Home ଜିଲ୍ଲା ପରିକ୍ରମା ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

359

ଟିଟିଲାଗଡ଼ ୯-୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଜିଲ୍ଲାପାଳ ଶ୍ରୀ ଅରିନ୍ଦମ ଡାକୁଆ ଏବଂ ଅତିରିକ୍ତ ଆରକ୍ଷୀ ଅଧିକାରୀ ବଲାଙ୍ଗୀର ଶ୍ରୀ ସୁବାସଚନ୍ଦ୍ର ମେହେରଙ୍କ ମିଳିତ ଅଧ୍ୟକ୍ଷତାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଉପଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ, ଏସ ଡି ପି ଓ ଶ୍ରୀ ସୁରେନ୍ଦ୍ର ନାଥ ଶତପଥୀ, ସମେତ ପାଞ୍ଚ ଗୋଟି ବ୍ଲକ ବି ଡି ଓ ତହସିଲଦାର, ପ୍ରମୁଖ ଉପସ୍ଥିତ ରହି ଥିବା ବେଳେ ମୋଟ ୪୦ ଗୋଟି ମାମଲା ଦାଖଲ କରାଯାଇଥିଲା। ସେଥି ମଧ୍ୟରୁ ୩୬ ଟି ବ୍ୟକ୍ତିଗତ ଓ ୬ ଟି ସାମୁହିକ ସମସ୍ୟା ଜଡିତ ରହିଥିଲା। ଉକ୍ତ ଅଭିଯୋଗ ଗୁଡିକୁ ନିରୀକ୍ଷଣ କରି ଜିଲାପାଳ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.