Home Top News ଆଉ ୮ମାସ ପାଇଁ ଚାଉଳ : ମୁଖ୍ୟମନ୍ତ୍ରୀଙ୍କ ଚିଠି ଅତ୍ୟନ୍ତ ହାସ୍ୟାସ୍ପଦ ଓ ଅସହାୟତାର ପରିପ୍ରକାଶ...

ଆଉ ୮ମାସ ପାଇଁ ଚାଉଳ : ମୁଖ୍ୟମନ୍ତ୍ରୀଙ୍କ ଚିଠି ଅତ୍ୟନ୍ତ ହାସ୍ୟାସ୍ପଦ ଓ ଅସହାୟତାର ପରିପ୍ରକାଶ : ସମୀର ମହାନ୍ତି

87

ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ଆଉ ୮ମାସ ପାଇଁ ଚାଉଳ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିବା ପ୍ରସଙ୍ଗରେ
– ଏନଏଫଏସଏରେ ମୋଦି ସରକାର ୯୦ ଭାଗ ଦେଉଥିବା ବେଳେ ରାଜ ସରକାର ମାତ୍ର ୧୦ ଭାଗର ସହଯୋଗ କରନ୍ତି
– ରାଜ୍ୟ ସରକାର ଡିଏମଏଫ ପାଣ୍ଠିର କୋଟି କୋଟି ଟଙ୍କା ସଠିକ୍ ବିନିଯୋଗ ନକରି ଏହି ପାଣ୍ଠିକୁ ଦଳୀୟ କାମ ଏବଂ ନିର୍ବାଚନ ପ୍ରଚାରରେ ଲଗାଉଛନ୍ତି
– ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଓଡିଶା ସରକାର ମାସିକ ତାଲିକାଭୃକ୍ତ ପ୍ରାୟ ୫ଲକ୍ଷ କାର୍ଡଧାରୀ ପରିବାର ମାଗଣା ରାସନରୁ ବଂଚିତ ହେଉଥିବା ଭୂତ ହିତାଧିକାରୀ ମାନେ କିଏ ଏବଂ ସେମାନଙ୍କୁ କାହିଁକି ଏଥିରେ ତାଲିକାଭୁକ୍ତ କରାଯାଇଛି?
– ମୁଖ୍ୟମନ୍ତ୍ରୀ ନିଜର ଲୋକପ୍ରିୟତାକୁ ବଂଚାଇବା ପାଇଁ ଜନଜାତିଙ୍କ ବିକାଶ ପାଇଁ ଆସୁଥିବା ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଛାଉ ନାହାଁନ୍ତି

ଭୁବନେଶ୍ୱର ୨୨/୧୧ (ଓଡ଼ିଆ ପୁଅ) : କରୋନା ମହାମାରୀର ପ୍ରଥମ ଓ ଦ୍ୱିତୀୟ ଲହର ସମୟରେ ମୋଦି ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୧୫ମାସ ପର୍ଯ୍ୟନ୍ତ (ପ୍ରଥମ ଲହରରେ ୨୦୨୦ ଏପ୍ରିଲରୁ ଜୁନ ଓ ଜୁଲାଇରୁ ନଭେମ୍ବର ଏବଂ ଦ୍ୱିତୀୟ ଲହରରେ ୨୦୨୧ ମେ ରୁ ଜୁନ ଏବଂ ଜୁଲାଇରୁ ନଭେମ୍ବର) ଦେଶବାସୀଙ୍କୁ ଚାଉଳ, ଡାଲି ଯୋଗାଇ ଦେଇଛନ୍ତି। କେବଳ ଦ୍ୱିତୀୟ ଲହରରେ ୭ମାସ ପାଇଁ ଚାଉଳ ଦିଆଯାଇଛି। କୋଭିଡର ପ୍ରଥମ ଲହର ଓ ଦ୍ୱିତୀୟ ଲହରରେ ମୋଦି ସରକାର ଓଡିଶାର ୩.୧୭ କୋଟି ହିତାଧିକାରୀଙ୍କୁ ୫, ୨୧୪ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଚାଉଳ, ଡାଲି ସହାୟତା ଯୋଗାଇ ଦେଇଛନ୍ତି। କୋଭିଡ୍ ମହାମାରୀର ପ୍ରଥମ ଲହରରେ ଘୠଝଇରେ ୯୫୫.୧୭ କୋଟି ଟଙ୍କା ଓଡିଶାକୁ ଆବଂଟନ ହୋଇଥିଲା। ଦେଶର କିଛି ରାଜ୍ୟ ଏବେ ମଧ୍ୟ ନିଜସ୍ୱ ଅର୍ଥରେ ଗରିବ ଲୋକଙ୍କୁ ଚାଉଳ, ଗହମ ଓ ଡାଲି ଦେଇ ଉଦାହରଣ ତିଆରି କରିଛନ୍ତି। ବିଭିନ୍ନ ସମୟରେ ବହୁ ଉଦାହରଣ ସୃଷ୍ଟି କରୁଥିବାର ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାର ଏଭଳି ସଂକଟ ସମୟରେ ନିଜସ୍ୱ ଅର୍ଥରେ ଓଡିଶାବାସୀଙ୍କୁ ମାଗଣାରେ ଚାଉଳ, ଡାଲି ଯୋଗାଇ ଦେଇ କାହିଁକି ଉଦାହରଣ ସୃଷ୍ଟି କରୁନାହାଁନ୍ତି ? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ପତ୍ର ଲେଖି ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ଆଉ ୮ମାସ ପାଇଁ ଚାଉଳ ଯୋଗାଇ ଦେବାକୁ ଯେଉଁ ଅନୁରୋଧ କରିଛନ୍ତି ତାହା ଅତ୍ୟନ୍ତ ହାସ୍ୟାସ୍ପଦ ଓ ଏହା ଦ୍ୱାରା ନିଜର ଅସହାୟତାକୁ ପରିପ୍ରକାଶ କରିଛନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ରାଜ୍ୟ ସରକାର ଜିଲ୍ଲା ଖଣିଜ ପାଣ୍ଠି (ଡିଏମଏଫ)ରୁ ୨୦୨୦-୨୧ ସୁଦ୍ଧା ରାଜସ୍ୱ ଆକାରରେ ୧୩, ୭୨୮ କୋଟି ଟଙ୍କା ପାଇଛନ୍ତି। ମୁଖ୍ୟମନ୍ତ୍ରୀ ଡିଏମଏଫ ଫଣ୍ଡକୁ ବିନା ଟେଣ୍ଡରରେ ଦଳୀୟ କାମରେ ଏହି ଟଙ୍କାର ଅପବ୍ୟବହାର କରୁଛନ୍ତି। ମାତ୍ର ସେ ଟଙ୍କାରୁ ଯଦି ହିତାଧିକାରୀଙ୍କୁ ମାଗଣାରେ ଖାଦ୍ୟ ସାମଗ୍ରୀ ଦିିଅନ୍ତେ ତେବେ ଭଲ ହୁଅନ୍ତା ଓ ଓଡିଶାବାସୀ ଉପକୃତ ହୁଅନ୍ତେ। ମାତ୍ର ଏ ସବୁ କାମ ନକରି ଜିଦି କାରଣରୁ ମୁଖ୍ୟମନ୍ତ୍ରୀ ପାଣି ଭଳି ଟଙ୍କା ଖର୍ଚ୍ଚ କରି ନିଜ ଦଳୀୟ କାର୍ଯ୍ୟରେ ବ୍ୟବହାର କରୁଛନ୍ତି। ରାଜ୍ୟ ସରକାର ଡିଏମଏଫ ପାଣ୍ଠିର କୋଟି କୋଟି ଟଙ୍କା ସଠିକ୍ ବିନିଯୋଗ ନକରି ଏହି ପାଣ୍ଠିକୁ ଦଳୀୟ କାମ ଏବଂ ନିର୍ବାଚନ ପ୍ରଚାରରେ ଲଗାଉଛନ୍ତି। ତେବେ ସେହି ଅର୍ଥରେ ସାଧାରଣ ଲୋକଙ୍କୁ ଖାଦ୍ୟ ଯୋଗାଇବାରେ ଅସୁବିଧା କେଉଁଠି ରହିଲା ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ମହୋଦୟ ଏବେ ଗୋଟେ ଗୋଟେ ଜିଲ୍ଲା ଯାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହେଲଥ କାର୍ଡ ବଂଟନ କରି ପାଣି ଭଳି ଶହ ଶହ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଭିଡିଓ ବାର୍ତ୍ତା ଭୁବନେଶ୍ୱରରେ ବି ରହି ଦେଇହେବ। ମାତ୍ର ବ୍ୟୟବହୁଳ ଗସ୍ତ କରି ଭିଡିଓ ବାର୍ତ୍ତା ଚଲାଇବାର କାରଣ କଣ? ଏଥିରୁ ଅନୁମେୟ ହେଉଛି ମୁଖ୍ୟମନ୍ତ୍ରୀ ନିଜର ଲୋକପ୍ରିୟତାକୁ ବଂଚାଇବା ପାଇଁ ଜନଜାତିଙ୍କ ବିକାଶ ପାଇଁ ଆସୁଥିବା ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଛାଉ ନାହାଁନ୍ତି। ଜିଲ୍ଲାବାସୀ ଏହାକୁ ମର୍ମେ ମର୍ମେ ଅନୁଭବ କଲେଣି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ବିଶ୍ଲେଷଣ କଲେ ଏନଏଫଏସଏରେ ମୋଦି ସରକାର ୯୦ ଭାଗ ଦେଉଥିବା ବେଳେ ରାଜ ସରକାର ମାତ୍ର ୧୦ ଭାଗର ସହଯୋଗ କରନ୍ତି। ଏହା ସତ୍ୱେ ଅଭିଯୋଗ ହୋଇଛି ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଓଡିଶା ସରକାର ମାସିକ ତାଲିକାଭୃକ୍ତ ପ୍ରାୟ ୫ଲକ୍ଷ କାର୍ଡଧାରୀ ପରିବାର ମାଗଣା ରାସନରୁ ବଂଚିତ ହୋଇଛନ୍ତି। ପ୍ରଶ୍ନ ଉଠୁଛି ସେହି ଭୂତ ହିତାଧିକାରୀ ମାନେ କିଏ ଏବଂ ସେମାନଙ୍କୁ କାହିଁକି ଏଥିରେ ତାଲିକାଭୁକ୍ତ କରାଯାଇଛି? ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ହିତାଧିକାରୀଙ୍କ ତାଲିକା ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ମିଶନ ଅଧୀନରେ ହିତାଧିକାରୀଙ୍କ ମଧ୍ୟରେ ଏକ ଅସଙ୍ଗତି ରହିଛି। ଏହା ଆଶ୍ଚର୍ଯ୍ୟଜନକ ଯେ ଘୠଝଗ ଅଧୀନରେ ୧ଟଙ୍କାରେ ପାଇଥିବା ଲୋକଙ୍କ ତୁଳନାରେ ଚଗଏକଣ ଅଧୀନରେ କମ୍ ଲୋକ ମାଗଣା ରାସନ ସାମଗ୍ରୀ ନେଉଛନ୍ତି। ଏହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଏହି ତାଲିକାରେ ଭୂତ ହିତାଧିକାରୀ ଅଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର ଏବଂ ଗଣମାଧ୍ୟମ ବିଭାଗ ରାଜ୍ୟ ସହ-ସଂଯୋଜକ ସୁଜିତ୍ କୁମାର ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.