Home ଅପରାଧ ଭଦ୍ରକ: ପ୍ରତାରିତା ଯୁବତୀ ପାଇଁ ନ୍ୟାୟ ଦାବୀ କଲା ବିଜେପି

ଭଦ୍ରକ: ପ୍ରତାରିତା ଯୁବତୀ ପାଇଁ ନ୍ୟାୟ ଦାବୀ କଲା ବିଜେପି

43

ଭଦ୍ରକ: ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ ଅଧିନସ୍ତ ନିଳକ ଗ୍ରାମ ପଞ୍ଚାୟତରେ ଶାସକ ବିଜୁ ଜନତା ଦଳ ସମର୍ଥିତ ସରପଞ୍ଚଙ୍କ ପୁଅ ଏକ ନିରୀହ ଝିଅକୁ ବିବାହର ପ୍ରତିଶ୍ରୁତି ଦେଇ ତା’ ସହିତ ଶାରୀରିକ ସଂପର୍କ ରଖିବା ପରେ ଏବେ ତାକୁ ପ୍ରତାରଣା କରି କେଉଁ ଆଡ଼େ ଫେରାର ହୋଇଯାଇଛି। ଗତ ୨୪ ତାରିଖରୁ ଏ’ ନେଇ ଅଭିଯୋଗ କରାଯାଇଥିଲେ ମଧ୍ୟ ଏ’ ପର୍ଯ୍ୟନ୍ତ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଏ’ ନେଇ ଆଜି ଭଦ୍ରକ ଜିଲ୍ଲା ବିଜେପିର ଏକ ପ୍ରତିନିଧି ଦଳ ବନ୍ତ ଥାନା ଅଧିକାରୀଙ୍କୁ ଭେଟି ଏକ ଦାବୀ ପତ୍ର ଦେବା ସହ ଆଗାମୀ ୧୦ ଦିନ ଭିତରେ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ, କୋଭିଡ୍ ନିୟମ ମାନି ବିଜେପି ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବ ବୋଲି ନିଷ୍ପତ୍ତି ନେଇଛି। ବିଜେପିର ଏହି ପ୍ରତିନିଧି ଦଳରେ ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀ ନାରାୟଣ ଧଳ, ଜିଲ୍ଲା ଉପାଧ୍ୟକ୍ଷା ପଙ୍କଜିନୀ ଲେଙ୍କା, ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ହରପ୍ରିୟା ସାହୁ, ଆଡଭୋକେଟ ବନମାଳୀ ଜେନା, ବିଷ୍ଣୁପ୍ରିୟା ଲେଙ୍କା ଏବଂ ସ୍ୱର୍ଣ୍ଣଲତା ମିଶ୍ର ପ୍ରମୂଖ ସାମିଲ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.