Home ଜାତୀୟ “ନାଚ ମେରି ରାନୀ”ରେ ଚିଙ୍କି- ମିଙ୍କିଙ୍କର ଜବରଦସ୍ତ ଡ୍ୟାନ୍ସ୍

“ନାଚ ମେରି ରାନୀ”ରେ ଚିଙ୍କି- ମିଙ୍କିଙ୍କର ଜବରଦସ୍ତ ଡ୍ୟାନ୍ସ୍

99

ମୁମ୍ବାଇ: କପିଲ ଶର୍ମା ଶୋ’ର ଚିଙ୍କି-ମିଙ୍କି ଅର୍ଥାତ୍ ସୁରଭି ଏବଂ ସମୃଦ୍ଧି ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି। ସେମାନେ ତାଙ୍କର ଅଭିନୟ, ଶୈଳୀ ପାଇଁ ଲୋକଙ୍କ ହୃଦୟ ଜିତିବା ପାରିଛନ୍ତି। ଚିଙ୍କି-ମିଙ୍କି ଡ୍ୟାନ୍ସରେ ମଧ୍ୟ ବହୁତ ପାରଦର୍ଶୀ, ଏହାର ପ୍ରମାଣ ତାଙ୍କ ଡ୍ୟାନ୍ସ ଭିଡିଓରେ ଦେଖାଯାଉଛି। ସମ୍ପ୍ରତି, ଚିଙ୍କି-ମିଙ୍କିଙ୍କର ଏକ ଡ୍ୟାନ୍ସ ଭିଡିଓ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଯେଉଁଥିରେ ଉଭୟ ନୋରା ଫତେହିଙ୍କ ନାଚ ମେରୀ ରାନୀ ଗୀତରେ ଜବରଦସ୍ତ ଶୈଳୀରେ ଡ୍ୟାନ୍ସ୍ କରିଥିବାର ନଜର ଆସିଛନ୍ତି। ଏହି ଭିଡିଓକୁ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରୁ ଚିଙ୍କି-ମିଙ୍କି ସେୟାର କରିଛନ୍ତି।

ଚିଙ୍କି-ମିଙ୍କିଙ୍କର ଏହି ଭିଡିଓ ପାଇଁ ସେମାନଙ୍କୁ ଖୁବ୍ ପ୍ରଶଂସା କରାଯାଉଛି। ଉଭୟ ନୋରା ଫତେହି ଏବଂ ଗୁରୁ ରାନ୍ଧୱାଙ୍କର ନାଚ ମେରି ରାନି ଗୀତରେ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି। ଏଥିରେ ସେମାନଙ୍କ ଡ୍ୟାନ୍ସ୍ ଷ୍ଟେପ୍ ଏବଂ ଏନର୍ଜି ଜବରଦସ୍ତ ହୋଇଛି। ସୂଚନାଯୋଗ୍ୟ ଯେ, ଚିଙ୍କି-ମିଙ୍କିଙ୍କର ପ୍ରକୃତ ନାମ ହେଉଛି ସୁରଭି ଆଉ ସମୃଦ୍ଧି। ଉଭୟ ‘ଦି କପିଲ ଶର୍ମା ସୋ’ ମାଧ୍ୟମରେ ନିଜର ପରିଚୟ ସୃଷ୍ଟି କରିଥିଲେ।
@DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.