Home Top News ଜେଲରୁ ମୁକୁଳିବେ ଦାରା ସିଂହ! ପ୍ରକ୍ରିୟା ଆରମ୍ଭ ..

ଜେଲରୁ ମୁକୁଳିବେ ଦାରା ସିଂହ! ପ୍ରକ୍ରିୟା ଆରମ୍ଭ ..

146

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲାର ମନୋହରପୁର ଠାରେ ମିଶନାରୀ ଗ୍ରାହାମ୍ସ ଷ୍ଟେନ୍ସ ଓ ତାଙ୍କ ଦୁଇ ପୁତ୍ରଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଦାରା ସିଂ ଓରଫ ରବିନ୍ଦ୍ର କୁମାର ପାଲ ଏବେ କେନ୍ଦୁଝର ଜେଲରେ ଆଜୀବନ ସଜ୍ଜା କାଟି ସାରିବା ପରେ ଆହୁରି ସାତ ବର୍ଷରୁ ଅଧିକ ସମୟ ଜେଲରେ କାଟିଲାଣି। ଏବେ ଦାରା ସିଂହଙ୍କୁ ଜେଲରୁ ମୁକୁଳାଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବି ଏ ପି ସିଂହ ଏବଂ ଧର୍ମରକ୍ଷକ ଦାରା ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ମୁକେଶ ଜୈନ। ଏମାନେ ଦିଲ୍ଲୀରୁ ଆସି ଆଜି କେନ୍ଦୁଝର ଜେଲରେ ଦାରା ସିଂହଙ୍କୁ ଭେଟିଛନ୍ତି। ଦାରା ସିଂହଙ୍କ ସହ ଆଲୋଚନା କରିବା ସହ ତାଙ୍କଠାରୁ କିଛି ଦସ୍ତାବିଜ ଓ ଓକିଲାତ ନାମା ଦସ୍ତଖତ କରିଛନ୍ତି। ଦାରା ସିଂହଙ୍କ ପାଇଁ ସୁପ୍ରିମକୋର୍ଟ ଯିବେ ଓ ତାଙ୍କୁ ଖୁବ ଶୀଘ୍ର ଜେଲରୁ ମୁକୁଳାଇବେ ବୋଲି ଆଇନଜୀବୀ ଏପି ସିଂହ କହିଛନ୍ତି। ସୂଚନାଯୋଗ୍ୟ ଯେ, ଏ ପି ସିଂହ ହେଉଛନ୍ତି ସେହି ଓକିଲ ଯିଏ ବହୁ ଚର୍ଚ୍ଚିତ ଦିଲ୍ଲୀ ନିଭୟା କେସ୍‌ର ଦୋଷୀଙ୍କ ପକ୍ଷରୁ ମାମଲା ଲଢୁଥିଲେ।
ଜଘନ୍ୟ ଅଭିଯୋଗ ଆଣି ଏ ପି ସିଂହ କହିଛନ୍ତି ଯେ, କେସ୍‌ର ଟ୍ରାଏଲ ସମୟରେ ଅଷ୍ଟ୍ରେଲିଆ କନସୋଲେଟ ଆସି କୋର୍ଟରେ ଉପସ୍ଥିତ ରହୁଥିଲେ। ତେଣୁ ଅଷ୍ଟ୍ରେଲିଆର ଚାପରେ ନିର୍ଦ୍ଦୋଷ ଦାରା ସିଂହକୁ ସଜ୍ଜା ଦିଆଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜନୈତିକ ଆକ୍ରୋଶ ରଖି କେସ୍‌ର ଠିକ ଭାବରେ ତର୍ଜ୍ଜମା ବା ଫେୟାର ଟ୍ରାଏଲ ହୋଇନାହିଁ। ଏହାସହ ଏ ପି ସିଂହ କହିଛନ୍ତି, ଏପରି କୌଣସି ନିୟମ ନାହିଁ ଯେଉଁଥିରେ ୧୪ ବର୍ଷରୁ ଅଧିକ ଆଜୀବନ ସଜ୍ଜାର ପ୍ରାବଧାନ ରହିଛି। ଦାରା ସିଂହ ୨୨ ବର୍ଷରୁ ଅଧିକ ସମୟ ଧରି ଜେଲରେ ରହି ସାରିଲେଣି। ତେଣୁ ସୁପ୍ରିମକୋର୍ଟରେ କେସ୍ ଲଢ଼ି ଦାରା ସିଂହଙ୍କୁ ଖୁବ୍ ଶୀଘ୍ର ଜେଲ୍‌ରୁ ମୁକ୍ତ କରାଯିବ ବୋଲି ଆଇନଜୀବୀ ଏ ପି ସିଂହ ଏବଂ ଧର୍ମରକ୍ଷକ ଦାରା ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ମୁକେଶ ଜୈନ କହିଛନ୍ତି।
-/DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.