Home ଜିଲ୍ଲା ପରିକ୍ରମା ଦଶପଲା ବିଧାୟକଙ୍କ ଅଚାନକ ବାହାଡ଼ାଝୋଲା ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ

ଦଶପଲା ବିଧାୟକଙ୍କ ଅଚାନକ ବାହାଡ଼ାଝୋଲା ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ

72

ନୟାଗଡ଼, ୧୯ା୧୨(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରାଙ୍କ ଅଚାନକ ବାହାଡ଼ଝୋଲା ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନକୁ ଦେଖି ଡାକ୍ତର ଓ କର୍ମଚାରୀମାନେ ଚଳ ଚଚଂଳ ହୋଇପଡ଼ିଛନ୍ତି। ବିଧାୟକ ଶ୍ରୀ ବେହରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ସ୍ଥାନ ବୁଲି ଲୋକମାନଙ୍କ ସମସ୍ୟା ବୁଝୁଥିବାବେଳେ ହଠାତ୍ ବାହାଡ଼ାଝୋଲା ସ୍ୱାସ୍ଥ୍ରକେନ୍ଦ୍ରର ସମସ୍ୟା ତଥା ସେଠାରେ କେମିତି ରୋଗୀସେବା ଚାଲିଛି ଦେଖିବାକୁ ମନସ୍ଥ କରି ମାଡ଼ି ଯାଇଥିଲେ। ବିଧାୟକଙ୍କ ପରିଦର୍ଶନ ବିଷୟରେ ଆଗୁଆ ଖବର ନପାଇ ହଠାତ୍ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଧାୟକଙ୍କୁ ଦେଖି ତଟସ୍ଥ ହୋଇଯାଇଥିଲେ। ବିଧାୟକ ସ୍ୱାସ୍ଥ୍ୟକେନ୍ଦ୍ର ବୁଲି ରୋଗୀମାନଙ୍କ ବିଭିନ୍ନ ସୁବିଧା ଅସୁବିଧା ବୁଝିବା ସହିତ ସ୍ୱାସ୍କ୍ୟକେନ୍ଦ୍ରର ବିଭିନ୍ନ ସମସ୍ୟା ଉପରେ ପଚାରି ବୁଝିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.