Home ଓଡ଼ିଶା କେଉଁ ନାମ ଧରି ଡାକିବି ତୁମକୁ… ଆଗକୁ କେଉଁ ଭୂମିକା ନେବେ ଶ୍ରୀଖଣ୍ଡୀ?

କେଉଁ ନାମ ଧରି ଡାକିବି ତୁମକୁ… ଆଗକୁ କେଉଁ ଭୂମିକା ନେବେ ଶ୍ରୀଖଣ୍ଡୀ?

2188

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ସେତେବେଳେ ବିଜେଡିର ତୁଣ୍ଡ ନାମରେ ପରିଚିତ ଦାମ ବାବୁଙ୍କୁ ବିଜେପି ଶ୍ରୀଖଣ୍ଡୀ କରାଇଦେଲା।ବିଜେପି ନେତ୍ରୀ ଲେଖାଶ୍ରୀ ଏହି ନୂଆ ନାମଟି ଦେଇଥିଲେ।ନବୀନ ପଟ୍ଟନାୟକଙ୍କୁ ଧୃତରାଷ୍ଟ୍ର କହୁଥିଲେ।ଅର୍ଥାତ୍ ବିଜେଡି ମହାଭାରତର କୌରବ।ଏବଂ ନିଜକୁ ବୋଧେ ପାଣ୍ଡବ ପକ୍ଷ ଭାବୁଛି ବିଜେପି।ତେଣୁ ବୋଧେ ମହାଭାରତ ଅନୁଯାୟୀ ଶ୍ରୀଖଣ୍ଡୀଙ୍କୁ ନିଜ ପକ୍ଷକୁ ଆଣି ଦେଇଥିଲା ବିଜେପି।ଅଥବା ଶ୍ରୀଖଣ୍ଡୀ ନିଜେ ଚାଲି ଆସିଥିଲେ ପାଣ୍ଡବ ପକ୍ଷକୁ।

କିନ୍ତୁ, ଯଦି ବା ବିଜେଡିକୁ କୌରବ ବୋଲି ଏମାନେ ଭାବୁଥାଇ ପାରନ୍ତି, କିନ୍ତୁ ନବୀନ ଯେ ଧୃତରାଷ୍ଟ୍ର ନୁହଁନ୍ତି।ସେ ଭୀଷ୍ମ।ତେଣୁ ତ’ ବୋଧେ ସେହି ଭୀଷ୍ମ ରୂପୀ ନବୀନଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ଦାମ ରୂପୀ ଶ୍ରୀଖଣ୍ଡୀ ଚାଲି ଆସିଥିଲେ ପାଣ୍ଡବ (ବିଜେପି) ପକ୍ଷକୁ।ଅଥବା, ବିଜେପି ଜାଣିଥିଲା ଏ’ ଭୀଷ୍ମ ରୂପୀ (ନବୀନ) ଥିଲା ଯାଏଁ କୌରବ (ବିଜେଡି)କୁ ହରାଇବା ଅସମ୍ଭବ।ତେଣୁ ଆଣି ଠିଆ କରିଥିଲା ଶ୍ରୀଖଣ୍ଡୀ (ଦାମବାବୁ)ଙ୍କୁ, କୌରବ (ବିଜେଡି)ର ଭେଦ ଖୋଲିବା ପାଇଁ।

କିନ୍ତୁ ଶ୍ରୀଖଣ୍ଡୀ (ଦାମ ବାବୁ) ତ’ ଫେଲ ମାରିଲେ।ଯେଉଁ ଭୀଷ୍ମ (ନବୀନ)ଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ଦାମ ଶ୍ରୀଖଣ୍ଡୀ ହେଲେ, ସେହି ଭୀଷ୍ମ (ନବୀନ)ଙ୍କର ଏବେ ପାଣ୍ଡବ ପକ୍ଷ (କେନ୍ଦ୍ର ବିଜେପି) ସହିତ ସଂପର୍କ ନିକଟତର ହେଲାପରି ଲାଗୁଛି।ବିଶେଷତଃ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭାକୁ ଯିବାରେ ଉଭୟ ପାଣ୍ଡବ( ବିଜେପି) ଏବଂ କୌରବ(ବିଜେଡି)ର ମିଳିତ ପ୍ରୟାସ/ଯୋଜନାକୁ ହଜମ କରିପାରୁ ନାହାଁନ୍ତି ଶ୍ରୀଖଣ୍ଡୀ(ଦାମ ବାବୁ)।ଏଣେ ପୁଅ ବି କୌରବ(ବିଜେଡି) କ୍ୟାମ୍ପରେ।ପୂର୍ବରୁ ତୁଣ୍ଡ ପାଇଁ ପରିଚୟ ଥିଲା।ଏବେ ପାଣ୍ଡବଙ୍କ (ବିଜେପି) ପାଇଁ କେବଳ ଶ୍ରୀଖଣ୍ଡୀ ହୋଇ ଯାଇଛନ୍ତି।ପାଣ୍ଡବ(ବିଜେପି) କ୍ୟାମ୍ପରେ ନିଜ ତୁଣ୍ଡର କିଛି ମୂଲ୍ୟ ରହୁନି।ତେଣୁ ଶ୍ରୀଖଣ୍ଡୀ (ଦାମ ବାବୁ) ଏବେ ଏ’ ମହାଭାରତ ଯୁଦ୍ଧରେ ଏକ ନୂଆ ଭୂମିକା ନେବାକୁ ବୋଧେ ଚେଷ୍ଟା କରୁଛନ୍ତି।ପାଣ୍ଡବ(ବିଜେପି) ପକ୍ଷ ଛାଡ଼ି ପୁଣି କୌରବ(ବିଜେଡି) ପକ୍ଷକୁ ଯିବେ, କି ଆଉ କୌଣସି ତୃତୀୟ ପକ୍ଷ ସୃଷ୍ଟି କରାଇବେ, କିମ୍ବା ବେଲାଳସେନ ହୋଇ ତୁଣ୍ଡ ବନ୍ଦ କରି ଖାଲି ସବୁ ଦେଖିବେ, ତାହା ଦେଖିବାକୁ ବାକି ରହିଲା।କେଉଁ ନାମ ଧରି ଡାକିବି ତୁମକୁ?..//ଦେବଦତ୍ତ

କି’ଏ ହେବ ବିଜେପି ରାଜ୍ୟ ସଭାପତି? କସରତ ଆରମ୍ଭ: ମୂଳ କଣ୍ଟା ତ’ ହଟିଯାଇଛି!

ଥ୍ରୀ’ ଟି ଫେଲ୍ ; ଯୋଡ଼ିଲେଣି ଆଉ ଟୁ’ ଟି: ସଫଳ ହେବ ତ’ ଫାଇଭ୍ ଟି’ ?

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.