Home Top News ଧାମରାରୁ ପ୍ରାୟ ୪୫ କିଲୋମିଟର ପୂର୍ବ-ଉତ୍ତର-ପୂର୍ବରେ, ଦିଘାଠାରୁ ୭୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଏବଂ ବାଲେଶ୍ୱରର...

ଧାମରାରୁ ପ୍ରାୟ ୪୫ କିଲୋମିଟର ପୂର୍ବ-ଉତ୍ତର-ପୂର୍ବରେ, ଦିଘାଠାରୁ ୭୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଏବଂ ବାଲେଶ୍ୱରର ୫୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବରେ ଅବସ୍ଥିତ, କିଛି ସମୟ ପରେ ଲ୍ୟାଣ୍ଡଫଲ ପ୍ରକ୍ରୀୟା ଆରମ୍ଭ

241

ଅତି ଭୟଙ୍କର ବାତ୍ୟା “ୟାସ୍” ୨୬ ମଇର ୦୭୩୦ ଘଣ୍ଟାରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରର ୨୧.୧ ° ଉତ୍ତର ଅକ୍ଷାଂଶ ଏବଂ ୮୭.୧୫ ° ପୂର୍ବ ଦ୍ରାଘିମା, ଧାମରାରୁ ପ୍ରାୟ ୪୫ କିଲୋମିଟର ପୂର୍ବ-ଉତ୍ତର-ପୂର୍ବରେ, ଦିଘାଠାରୁ ୭୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଏବଂ ବାଲେଶ୍ୱରର ୫୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବରେ ଅବସ୍ଥିତ।

୨୬-୦୫ (୦୭୩୦ ଘଣ୍ଟା IST) ପର୍ଯ୍ୟବେକ୍ଷଣ ଉପରେ ଆଧାର କରି

ପୂର୍ବାନୁମାନ ଗତି ଏବଂ ତୀବ୍ରତା

କେନ୍ଦ୍ର ନିକଟରେ ପବନର ସାମ୍ପ୍ରତିକ ତୀବ୍ରତା ୧୩୦-୧୪୦ କିଲୋମିଟର ପ୍ରତିଘଣ୍ଟା ଏବଂ ଝଟକା ୧୫୫ କିଲୋମିଟର ପ୍ରତି ଘଣ୍ଟା ଅଛି। ଗତ ୦୬ ଘଣ୍ଟା ମଧ୍ୟରେ ପ୍ରାୟ ୧୫ କିଲୋମିଟର ବେଗ ସହିତ ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି।

ପରବର୍ତ୍ତୀ ଦୁଇ ଘଣ୍ଟା ମଧ୍ୟରେ ଅବତରଣ ପ୍ରକ୍ରିୟା ଆରମ୍ଭ ହେବ।

ବୁଧବାର ମଧ୍ୟାହ୍ନରେ ଏହି ବାତ୍ୟା ଉତ୍ତର ଓଡିଶା-ପଶ୍ଚିମ ବଙ୍ଗ ଉପକୂଳ ମଧ୍ୟରେ ଧାମରାର ଉତ୍ତର ଏବଂ ବାଲେଶ୍ୱରର ଦକ୍ଷିଣ ଦେଇ ଅତିକ୍ରମ କରିବ। ଅତିକ୍ରମ କରିବା ସମୟରେ ପବନର ବେଗ ୧୩୦-୧୪୦ କିଲୋମିଟର ଏବଂ ପବନର ଝଟକା ୧୫୫ କିଲୋମିଟର ପର୍ଯ୍ୟନ୍ତ ରହିପାରେ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ।

ବର୍ଷା

ଓଡ଼ିଶା : ୨୬ ମଇ – ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କଟକ, ଢେଙ୍କାନାଳ, କେନ୍ଦୁଝରଗଡ଼ ଏବଂ ଅଳ୍ପ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ପୁରୀ, ଖୋର୍ଦ୍ଧା, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ।

ଅବତରଣ ସମୟରେ ପବନର ବେଗ (କିମି) ପୂର୍ବାନୁମାନ

ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ଅବତରଣ ସମୟରେ ୧୩୦-୧୪୦ କିଲୋମିଟର ପ୍ରତି ଘଣ୍ଟାରେ ପବନ ବହିବ ଏବଂ ଅବତରଣ ସମୟରେ କେନ୍ଦ୍ରାପଡା ଜିଲ୍ଲାରେ ୧୦୦-୧୧୦ କିଲୋମିଟର ଦ୍ରୁତ ଗତିରେ ଝଟକା ୧୨୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ।

ସନ୍ଧ୍ୟା ସୁଦ୍ଧା ଅବତରଣପରେ ପବନର ବେଗ ୬୫-୭୫ କିଲୋମିଟର ପ୍ରତି ଘଣ୍ଟା ହେବ। ଏହା ପରେ ପବନର ବେଗ କମିବ।

ସମୁଦ୍ର ଜୁଆର ତଳିଆ ଅଞ୍ଚଳରେ ଜୁଆର ପାଣି ଭରିଯିବାର ସମ୍ଭାବନା
ବାଲେଶ୍ୱର, ଭଦ୍ରକ ଜିଲ୍ଲାରେ ଜୁଆର ୨-୩ ମିଟର ପର୍ଯ୍ୟନ୍ତ ଉଠିବ ଏବଂ ତଳିଆ ଅଞ୍ଚଳରେ ପାଣି ଭରିବାର ସମ୍ଭାବନା ଅଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.