Home ଜିଲ୍ଲା ପରିକ୍ରମା ନୟାଗଡ଼ରେ ଋାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ

ନୟାଗଡ଼ରେ ଋାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ

80

ନୟାଗଡ଼, ୧୯ା୧୨(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଜାତୀୟ ଆଇନ ସେବା ପ୍ରାଧିକରଣ ଓ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶକ୍ରମେ ଶନିବାର ନୟାଗଡ଼ ଜିଲା ଜଜ୍‌କୋର୍ଟଙ୍କ ପକ୍ଷରୁ ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଜାତୀୟ ଲୋକ ଆଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ଅଦାଲତ ପକ୍ଷରୁ ୬୫ଟି ମୋଟର ଗାଡ଼ି ଦୁର୍ଘଟଣାର ମାମଲା ଆଗତ କରାଯାଇ ୧୦ଗୋଟି ମାମଲାର ଫଇସଲା ହୋଇ ୯୯ଲକ୍ଷ ୫ହଜାର ଜମା ରାଶି ସମ୍ପୃକ୍ତ ହିତାଧିକାରୀମାନଙ୍କୁ ପ୍ରଦାନ ପାଇଁ ଜିଲା ଜଜ୍ ତଥା ଗାଡ଼ି ମୋଟର ଦୁର୍ଘଟଣା ଅଦାଲତ ନୟାଗଡ଼ ଶ୍ରୀମତୀ ରୂପଶ୍ରୀ ଚୌଧୁରୀ ଆଦେଶ ପ୍ରଦାନ କରିଛନ୍ତି। ସେହିପରି ଅତିରିକ୍ତ ଜିଲା ଜଜ୍‌ ଶ୍ରୀମତୀ ଇତିଶ୍ରୀ ମହାପାତ୍ର୫୨ ଗୋଟି ଗାଡ଼ି ଦୁର୍ଘଟଣା ଜନିତ ମାମଲା ଆଗତ କରି ୩ଗୋଟି ମାମଲାର ଫଇସଲା କରି ୧୨ଲକ୍ଷ ୫ହଜାର ଟଙ୍କା ବୀମାରାଶି ପ୍ରଦାନ କରିବାକୁ ବୀମା କମ୍ପାନୀକୁ ଆଦେଶ ଦେଇଥିଲେ। ଅନ୍ୟପକ୍ଷରେ ୬୧ଟି ବୈବାହିକ ମାମଲା ଆଗତ ହୋଇ ୧୪ ମାମଲା ଫଇସଲା ସହ ସବଜଜ୍‌ଙ୍କ କୋର୍ଟ ପକ୍ଷରୁ ୧୩ ଗୋଟି ଦେୱାନୀ କେସ୍ ଫଇସଲା ହୋଇଥିଲା। ଏଥିସହିତ ୪ଗୋଟି ଚେକ୍ ବାଉନ୍ସ ମାମଲାର ଫଇସଲା ହୋଇଥିଲା। ସେହିପରି ଜିଲାର ଦଶପଲ୍ଲା, ଖଣ୍ଡପଡ଼ା, ରଣପୁର, ଓଡ଼ଗାଁ ଓ ଭାପୁର ଠାରେ ହୋଇଥିବା ଲୋକ ଅଦାଲତମାନଙ୍କରେୁ ୪୮୪ ଗୋଟି ମାମଲାରୁ ୬୯ ମାମଲା ଫଇସଲା ହେବା ସହ ବ୍ୟାଙ୍କ ଋଣ ଅନାଦେୟ ୨୦୦୪ ମସିହାରୁ ୧୦୧ ମାମଲା ଫଇସଲା ହୋଇ ୪୫ଲକ୍ଷ ୧୨ହଜାର ୬୭୬ ଟଙ୍କା ଓ ୨୧ ଗୋଟି ବିଦ୍ୟୁତ ମାମଲାର ଫଇସଲା ହୋଇ ୫ଲକ୍ଷ ୨୨ହଜାର ୬୫୨ ଟଙ୍କା ରାଜସ୍ୱ ଆଦାୟ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.