Home ଅନୁଗୁଳ ଯୁବନେତା ସୁରେଶ ସାମଲଙ୍କ ଅକାଳ ବିୟୋଗ; ବିଜେପିରେ ଗଭୀର ଶୋକ

ଯୁବନେତା ସୁରେଶ ସାମଲଙ୍କ ଅକାଳ ବିୟୋଗ; ବିଜେପିରେ ଗଭୀର ଶୋକ

153

ତାଳଚେର,୨୩/୫(ଓଡ଼ିଆପୁଅ/ଅଜିତ କୁମାର ବେହେରା):ବିଜେପିର ଜଣେ ଆଗଧାଡ଼ିର ଯୁବ ନେତା ତଥା ତାଳଚେର ବିଧାନସଭା ମଣ୍ଡଳୀର ପୂର୍ବତନ ମିଡ଼ିଆସେଲ ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ସାମଲ(ପିଣ୍ଟୁ)ଙ୍କର ଶନିବାର ରାତିରେ ହୃଦଘାତରେ ୪୦ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି। ଅସୁସ୍ଥ ଅବସ୍ଥାରେ ତାଙ୍କୁ ତାଳଚେର ଡାକ୍ତରଖାନାକୁ ନିଆ ଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର ଏଭଳି ଅଦିନରେ ସମସ୍ତଙ୍କୁ ଛାଡ଼ି ଚାଲିଯିବା ଘଟଣା ବିଜେପିର ତୃଣମୂଳଠାରୁ ଆରମ୍ଭ କରି ବରିଷ୍ଠ ନେତୃମଣ୍ଡଳ ଯାଏଁ ସମସ୍ତଙ୍କ ମଧ୍ୟରେ ଶୋକର ଛାୟା ଖେଳାଇ ଦେଇଛି ।
ଜଣେ ମେଳାପୀ, ମିଷ୍ଟଭାଷୀ, ପରୋପକାରୀ, କର୍ତବ୍ୟନିଷ୍ଠ ଯୁବକ ଭାବେ ସବୁଆଡ଼େ ସେ ବେଶ ଆଦୃତ ଥିବାବେଳେ ବିଜେପିରେ ତାଙ୍କର ଅବଦାନକୁ କେବେ ହେଲେ ଭୁଲି ହେବ ନାହିଁ। ପ୍ରତି ମୁହୂର୍ତରେ ସେ ଦଳର ଉନ୍ନତି ପାଇଁ ଭାବୁଥିଲେ । ତାଙ୍କର ଅକାଳ ବିୟୋଗ ତାଳଚେର ବିଜେପି ପାଇଁ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି । ତାଙ୍କରି ମୃତ୍ୟୁରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଦୁଃଖ ପ୍ରକାଶ କରିବାସହ ତାଙ୍କ ପରିବାର ସହ ଫୋନ୍ ଯୋଗେ କଥା ହୋଇଥିଲେ । ସେହିପରି ରାଜ୍ୟ ସଭାପତି ସମୀର ମହାନ୍ତି ମଧ୍ୟ ଗଭୀର ଦୁଃଖ ପ୍ରକଟ କରିବାସହ ପରିବାର ସହ ଫୋନ୍ ଯୋଗେ କଥା ହୋଇଥିଲେ । ବିଜେପି ଯୁବମୋର୍ଚ୍ଚା ଜାତୀୟ ଉପ ସଭାପତି ଠାକୁର ରଞ୍ଜିତ ଦାସ ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଡା. ଦେବେନ୍ଦ୍ର ପ୍ରଧାନ,ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି,ପ୍ରାକ୍ତନ ସାଂସଦ ରବି ନାରାୟଣ ପାଣି,ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ,ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା,ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା,ଜିଲ୍ଲା ମିଡ଼ିଆସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ,ଘଣ୍ଟପଡ଼ା ସମତି ସଭ୍ୟା ସରୋଜିନୀ ବେହେରା,ଜିଲ୍ଲା ଆଇନସେଲର ମୁଖ୍ୟ ପେସ୍କାର ଗଡ଼ନାୟକ,ଯୁବମୋର୍ଚ୍ଚା ଜିଲ୍ଲା ପ୍ରଭାରୀ ଯଯାତୀ ପଟ୍ଟନାୟକ,ବରିଷ୍ଠ ନେତା କାଳନ୍ଦୀ ପ୍ରଧାନ,ନିରୋଜ ଦାସ,ଯଶୋବନ୍ତ ଦାସ,ସହଦେବ ସାହୁ,ପୁଲିନ ବିହାରୀ ନାୟକ, ଜଗନ୍ନାଥପୁର ସରପଂଚ ନରେନ୍ଦ୍ର ନାହାକ,ଦୟାସାଗର ମିଶ୍ର,ଜିତେନ୍ଦ୍ର ଦାସ,ଦୀପକ ଥମ୍ବ,ସଙ୍କଳ୍ପ ସାହୁ ପ୍ରମୁଖଙ୍କ ସହ ଶତାଧିକ କାର୍ଯ୍ୟକର୍ତା ତାଳଚେର ମେଡ଼ିକାଲରେ ପହଂଚି ଶେଷଦର୍ଶନ କରିବାସହ ଶୋକବ୍ୟକ୍ତ କରିଥିଲେ । ତାଙ୍କର ଏଭଳି ଅକସ୍ମାତ ବିୟୋଗ ଘଟଣାରେ ବିଜେପିରେ ଗଭୀର ଶୋକ ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.