାତାର ୩୬ ଘଣ୍ଟାର ଡିଜିଟାଲ ଉତ୍ପାଦ ନିର୍ମାଣ ଉପରେ ଆଧାରିତ ରାଷ୍ଟ୍ରୀୟ ସ୍ତରର ପ୍ରତିଯୋଗିତା ଥିଲା। ଅଗଷ୍ଟ ୧ ତାରିଖରୁ ୩ ଅଗଷ୍ଟ, ୨୦୨୦ ମଧ୍ୟରେ ଉତ୍ତର ପ୍ରଦେଶର ନୋଏଡା ଇନଷ୍ଟିଚ୍ୟୁଟ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ଏନଆଇଇଟି)ରେ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା।

ଡା- ସୁନୀତା ଧବଲେଙ୍କ ମାର୍ଗଦର୍ଶନରେ ଡିଆଇଏଟିର ୬ ଜଣ ସଦସୀୟ ଛାତ୍ର ଦଳ ‘ଏଜ ଅଫ ଅଲ୍ଟ୍ରାନ’ ପ୍ରଥମ ପୁରସ୍କାର ଜିତିବାରେ ସଫଳ ହୋଇଥିଲେ। ସପ୍ଟଓୟାର ଶ୍ରେଣୀରେ ମଧ୍ୟ ପ୍ରଦେଶ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଏମଏସ ୩୩୧ର ସମାଧାନ କରିବା ପାଇଁ ୧ ଲକ୍ଷ ଟଙ୍କାର ପ୍ରଥମ ପୁରସ୍କାର ରହିଥିଲା। ଆର୍ଟିଫିସିଆଲ ଇଂଟେଲିଜେନ୍ସର ବ୍ୟବହାର କରି ମୁଖ, ଅଭିବ୍ୟକ୍ତି ଏବଂ ଅଙ୍ଗଭଙ୍ଗୀ ଚିହ୍ନଟ ପାଇଁ ‘ଦୃଷ୍ଟି’ ଶୀର୍ଷକ ସମାଧାନ ଏହି ଦଳ ପ୍ରସ୍ତୁତ କରିଥିଲେ।

ଡିଆଇଏଟି ଦଳ ଲଗାତାର ଦ୍ୱିତୀୟ ଥର ପାଇଁ ପୁରସ୍କାର ଜିତିଥିବାରୁ ପ୍ରତିରକ୍ଷା ଅନୁସନ୍ଧାନ ବିଭାଗ ସଚିବ ଏବଂ ଡିଆରଡିଓର ଅଧ୍ୟକ୍ଷ ଡ- ଜି-ସତୀଶ ରେଡ୍ଡୀ ଶୁଭେଚ୍ଛା ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.