Home Coronavirus Outbreak ଗ୍ରାହାମ ଷ୍ଟେନ୍ସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଦାରା ସିଂର ମୁଖ୍ୟମନ୍ତ୍ରୀ ଓ ପ୍ରାଧାନମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ...

ଗ୍ରାହାମ ଷ୍ଟେନ୍ସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଦାରା ସିଂର ମୁଖ୍ୟମନ୍ତ୍ରୀ ଓ ପ୍ରାଧାନମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ

2576

କେନ୍ଦୁଝର, ୧୯ ମେ ୨୦୨୦ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜେଲରେ ଆଜୀବନ ସଜ୍ଜା କାଟୁଥିବା ବହୁ ଚଚ୍ଚିତ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ପୁତ୍ରଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଦାରା ସିଂ ଆଜି ମଙ୍ଗଳବାର ଦିନ କୋରାନା ମହାମାରୀର ମୁକାବିଲାରେ ସହୟତା ଲାଗି ଅଣ୍ଟା ଭିଡିଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି। ଜେଲ ଜୀବନ ଭିତରେ ନିଜର ପରିଶ୍ରମ ଦ୍ୱାରା ଉପାର୍ଜ୍ଜିତ ଏକ ବର୍ଷ ର ପାରିଶ୍ରମିକ ଟଙ୍କା ମୁଖ୍ୟମନ୍ତ୍ରୀ ଓ ପ୍ରାଧାନ ମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହାରଣ ସୃଷ୍ଟି କରିଛନ୍ତି।

କରୋନା ଭଳି ମହାମାରୀକୁ ନେଇ ସାରା ବିଶ୍ୱବାସୀ ଏବେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଫଳରେ କୋରୋନା ମହାମାରୀର ମୁକାବିଲା ଲାଗି ଏବେ ସାରା ବିଶ୍ୱର କେଉଁଠାରେ ଲକ ଡାଉନ ତ ଆଉ କେଉଁଠାରେ ସଟ୍ ଡାଉନ ଭଳି ଅବସ୍ଥା ଜାରି ରହିଥିବା ବେଳେ ଏହାର ପ୍ରତିକୂଳ ପ୍ରଭାବ ଏବେ ଦେଶର ଆର୍ଥିକ ମେରୁଦଣ୍ଡ ଉପରେ ପଡିଛି ଏବଂ ଦୋହଲାଇ ଦେଇଛି ଦେଶର ଆର୍ଥିକ ମାନଦଣ୍ଡକୁ। ଆଉ ଠିକ ଏହି ସମୟରେ ଆଜୀବନ କଏଦୀ ଭାବରେ ଜେଲ ଜୀବନ କାଟୁଥିବା ଦାରା ସିଂ ଜେଲ ଭିତରେ କାମ କରି ରୋଜଗାର କରିଥିବା ବର୍ଷକର ଟଙ୍କା ସର୍ବମୋଟ ୧୨ ହଜାର ଟଙ୍କା ମଧ୍ୟରୁ ପ୍ରଧାନ ମନ୍ତ୍ରୀ ରିଲିଫ ପାଣ୍ଠିକୁ ୬ ହଜାର ଟଙ୍କା ଏବଂ ମୁଖ୍ୟ ମନ୍ତ୍ରୀ ରିଲିଫ ପାଣ୍ଠିକୁ ୬ ହଜାର ଟଙ୍କାର ଦାନ ପଠାଇଛନ୍ତି।

ଜେଲର ନିୟମ ଅନୁସାରେ ଜେଲର ଡିଜିଙ୍କ ଠାରୁ ଅନୁମତି ମିଳିବା ପରେ ଆଜି ମଙ୍ଗଳବାର ଦିନ କେନ୍ଦୁଝର ଜେଲ ସୁପରିଟେଣ୍ଡେଣ୍ଟ ଗରୀବ ସାହୁ ଦାରାଙ୍କର ଓକିଲ ରକ୍ଷାକର ପତିଙ୍କୁ ଡାକି ତାଙ୍କୁ ଏହା ଅର୍ଥ ରାଶି ପ୍ରଦାନ କରିଛନ୍ତି ଏବଂ ଓକିଲ ଏହି ଟଙ୍କାକୁ ନେଇ ଜିଲ୍ଲାର ଏମରଜେନ୍ସି ଅଫିସରଙ୍କ ନିକଟରେ ଦାଖଲ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.